ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି ରୁପ୍ରା ମଣ୍ଡଳର ସାଙ୍ଗଠନିକ ବୈଠକ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ବିଜେପି ରୁପ୍ରା ମଣ୍ଡଳର ସାଙ୍ଗଠନିକ ବୈଠକ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ରୁପ୍ରା, 5/6 (ଅଜୟ ସେନାପତି) : ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାରତୀୟ ଜନତା ପାର୍ଟି ରୁପ୍ରା ମଣ୍ଡଳର ଏକ ସାଙ୍ଗଠନିକ ବୈଠକ ମଣ୍ଡଳ ସଭାପତି ଗୁଣନିଧି ସାହୁଙ୍କ ସଭାପତିତ୍ୱରେ ଟକର୍ଲା ସାପ୍ତାହିକ ବଜାର ପଡିଆ ପରିସରରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ସୁଶ୍ରୀ ରୀନା ଭୋଇଙ୍କ ସମେତ ମଣ୍ଡଳ ସ୍ତରୀୟ ସମସ୍ତ ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ନିଜର ମତାମତ ଉପସ୍ଥାପନା କରିଥିଲେ l ସେହିପରି ବିଶ୍ୱ ପର୍ଯ୍ୟlବରଣ ଦିବସ ଉପରେ ମଧ୍ୟ ଆଲୋଚନା ହୋଇଥିଲା, ବୈଠକ ପରେ ଉକ୍ତ ବଜାର ପଡିଆ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଶେଷରେ ମଣ୍ଡଳ ସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Related posts

ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

କଲମ ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟ ତରଫରୁ,ମୋ ଜଙ୍ଗଲ ଜମି ଯୋଜନା କର୍ମଶାଳା

Sunil Chandra Nayak

ଜଳିଗଲା ପାଞ୍ଚ ଭରଣ ଜମି ର ଧାନ ଫସଲ 

masiha

Leave a Comment

error: Content is protected !!