ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେତନଟୀ ! ଜାତୀୟ ରାଜପଥ ୧୮ ନମ୍ବର ରେ ମର୍ମନ୍ତୁଦ ଦୁର୍ଘଟଣା! ଟ୍ରଲର ସହ ପିଟି ହେଲା ତିର୍ଥଯାତ୍ରୀ ସ୍କ୍ରୋପିଅ; ୬ ଜଣ ଗୁରୁତର

ବେତନଟୀ ! ଜାତୀୟ ରାଜପଥ ୧୮ ନମ୍ବର ରେ ମର୍ମନ୍ତୁଦ ଦୁର୍ଘଟଣା! ଟ୍ରଲର ସହ ପିଟି ହେଲା ତିର୍ଥଯାତ୍ରୀ ସ୍କ୍ରୋପିଅ; ୬ ଜଣ ଗୁରୁତର

ରାଇରଙ୍ଗପୁର – ୫/୦୬ ମୟୂରଭଞ୍ଜ ଜିଲ୍ଲା ବେତନଟୀର ୧୮ ନମ୍ବର ଜାତୀୟ ରାଜପଥ ଵେତନଟୀର ଛୁରୁଣୀ ଛକରେ ଆଜି ଭୋର ୫ ଟା ସମୟରେ ଟ୍ରଲର ସହ ସ୍କର୍ପିଓ ଧକ୍କା ରେ ମହିଳା ଓ ଶିଶୁ ସମେତ ୬ ଜଣ ଗୁରୁତର ଏବଂ ୩ ଆହତ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଵିହାର ରାଜ୍ୟର ଏକ ପରିବାର ସ୍କ୍ରୋପିଓରେ ଏକ ପରିବାର ପୁରୀ ଜଗନ୍ନାଥ ଦର୍ଶନରେ ଯାଉଥିବାବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ ଜଗା ଦର୍ଶନ ଆଶା ଅଧାରେ ରହିଗଲା ।ସୂଚନା ଅନୁସାରେ, ଟ୍ରଲରଟି ହଠାତ୍ ପେଟ୍ରୋଲ ପମ୍ପ ଆଡ଼କୁ ବାମ ପଟକୁ ମୋଡ଼ି ଦେବାରୁ ପଛରେ ଆସୁଥିବା ସ୍କର୍ପିଓଟି ନିୟନ୍ତ୍ରଣ ହରାଇ ଏହା ସହ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଯୁବକ ଓ ବେତନଟୀ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବେତନଟୀ ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ଵାଳ

Related posts

ମୂର୍ଚ୍ଛନା ସାହିତ୍ୟ ଓ ପାଠାଗାର ର ଶୀତକାଳୀନ ଅଧିବେଶନ ,  ସାଗର ଗର୍ଭ ଉନ୍ମୋଚିତ

masiha

କୁନି ଝିଅ ବୁଲା କୁକୁର ମାନଙ୍କ ଆକ୍ରମଣ ରେ ମୃତ 

masiha

ଅନ୍ୱେଷଣ ଦ୍ୱାରା ପରିଚାଳିତ କମ୍ପୁଟର ଶିକ୍ଷାକେନ୍ଦ୍ର ଆନୁକୂଲ୍ୟରେ ୧୮ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ 

masiha

Leave a Comment

error: Content is protected !!