ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡଖାଇ ସାହିତ୍ୟ ସଂସଦ, ରାଇରଙ୍ଗପୁର ଆନୁକୂଲ୍ୟରେ ଉତ୍କଳ ଭାରତୀ କୁନ୍ତଳାକୁମାରୀ ସାବତଙ୍କ ପୂଣ୍ଯତିଥି ପାଳିତ

ମୟୂରଭଞ୍ଜ -୨୪/୮ ( ମସିହା )ଓଡ଼ିଆ ସାହିତ୍ୟରେ ବରେଣ୍ୟ ସାରସ୍ଵତ ସାଧିକା ତଥା ଉତ୍କଳ ଭାରତୀ ଡଃ କୁନ୍ତଳା କୁମାରୀ ସାବତଙ୍କ  ପୂଣ୍ଯତିଥି ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ଵୁଧଵାର ଦିନ ଅପରାହ୍ନ ୫ ଘଟିକାରେ ଏକ ସ୍ମୃତି ଚାରଣ, ପୂଜ୍ୟପୂଜା ଓ କବିତା ପାଠ ଉତ୍ସବ ଅନୁଷ୍ଠାନର ସାମ୍ବାଦିକ ଅକ୍ଷୟ କୁମାର ବିଶ୍ଵାଳଙ୍କ ଆଵାହକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ତମ୍ଭକାର ଲଳିତ ମହାନ୍ତଙ୍କ ସଭାପତିତ୍ବ କରିଥିବାବେଳେ ସେ କହିଥିଲେ କବି କୁନ୍ତଳା କୁମାରୀ ସାବତ ଏକାଧାରରେ ଜଣେ ଲେଖିକା,ଔପନାସିକା,କବି,ସମାଜ ସଂସ୍କାରକ, ସମାଜସେବୀ,ସଂପାଦିକା,ଦେଶପ୍ରେମୀ ।ମୁଖ୍ୟ ଅତିଥି ଭାବେ ଗୋରୁମହିଷାଣୀ ଯୁକ୍ତ ୨ ବିଦ୍ୟାଳୟର ଓଡ଼ିଆ ଅଧ୍ଯାପକ ଡଃ ଦିଗମ୍ବର ଗିରି,ମୁଖ୍ୟବକ୍ତା ଭାବେ ରାଇରଙ୍ଗପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡଃ ମିଲନ ମହାନ୍ତ, ସମ୍ମାନିତ ଅତିଥି ଅତିଥି ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବିଜୟ ରାମ ପ୍ରମୁଖ ଯୋଗ ଦେଇଥିଲେ । ପରେ ଉପସ୍ଥିତ ସାହିତ୍ୟ ଅନୁରାଗୀମାନେ ମହାନ ସାରସ୍ଵତ ସାଧିକା ମହିୟସୀ ନାରୀ କୁନ୍ତଳା କୁମାରୀ ସାବତଙ୍କ ଫଟୋରେପୁଷ୍ପାର୍ଘ୍ଯ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନୁଷ୍ଠାନର ସଂଯୋଜକ ତଥା ଓଡ଼ିଶା ସଂଗୀତ ନାଟକ ଶିକ୍ଷା କେନ୍ଦ୍ର ମେଘନାଦ ହେମ୍ବ୍ରମ ଖଡଖାଇ ସାହିତ୍ୟ ସଂସଦର ର ଉଦେଶ୍ୟ ଉପରେ ଅନୁଷ୍ଠାନର ସ୍ଵାଗତ ଭାଷଣ ଦେଇଥିଲେ କରିଥିଲେ ।ମୁଖ୍ୟ ଅତିଥି ଡ଼ଃ ଦିଗମ୍ବର ଗିରି କାଳଜୟୀ କବୟତ୍ରୀ କୁନ୍ତଳା କୁମାରୀ ସାବତଙ୍କ ଉପନ୍ୟାସ ରଘୁ ଅରକ୍ଷିତ,ପରଶମଣି,କାଳିବୋହୁ ଉପନ୍ୟାସ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଡଃ ମିଲନ ମହାନ୍ତ ମହିୟସୀ କବିଙ୍କ ଶେଫାଳି ,ପୂଜା, ବାହନ କବିତା ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ବିଜୟ ରାମ କୁନ୍ତଳା କୁମାରୀ ସାବତଙ୍କ କବିତା ସଂକଳନ ସ୍ଫୁଲିଙ୍ଗ ,ଅର୍ଚ୍ଚନା ଉପରେ କବିଙ୍କ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ ।ମାତ୍ର ୩୮ ବର୍ଷରେ ସେ ଇହଧାମ ତ୍ୟାଗ କରିଥିଲେ ।କମ ସମୟରେ ତାଙ୍କର ସାରସ୍ବତ ସାଧନା ଓଡ଼ିଆ ଭାଷା ପ୍ରତି ତାଙ୍କର ଅବଦାନ ଚିର ସ୍ମରଣୀୟ ବୋଲି ଅନୁଷ୍ଠାନର ଆବାହକ ତଥା ସାମ୍ବାଦିକ ଅକ୍ଷୟ ବିଶ୍ବାଳ କହିଥିଲେ। ସେ କହିଥିଲେ ମହିୟସୀ କବି ତାଙ୍କ ସ୍ବଳ୍ପ ଜୀବନ ମଧ୍ୟରେ ସୃଷ୍ଟି କରିଥିଲେ ଏକାଧିକ ମର୍ମସ୍ପର୍ଶୀ, କାବ୍ୟ ଗ୍ରନ୍ଥ, ଉପନ୍ୟାସ ଓ ପ୍ରବନ୍ଧ ।ଯଦିଓ ବୃତ୍ତିରେ ଜଣେ ଡାକ୍ତର ଥିବାବେଳେ ନିଶାରେ ଜଣେ ଓଡ଼ିଆ ଭାଷାପ୍ରତି ବିଶିଷ୍ଟ କବି ।ଶେଷରେ ଉପସ୍ଥିତ ଲେଖକ ଓ କବିମାନେ ‌ କବିତା ପାଠ ପଠନ କରିଥିଲେ । ଖଡଖାଇ ସାହିତ୍ୟ ସଂସଦ, ରାଇରଙ୍ଗପୁର ଆନୁକୁଲ୍ୟରେ ଏହି ସାରସ୍ବତ ଆୟୋଜନ କରାଯାଇଥିବାରୁ ଉପସ୍ଥିତ କବି ଓ ଲେଖକମାନେ ଆୟୋଜକଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ଶ୍ଯାମଳେନ୍ଦୁ ପରିଡ଼ା,ଈଶ୍ବର ବେହେରା,ବିଜୟ ମୁଖୀ, ନୀରଜ ସାହୁ ସମେତ ବହୁ ସାହିତ୍ୟ ଅନୁରାଗୀ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସମସ୍ତ ସାହିତ୍ୟ ଅନୁରାଗୀଙ୍କୁ ଆବାହକ ଅକ୍ଷୟ ବିଶ୍ବାଳ କୃତଜ୍ଞତା ଜଣାଇଛନ୍ତି ।ଶେଷରେ ବିଜୟ ମୁଖୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପାଟଣାଗଡ଼ ବ୍ଳକସ୍ତରିୟ ସାରଦିୟ କ୍ରିଡା ମହୋତ୍ସବ ଉଦ୍ଯାପିତ

masiha

ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର 

masiha

ଧର୍ମଗଡ ରେ ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳିତ

masiha

Leave a Comment

error: Content is protected !!