ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶିଶୁ ବଳାତ୍କାର ମାମଲାରେ ଯୁଵକ ଗିରଫ 

ମୟୂରଭଞ୍ଜ-୩୧/୩ (ମସିହା)ବିଶ୍ବାସରେ ବିଷ ।ସଂପର୍କ ହେଉଛି ଛିଟା ।ଵହଳଦା ଥାନା ଅଂଚଳରେ ଜନୈକ ଯୁବକ ନିଜ ସଂମ୍ପର୍କୀୟଙ୍କ ୮ ଵର୍ଷିୟ ଶିଶୁ କନ୍ୟାକୁ ମାର୍ଚ୍ଚ ୮ ଏବଂ ୧୪ ତାରିଖରେ ପ୍ରଲୋଭନ ଦେଖାଇ ଓ ଭୁଲାଇ ବଳାତ୍କାର କରିଥିବା ଅଭିଯୋଗରେ ଜନୈକ ଯୁବକ ଗିରଫ ହୋଇଛି । କୌଣସି ସୂତ୍ରରୁ ପିଡିତାର ମା’ ଘଟଣା ଜାଣି ନିଜର ପିଲାକୁ ପଚାରି ସବୁକିଛି ଜାଣିବାକୁ ପାଇଲା । ପିଲାଟି କହିଲା ମୁଁ ଯଦି ଘଟଣା ପ୍ରକାଶ କରେ ତାହାହେଲେ ମାରିଦେବାର ଧମକ ଦେଇଥିଲା । କୌଣସି ଉପାୟ ନ ପାଇ ପିଡିତା ପରିବାର ଲୋକେ ୩୧/୩/୨୩ ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏହାକୁ ନେଇ ଥାନାରେ କେଶ ନମ୍ବର ୪୦ ରୁଜୁ ହେବା ସହ ତଦନ୍ତ କରୁଛି । ପୋଲିସ ପିଡିତା ପରିବାରର ଲିଖିତ ଅଭିଯୋଗ ଅନୁସାରେ ଜନୈକ ଯୁବକ ନାମରେ 376(AB)/376 (2),(n)(f),/506 ipc RW sec 6 pocso Act ଦଫା ରୁଜୁ ହେବା ସହ ପିଡିତଙ୍କ ବୟାନକୁ ୧୬୧ସିଆର ପି.ସି. ବୟାନ ନିଆଯାଇଛି ।ପିଡିତ ଉଭୟଙ୍କୁ ଡାକ୍ତର ମାଇନା କରାଯାଇଛି । ପୋଲିସ ଘଟଣା ଭିଆଇଥିବା ଅସାମାଜିକ ଯୁବକ ମହମ୍ମଦ ମୁସ୍ତାକିମକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯାହାକି ଏହି ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସାଂପ୍ରତିକ ପରିସ୍ଥିତିରେ ଶିଶୁମାନେ ନିଜର ସଂପର୍କୀୟଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହେଉଥିବା ଅଭିଯୋଗ ବୃଦ୍ଧି ପାଉଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦୁଇ ଜଣ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ଦୁଇ ବହୁ ସହ ପୁଅ ଗିରଫ ପରେ କୋର୍ଟ ଚାଲାଣ

Sunil Chandra Nayak

କଳାହାଣ୍ଡି ପୋଲିସର ବଡ଼ ସଫଳତା: ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଯୁବତୀ ଙ୍କୁ ଧର୍ଷଣ ମାମଲାରେ ଫରାର ଯୁବକ ଗିରଫ

Sunil Chandra Nayak

Leave a Comment

error: Content is protected !!