ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଯ୍ୟନୁଷ୍ଠାନ ପାଇଁ ଦାବି କଲେ ଅନଶନ ରେ ବସିଥିବା ଆନ୍ଦୋଳନ କାରୀ

ନିୟମ ବହିର୍ଭୁତ କାର୍ଯ୍ୟ କରିଛନ୍ତି ବନପାଳ, ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରି ଆଜି ଆମରଣ ଅନଶନରେ ବସିଛନ୍ତି ଜଣେ ଫରେଷ୍ଟ ଗାର୍ଡ।ଖଡ଼ିଆଳ ବନଖଣ୍ଡ ରେ କାର୍ଯ୍ୟ କରୁଥିବା ରାଜେଶ ହରିଜନ ଯିଏକି ଖଡ଼ିଆଳ ଏନ ଏ ସି ୩ ନଂ ୱାର୍ଡ ର ବାସିନ୍ଦା ନିଜ ବିଭାଗର ବନପାଳ ଖଗେଶ୍ବର ମାଝୀଙ୍କ ନାମରେ ସରକାରଙ୍କୁ ଠକି ଦରମା ନେଇଥିବା ଅଭିଯୋଗ କରି ଦରମା ଟଙ୍କା ଅସୁଲ ସହ ତାଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ତାଙ୍କ କହିବାନୁଯାୟୀ ଶ୍ରୀଯୁକ୍ତ ମାଝୀ ଗତ ୨୦୦୪ ମସିହାରେ ପଲ୍ଲୀ ପ୍ରଗତି କଲେଜ ଦୋହେଲ ପଡା ରେ ଯୁକ୍ତ ଦୁଇ ପଢି ପାଶ କରିଥିଲେ।କିନ୍ତୁ ଏଥିପାଇଁ ସେ ଛୁଟି ନେଇ ନଥିଲେ।ସୂଚନା ଅଧିକାର ଆଇନ ରେ ସେ ଏହି ତଥ୍ୟ ପ୍ରାପ୍ତ କରିଥିଲେ।ଜଣେ ସରକାରୀ ଚାକିରିଆ ବିଭାଗୀୟ ଅନୁମତି ନେଇ ପାଠ ପଢିବ ଓ ନିୟମିତ ହିସାବରେ ପଢିଲେ ଦରମା ପାଇବ ନାହିଁ।ଏଥି କିନ୍ତୁ ନିୟମର ଉଲ୍ଲଂଘନ କରାଯାଇଛି ଓ ସେ ଅନିୟମ ରେ ଦରମା ପାଇଛନ୍ତି ବୋଲି ଶ୍ରୀଯୁକ୍ତ ରାଜେଶ ନୂଆପଡା ଜିଲ୍ଲାପାଳଙ୍କ ସମେତ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ଜଣାଇଥିଲେ କିନ୍ତୁ କେହି ମଧ୍ୟ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଲେନାହିଁ।ତେଣୁ ସେ ଆମରଣ ଅନଶନରେ ବସିଛନ୍ତି ଓ ଦାବି ପୂରଣ ପର୍ଯ୍ୟନ୍ତ ବସି ରହିବେ ବୋଲି ପ୍ରକାଶ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଵାସ ଗୃହ ତାଲିକା ପ୍ରକାଶରେ ଅନିୟମିତତା ଅଭିଯୋଗ କରି ଜନ ପ୍ରତିନିଧିଙ୍କୁ ତାଲା ଦେଲେ ହିତାଧିକାରୀ

Sunil Chandra Nayak

ବାଲୁଗାଁ ଜନ୍ମମାଟିରେ କବି ତପନ ପଟ୍ଟନାୟକଙ୍କୁ ଦ୍ଵାଦଶାହ ସ୍କୃତି ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ଏସଡିସି ଉପଦେଷ୍ଟାପ୍ରଦୀପ ମାଝୀଙ୍କ ଚନ୍ଦାହାଣ୍ଡି ଗସ୍ତ

masiha

Leave a Comment

error: Content is protected !!