ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରେଡ ୟୁନିୟନ ମାନଙ୍କ ମିଳିତ ବୈଠକ  ଶ୍ରମ କୋର୍ଡ ବାତିଲ ଦାବିରେ ୨୩ ସେପ୍ଟେମ୍ବର ଦେଶବ୍ୟାପୀ କଳା ଦିବସ ପାଇଁ ଆହ୍ବାନ

ଟ୍ରେଡ ୟୁନିୟନ ମାନଙ୍କ ମିଳିତ ବୈଠକ 

ଶ୍ରମ କୋର୍ଡ ବାତିଲ ଦାବିରେ ୨୩ ସେପ୍ଟେମ୍ବର ଦେଶବ୍ୟାପୀ କଳା ଦିବସ ପାଇଁ ଆହ୍ବାନ

ରାଉରକେଲା:ଦେଶର ସମସ୍ତ ଟ୍ରେଡ ୟୁନିୟନ ମାନେ ବାରମ୍ବାର ଦାବି ଓ ଆନ୍ଦୋଳନ ଚଳାଇ ଆସିଥିଲା ବେଳେ କେନ୍ଦ୍ର ବି ଜେ ପି ସରକାର ଶ୍ରମିକ ବିରୋଧୀ ଶ୍ରମକୋର୍ଡ ଲାଗୁ କରିବା ପାଇଁ ସମସ୍ତ ପ୍ରସ୍ତୁତି କରୁଥିଲାବେଳେ ଗତ ୨୦୨୦ ମସିହା ସେପ୍ଟେମ୍ବର ମାସରେ ଏହି କଳା ଓ ଶ୍ରମିକ ବିରୋଧୀ ଓ ଦେଶ ବିରୋଧୀ ଶ୍ରମକୋର୍ଡ ଶ୍ରମ ଆଇନ ପରିବର୍ତ୍ତେ ଲାଗୁ କରିବା କୁ ନିଷ୍ପତ୍ତି କରିଥିଲେ। ଏହା ବିରୁଦ୍ଧରେ ଦେଶବ୍ୟାପୀ ସେପ୍ଟେମ୍ବର ୨୩ କଳା ଦିବସ ପାଳନ ପାଳନ ପାଇଁ ଆଇ ଏନ୍ ଟି ୟୁ ସି ,ଏଚ ଏମ୍ ଏସ,ସି ଆଇ ଟି ୟୁ,ଏ ଆଇ ଟି ୟୁ ସି,ଏ ଆଇ ୟୁ ଟି ୟୁ ସି,ଜି ଏମ୍ ଏମ୍ ଡାକରା ଦେଇଥିବା ବେଳେ ଆଜି ରାଉରକେଲା ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଏ ଆଇ ଟି ୟୁ ସି ନେତା ସଦାନନ୍ଦ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ମିଳିତ ଟ୍ରେଡ ୟୁନିୟନ ବୈଠକରେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ବିମାନ ମାଇତି,ରାଜ କିଶୋର ପ୍ରଧାନ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ,ଆଇ ଏନ୍ ଟି ୟୁ ସି ନେତା ବିରକିଶୋର ଶେଖର ଦେଓ,ମନୋଜ କୁମାର କିଷାନ,ସୈ।ମ୍ୟକାନ୍ତ ଦାସ, ଆର୍ ଏମ୍ ଏସ ନେତା ଖଗେନ୍ଦ୍ର ବେହୁରା,ଏ ଆଇ ୟୁ ଟି ୟୁ ସି ନେତା ଅଜିତ ନାୟକ,ଜି ଏମ୍ ଏମ୍ ନେତା ବିଷ୍ଣୁ ଚରଣ ମହାନ୍ତ ପ୍ରମୁଖ କେନ୍ଦ୍ର ମୋଦୀ ସରକାର ଙ୍କ ଶ୍ରମିକ ବିରୋଧୀ ଓ ଜନ ବିରୋଧୀ ଶ୍ରମକୋର୍ଡ କୁ ସରକାର ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଆନ୍ଦୋଳନ କୁ ବ୍ୟାପକ କରିବା ସହିତ ୨୩ ସେପ୍ଟେମ୍ବର ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲା ରେ ଅପରାହ୍ନ ରେ ଆମ୍ବାଗାନ ଛକଠାରେ ବିକ୍ଷୋଭ ଓ ଶୋଭାଯାତ୍ରା ସଂଗଠିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏହାକୁ ସଫଳ କରିବାକୁ ଆହ୍ବାନ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହାପି ମୋମେଣ୍ଟସ ଇଣ୍ଡିଆ ର ୧୩ ତମ ପ୍ରତିଷ୍ଠା ଦିବସ ପାଳିତ 

masiha

ଏନଏମଏମଏସ ପରୀକ୍ଷାରେ ଚଳନା ସ୍କୁଲ ର ୨ ଛାତ୍ରୀଙ୍କ ସଫଳତା 

କୁଷ୍ଠରୋଗ ସନ୍ଦେହ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଓ ପ୍ରେରଣ କାର୍ଯ୍ୟ ସଚେତନ କର୍ମଶାଳା 

Sunil Chandra Nayak

Leave a Comment

error: Content is protected !!