ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ସହ ରକ୍ତ ଭଣ୍ଡାର ସ୍ଥାପନ କୁ ନେଇ ବିବେକ ସେନା ପକ୍ଷରୁ ଦାବିପତ୍ର

ମ. ରାମପୁର ତା :31/03/2023 ରିଖ କଳାହାଣ୍ଡି ଜିଲ୍ଲା ର ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବହୁଦିନ ଧରି ଖାଲି ପଡ଼ିଥିବା ବିଶେଷଜ୍ଞ ଡାକ୍ତର , ସ୍ତ୍ରୀ ପ୍ରସୂତି, ବିଶେଷଜ୍ଞ, ଅସ୍ତି ସଲ୍ୟ ଓ ଭେଷଜ ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ ଙ୍କ ନିଯୁକ୍ତି ,ରକ୍ତ ଭଣ୍ଡାର ସ୍ଥାପନ , ମ୍ୟାଲେରିଆ ଓ ଟାଏ ଫଏଡ ଔଷଧ ପ୍ରଯ୍ଯାପ୍ତ ପରିମାଣ ର ମହଜୁଦ ରଖିବା, ସର୍ପ ଦଂଶନ ଇଞ୍ଜେକସନ୍, ଜଳାତଙ୍କ ଇଞ୍ଜେକସନ୍ ମହଜୁଦ ସହିତ ଜନସାଧାରଣ ଙ୍କୁ ସରକାରଙ୍କ ତରଫରୁ ସମସ୍ତ ଚିକିତ୍ସା ପଯ୍ୟାପ୍ତ ମାତ୍ରାରେ ନ ଥିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ସହ ଜଣସାଧାରଣ ନାହିଁ ନଥିବା ସ୍ୱାସ୍ଥ୍ୟ ଜନିତ ସମସ୍ୟା ର ସମ୍ମୁଖୀନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଙ୍କ ନେତୃତ୍ୱ ରେ ବହୁ ସଦଶ୍ୟ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ସଭ୍ୟସାଚୀ ପାଢ଼ୀ ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି | ଦାବିପତ୍ର ପ୍ରଦାନ ସମୟରେ ବିବେକ ସେନା ର ବରିଷ୍ଠ ସଦସ୍ୟ ନିରଞ୍ଜନ ମହାରଣା, ଧୀରେନ୍ଦ୍ର ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ଭୋଇ, ପ୍ରଭାକର ନାଗ, ଶୋଭେନ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶୀଘ୍ର ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ସହ ରକ୍ତ ଭଣ୍ଡାର ସ୍ଥାପନ ଓ ସରକାରଙ୍କ ତରଫରୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଦାବିପତ୍ର ଗ୍ରହଣ କରିବା ସହ ବହୁତ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଡା. ପାଢ଼ୀ ପ୍ରତିଶୃତି ଦେଇଥିଲେ|

ମସିହା ନିଉଜ ସର୍ଭିସ୍ 

Related posts

ବିଧବା ଗୁରୁବାରୀଙ୍କ ଘର ହାତୀ ଭାଙ୍ଗିଲା; କବାଟ ଭାଙ୍ଗି ଧାନ,ଚାଉଳ ଖାଇ ଦେଲା

masiha

ଆଦିବାସୀ ସଂଘ ପକ୍ଷରୁ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ -ଦାନ ଦେଇ ମହାନତା ଦେଖାଅ -ସାଂସଦ ଶ୍ରୀ ନିରଞ୍ଜନ

masiha

ବଳରାମପୁର ପ୍ରାଥମିକ ବିଦ୍ୟାଳୟ ଗୃହ ଅସୁରକ୍ଷିତ

masiha

Leave a Comment

error: Content is protected !!