ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵାଇଦାପୋଷୀ ର ନୂତନ ଷ୍ଟାଡିୟମ କୁ ଭଞ୍ଜଵୀର ସୁନାରାମ ସୋରେନ ଙ୍କ ନାମରେ ନାମିତ ପାଇଁ ଆଦିବାସୀ ଏକତା ମଞ୍ଚ ତରଫରୁ ଦାବିପତ୍ର

ଵାଇଦାପୋଷୀ ର ନୂତନ ଷ୍ଟାଡିୟମ କୁ ଭଞ୍ଜଵୀର ସୁନାରାମ ସୋରେନ ଙ୍କ ନାମରେ ନାମିତ ପାଇଁ ଆଦିବାସୀ ଏକତା ମଞ୍ଚ ତରଫରୁ ଦାବିପତ୍ର

ରାଇରଙ୍ଗପୁର – ୫/୦୬  ଆଦିବାସୀ ମାନଙ୍କର ମସିହା ହେଉଛନ୍ତି ଭଞ୍ଜଵୀର ସୁନାରାମ ସୋରେନ ।ଆଦିବାସୀ ତଥା ଆଦିବାସୀ ମହିଳାଙ୍କ ଶିକ୍ଷାର ଉନ୍ନତି ପାଇଁ ତାଙ୍କର ପ୍ରଚେଷ୍ଟା ଚିରସ୍ମରଣୀୟ ।ପ୍ରାକ୍ତନ ମନ୍ତ୍ରୀ ସ୍ବର୍ଗତ ସୁନାରାମ ସୋରେନଙ୍କ ଦୂରଦୃଷ୍ଟି ଥିଲା ଆଦିବାସୀ ମହିଳାଙ୍କର ଶିକ୍ଷାର ବିକାଶ ହେଲେ ଆଦିବାସୀଙ୍କର ଉନ୍ନତି ହେବ ।ଶିକ୍ଷା ପ୍ରଗତିର ଚାବିକାଠି । ତେଣୁ ତାଙ୍କ ମନ୍ତ୍ରୀତ୍ଵ ସମୟରେ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ କନ୍ୟାଶ୍ରମ ରେ ଯୋଜନା ଶୁଭାରମ୍ଭ କରିଥିଲେ । ଓଡ଼ିଶାରେ ପ୍ରଥମ କରି ରାଇରଙ୍ଗପୁର ର ମହୁଲଡିହାରେ ପ୍ରଥମେ ଆଦିବାସୀ ଙ୍କ ପାଇଁ କନ୍ୟାଶ୍ରମ ସ୍ଥାପନା କରିଥିଲେ ।ସେହି ମହାନ ଦିବଂଗତ ସମାଜ ସଂସ୍କାରକ, ଆଦିବାସୀଙ୍କ ଆଇକନ, ଶିକ୍ଷାବିତ୍, ରାଜନେତା ସୁନାରାମ ସୋରେନ ଙ୍କ ନାମରେ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ବାଇଦାପୋଷୀରେ ନୂତନ ନିର୍ମାଣ ହୋଇଥିବା ସ୍ପୋର୍ଟସ ଷ୍ଟାୟିମଙ୍କୁ ତାଙ୍କରି ନାମରେ ନାମିତ କରିବା ପାଇଁ ଆଦିବାସୀ ଏକତା ମଞ୍ଚ ପକ୍ଷରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେସହକାରୀ ଜିଲ୍ଲାପାଳ ସୁଧାକର ସେଠୀଙ୍କ ଜରିଆରେ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ।ଆଦିବାସୀ ଏକତା ମଞ୍ଚର ସୁନିଲ ମାଝୀ, ଲାଗୁ ବାସ୍କେ , ରଣଜିତ ମୁର୍ମୁ, ରଘୁନାଥ ହାଁସଦାଃ, ନରେନ୍ଦ୍ରନାଥ ସୋରେନ, କାମରାଜ ଟୁଡୁ , ଦୀପକ ହାଁସଦାଃ, ହରିଶ ଵେଶ୍ରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ବେଦବ୍ୟାସ ବିକାଶ ମଞ୍ଚର ଦାବି 

Sunil Chandra Nayak

ଘର ଭିତରେ ନିଜ ମାଆଙ୍କୁ ମାରି ପୋଡି ଦେଲା ପୁଅ

masiha

ଗୋପବନ୍ଧୁ ପାଠାଗାରରେ ଶୋକ ସଭା

masiha

Leave a Comment

error: Content is protected !!