ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିନାକ୍ଷୀ ଧର ଫାଉଣ୍ଡେସନ ତରଫରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ମିନାକ୍ଷୀ ଧର ଫାଉଣ୍ଡେସନ ତରଫରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, ମିନାକ୍ଷୀ ଧର ଫାଉଣ୍ଡେସନ ତରଫରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆଜି ସ୍ଥାନୀୟ ଦିଲ୍ଲୀ ପବ୍ଲିକ ସ୍କୁଲରେ ଆୟୋଜିତ ହୋଇଯାଇଛି। ସହର ର ବିଭିନ୍ନ ସ୍କୁଲ ର ଶତାଧିକ ଛାତ୍ର ଛାତ୍ରୀ ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ ଭାଗ ନେଇ ନିଜର ବୌଦ୍ଧିକ ପ୍ରତିଭା ର ପରିଚୟ ଦେଇଥିଲେ l ଇସ୍ପାତ କାରଖାନାର ଅବସରପ୍ରାପ୍ତ ଡିଜିଏମ ଚନ୍ଦ୍ରଶେଖର ଶତପଥୀ ଓ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଉମେଶ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ସ୍କୁଲ ର ବରିଷ୍ଠ ଶିକ୍ଷୟତ୍ରୀ ମୌସୁମୀ ନନ୍ଦ ଓ ଫାଉଣ୍ଡେସନ ର ଆବାହକ ନଳିନୀ କାନ୍ତ ଧର ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ସହରର ଜଣାଶୁଣା ସ୍ୱନାମଧନ୍ୟ ଉଦ୍ଘୋଷିକା ସ୍ୱର୍ଗତା ମିନାକ୍ଷୀ ଧର ଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆସନ୍ତା ମଇ ମାସ ୨୧ ତାରିଖ ରେ ହେବାକୁ ଥିବା ଏକ ସାରସ୍ୱତ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମ ପରିଚାଳନାରେ ସହରର ବୁଦ୍ଧିଜୀବୀ ଅଶୋକ କୁମାର ପଟ୍ଟନାୟକ, କୁଞ୍ଜ ବିହାରୀ ରାଉତ, ସୁମନ୍ତ ଉପାଧ୍ୟାୟ,ତ୍ରିଲୋଚନ ମହାରଣା, ବିବେକାନନ୍ଦ ଦାସ,ପ୍ରିୟଙ୍କା ପାଣି, ସୂର୍ଯ୍ୟ ନାରାୟଣ ପାଢ଼ୀ,ପୂର୍ଣ୍ଣଚନ୍ଦ୍ର ବେହେରା, ସୁନୀଲ ପଟ୍ଟନାୟକ,କୀର୍ତ୍ତି ନାରାୟଣ ସିଂଦେଓ ,ସୁନୀଲ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏସବିଆଇ ଏବଂ ରାମକି ଫାଉଣ୍ଡେସନ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରେ ପ୍ରସୂତି ସ୍ୱାସ୍ଥ୍ୟ ସୁରକ୍ଷିତ କାର୍ଯ୍ୟକ୍ରମ

masiha

ଓରାଘାଟ ଆଇରନ ଖଣି ର କର୍ମକର୍ତା ମାନଙ୍କ ଆନୁକୂଲ୍ୟରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର (କାଟେସାହି) ବିଦ୍ୟାଳୟ ପରିସରରେ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଛି

masiha

ଶାନ୍ତି ଶୃଙ୍ଖଳା ରେ ବନ୍ଦ ପାଳନ

Sunil Chandra Nayak

Leave a Comment

error: Content is protected !!