ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟବାସୀ ଙ୍କୁ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଙ୍କ ବାର୍ତ୍ତା

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟବାସୀ ଙ୍କୁ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଙ୍କ ବାର୍ତ୍ତା

ବଲାଙ୍ଗୀର,,ପାଟଣାଗଡ : ଚଳିତ ବର୍ଷ ସମଗ୍ର ବିଶ୍ୱରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯୋଗ ମାଧ୍ୟମରେ ଲୋକଙ୍କୁ ଏକ ସୁସ୍ଥ ଏବଂ ସ୍ୱାସ୍ଥ୍ୟକର ଜୀବନ ବିଷୟରେ ଅବଗତ କରାଇବା । ପୂର୍ବକାଳରୁ ଋଷି ଓ ସାଧୁମାନେ ଯୁଗ ଯୁଗ ଧରି ଯୋଗର ଉପକାରିତା ବାବଦରେ ବାର୍ତ୍ତା ଦେଇ ଯାଇଛନ୍ତି । ଯାହାକୁ ଏବେ ସମଗ୍ର ବିଶ୍ୱ ଗ୍ରହଣ କରୁଛି । ସ୍ୱାସ୍ଥ୍ୟ ପ୍ରତି ଯୋଗର ଆବଶ୍ୟକତା ଏବଂ ମହତ୍ୱକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧କୁ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରାଯାଉଛି । ଏହା ଭାରତୀୟ ମାନଙ୍କ ପାଇଁ ଗର୍ବ ଓ ଗୌରବ ର ବିଷୟ l ସେହିପରି ବଲାଙ୍ଗିର ଜ଼ିଲ୍ଲା ପାଟଣାଗଡ ସ୍ଥିତ ନିଜ ବାସଭବନ ପ୍ରାଙ୍ଗଣରେ ଆଜି ସକାଳ ୭ଟା ସମୟରେ ସାଂସଦ,ରାଜ୍ୟସଭା,ନିରଞ୍ଜନ ବିଶି ଅନ୍ତର୍ଜାତୀୟ ଯୋଗ ଦିବସ ରେ ସାମିଲ ହୋଇ “ନିଜ ପାଇଁ ଏବଂ ସମାଜ ପାଇଁ ଯୋଗ” ର ଆବଶ୍ୟକତା ର ଶୁଭେଚ୍ଛା ବାର୍ତ୍ତା ଓ ଅଭିନନ୍ଦନ ଜଣାଇଛନ୍ତି l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ଉତ୍ତର ମଧୁବନ,କୁଞ୍ଜକାନ୍ତ ମଙ୍ଗଳା ଓ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମ୍ମିଳନୀ ଓ ପଞ୍ଚମହାଯଜ୍ଞ-୨୦୨୬ ଅନୁଷ୍ଠିତ 

Sunil Chandra Nayak

କର୍ପୋରେଟ୍‌‍ ହାଉସ, ଶାସକ ଦଳ ନିୟନ୍ତ୍ରଣରୁ ଗଣମାଧ୍ୟମକୁ ମୁକ୍ତ ହେଉ : ରବି ରଥ

masiha

ନେପାଳ, ଆସାମ ରୁ ସାନ୍ତାଳୀ ଓ୍ବିକିପିଡିଆ ପାଇଁ ତଥ୍ୟ ସଂଗ୍ରହ କରିବାକୁ ପହଞ୍ଚିଲେ ୫’ ଜଣିଆ ଦଳ

Sunil Chandra Nayak

Leave a Comment

error: Content is protected !!