ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବାଦ ଆମ ଓଡ଼ିଶାର ବାର୍ଷିକ ପ୍ରତିଯୋଗିତା 

ସମ୍ବାଦ ଆମ ଓଡ଼ିଶାର ବାର୍ଷିକ ପ୍ରତିଯୋଗିତା 

ଜୁନାଗଡ଼ ୮/୯ ( ମନୀସ ) ଜୁନାଗଡ଼ ସ୍ଥିତ ପିଏମିଶ୍ରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଜୁନାଗଡ଼ ସମ୍ବାଦ ବ୍ଲକ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆ ଙ୍କ ନେତୃତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଚିତ୍ର।ଙ୍କନ ,ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତାରେ ସର୍ବମୋଟ ୨୬୭ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ଦୁର୍ଗା ପ୍ରସାଦ ନ।ଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମ୍ବାଦର ଏଭଳି କାର୍ଯ୍ୟକ୍ରମ ଏକ ମହତ୍ଵ ପୂର୍ଣ କାର୍ଯ୍ୟକ୍ରମ ବୋଲି ପ୍ରଶଂସା କରିଥିଲେ ।ଏଥିରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷକ ମଳୟ କୁମାର ମୁଣ୍ଡ ଓ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ସମ୍ବାଦ ସାହିତ୍ୟ ଘରର ସଭାପତି ଅଶୋକ ପଟ୍ଟନାୟକ ।ସମ୍ମାନିତ ଅତିଥି ଭାବେ ସମ୍ବାଦ ସାହିତ୍ୟ ଘରର ଉପ ସଭାପତି ଅଜୟ ଦାସ ,ଶିକ୍ଷକ ଭବାନୀ ଶଙ୍କର ମାଝି ଯୋଗଦାନ କରିଥିଲେ ।ଏହି ବାର୍ଷିକ ପ୍ରତିଯୋଗିତାରେ ଚିତ୍ର।ଙ୍କନରେ ଜୁନାଗଡ଼ ଇଂରାଜୀ ସ୍କୁଲ ର ଛାତ୍ର ଆୟନ ପାଢ଼ୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାଇନିଂ କିଟସ ୱାଲର ଛାତ୍ରୀ ଆୟେସ। ଅଗ୍ରୱାଲ ଦୂତୀୟ ,ଜୁନାଗଡ଼ ଇଂରାଜୀ ସ୍କୁଲ ର ଛାତ୍ର ଦିପେଶ ଦଳାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ସେହିପରି ହସ୍ତାକ୍ଷର ପ୍ରତିଯୋଗିତାରେ ଜୁନାଗଡ଼ ଆଦର୍ଶ ବିଦ୍ୟାଳୟର ଛାତ୍ର ଦାମୋଦର ବଗର୍ତ୍ତି ପ୍ରଥମ ଓ ସରକାରୀଉ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୋଳିଗାଁ ର ଛାତ୍ର ପିପୁ ମାଝି ଦୂତୀୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରେମ ଶିଳା ଶବର ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଲଙ୍କେଶ୍ୱରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜୁନାଗଡ଼ର ଛାତ୍ରୀ ଦୀପ୍ତିମୟୀ ରଣା ପ୍ରଥମ ଓ ଦୂତୀୟ ସ୍ଥାନ ଲିଲିମା ଗହୀର ଓ ସୁନେନା ପ୍ରଧାନୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ନିରଞ୍ଜନ ସାହାଣୀ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଲିନା ରାଣୀ ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।ଏଥିରେ ଶିକ୍ଷକ ସୁବାଷ ନ।ଏକ ,ପ୍ରସନ୍ନ ପ୍ରଧାନ ,ରମେଶ ରାଉତ , ପ୍ରମୋଦ ସ୍ୱାଇଁ ,ପ୍ରେମଲାଲ ବାଗ ,ବିଭୁସଙ୍ଗୀତ। ପତି ,ବନ୍ଧନ। ସାହୁ ,ବିସିକେସନ ଦୁର୍ଗା ,ଦୁର୍ଯୋଧନ ଦୀପ ,ହିତେଶ ନ।ଏକ ,ଭୀଷ୍ମରଥୀ ସୁନା ,ନିଲ।ଞ୍ଚଳ ନାଗ ,ମାନସ ସେଠି ,ସୁଧୀର ବେହେରା ,ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ,ଅଜାମ୍ବର ନ।ଏକ ଏବଂ ହାବସପୁର ପ୍ରତିନିଧି ଅକ୍ଷୟ ପଟେଲ ପ୍ରମୁଖ ସହଯୋଗ କରିଥିଲେ ।ପ୍ରଧାନ ଶିକ୍ଷକ ଲଷ୍ମୀଧର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

ସାନ ଚେରଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଦେହ

Sunil Chandra Nayak

ବ୍ଲକ ଟପ୍ପରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବ ମୋ ଅନୁଷ୍ଠାନ

masiha

Leave a Comment

error: Content is protected !!