ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବା ଯୋଜନା’ ସଂଯୁକ୍ତ ଶାଖା ତରଫରୁ ‘୯ମ ଆନ୍ତର୍ଜାତୀୟ ଯୋଗ ଦିବସ’ ପାଳିତ

ରାଉରକେଲା/ସେକ୍ଟର-୪ ସ୍ଥିତ ରାଉରକେଲା କଲେଜର ‘ଜାତୀୟ ସେବା ଯୋଜନା’ର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ‘୯ମ ଆନ୍ତର୍ଜାତୀୟ ଯୋଗ ଦିବସ’ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୀନା ଶର୍ମା (ଆର୍ଟ ଅଫ ଲିଭିଙ୍ଗ୍, ରାଉରକେଲା) ଯୋଗ ଶିକ୍ଷିକା ଏବଂ ଅର୍ଥନୀତି ବିଭାଗର ପ୍ରାଧ୍ୟାପିକା ତପସ୍ଵିନୀ ମିଶ୍ର ସହଯୋଗୀ ଯୋଗ ଶିକ୍ଷିକା ଭାବେ ଯୋଗଦେଇ ମହାବିଦ୍ୟାଳୟର ସ୍ବେଚ୍ଛାସେବୀ, ଛାତ୍ର-ଛାତ୍ରୀ ତଥା ଅଧ୍ୟାପକ ଅଧ୍ଯାପିକାମାନଙ୍କୁ ସାଧାରଣ ଯୋଗକ୍ରମାନୁସାରେ ଯୋଗ ଶିକ୍ଷା ଦେଇଥିଲେ ଏବଂ ସର୍ବ ଶେଷରେ ଯୋଗ ଶିକ୍ଷାର୍ଥୀମାନଙ୍କୁ ଯୋଗକୁ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବାକୁ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଅଜୟ ଗୌଡ, ସୌମ୍ୟରଞ୍ଜନ ମହାନ୍ତି, ଲୋପାମୁଦ୍ରା ପତି, ଜ୍ୟୋତି ସାହୁ, ଚନ୍ଦା ସିଂ, ସୁଶ୍ରୀରେଖା ବେହେରା, ତପସ୍ଵିନୀ କୁମ୍ଭାର, ଅରୁଣ କୁମାର ମହାନ୍ତି, ବିଶାଳ କୁମାର ରାମ, ପ୍ରଭାତି ସାହୁ, ଭାରତୀ ବେହେରା ପ୍ରମୁଖ ଶିକ୍ଷାର୍ଥୀ ରୂପେ ଯୋଗ ଶିକ୍ଷିକାଙ୍କ ଦ୍ବାରା ବହୁ ପ୍ରଶଂସିତ ହୋଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବ୍ଲକ ହିନ୍ଦୁ ସଂଘଠନ ତରଫରୁ ରାଲି ସହ ଦାବିପତ୍ର ପ୍ରଦାନ

Sunil Chandra Nayak

ଭବାନୀପାଟଣା ଠାରେ ଜାତୀୟ କୃମିନାଶକ ଦିବସ ପାଳିତ

masiha

ଗୁଣ୍ଡୁରିଆ ଶହୀଦ ଦିଵସରେ ବିଜେଡି ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!