ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ ପରବର୍ତ୍ତୀ ଚାଷ ପାଇଁ କ୍ଷେତ୍ର ପରିଦର୍ଶନ

ଧାନ ପରବର୍ତ୍ତୀ ଚାଷ ପାଇଁ କ୍ଷେତ୍ର ପରିଦର୍ଶନ

 ତେନ୍ତୁଳିଖୁଣ୍ଟି ୩୦/୧୧/୨୩ // ନବରଙ୍ଗପୁର ଜିଲ୍ଲା କୃଷିଭିତ୍ତିକ ଜିଲ୍ଲା ହୋଇଥିଲେ ମଧ୍ୟ ଜଳସେଚନ ବ୍ୟବସ୍ଥା ଯଥେଷ୍ଟ ନଥିବା ରୁ ଶୁଷ୍କ।ଞ୍ଚଳ ଭାବେ ପରିଚିତ। ଆନ୍ତର୍ଜାତିୟ ଶୁଷ୍କାଞ୍ଚଳ ଗବେଷଣାକେନ୍ଦ୍ର ଦ୍ୱାରା ରାଜ୍ୟ କୃଷି ବିଭାଗ ପ୍ରାୟୋଜିତ ଧାନ ପରବର୍ତ୍ତୀ ଫସଲ ପରିଚାଳନା କାର୍ଯ୍ୟକ୍ରମ ର କାର୍ଯ୍ୟାନ୍ଵୟନ ପାଇଁ ଆଇ ସି ଆର ଆଇ ଏସ ଏ ଟି ର ସହଯୋଗୀ ସଂସ୍ଥା ପାନ ଏଗ୍ରି କଂସଲଟାନସୀ ର ଅଧିକାରୀ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକ ର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ। ବିହନ ବଣ୍ଟନ ସହ ସାର ଓ ଅଣୁ ସାର ପ୍ରୟୋଗ ସମ୍ପର୍କରେ ବୁଝାଇଥିଲେ। ଫୁଲ ଚାଷ କରିବା କିଭଳି ଲାଭଦାୟକ ବୁଝାଇଥିଲେ। ଉକ୍ତ ସଂସ୍ଥା ର ପରିଚାଳନା ନିର୍ଦେଶକ ଡକ୍ଟର ସୁଶାନ୍ତ କୁମାର ନାୟକ , ଇମେଜ ର ପୂର୍ବତନ ନିର୍ଦେଶକ ପ୍ରଦୋଷ କୁମାର ପଟ୍ଟନାୟକ ,ପୂର୍ବତନ ଯୁଗ୍ମ କୃଷି ନିର୍ଦେଶକ ଗୁରୁପ୍ରସାଦ ତ୍ରିପାଠୀ ଓ ଜିଲ୍ଲା ସଂଯୋଜକ ଅଶୋକ ପଟ୍ଟନାୟକ ଟିମରେ ସାମିଲ ଥିଲେ। ତେନ୍ତୁଳିଖୁଣ୍ଟି ସହକାରୀ କୃଷି ଅଧିକାରୀ ମାନସ ନାୟକ ନନ୍ଦାହାଣ୍ଡି ସହକାରୀ କୃଷି ଅଧିକାରୀ ଅମିତ ମଲ୍ଲିକ ଆତ୍ମା ର ଏ ଟି ଏମ ବାଳ ଗୋବିନ୍ଦ ସାହୁ କ୍ଷେତ୍ର ପରିଦର୍ଶନ ବେଳେ ଉପସ୍ଥିତ ଥିଲେ। ଦିଗି ସଲପା ର କୃଷକ କୁନ୍ତୀ ପଣ୍ଡା ,ସୁରଜ ପତି ଭାସ୍କର ବେହେରା ଓ ପଙ୍କୁ ଗୌଡ଼ ଙ୍କ କ୍ଷେତ୍ର ପ୍ରସ୍ତୁତି ପରଖିଥିଲେ। ପ୍ରକୃତ ପକ୍ଷେ ଚଳିତ ଖରିଫ ଋତୁ ରେ ବର୍ଷା ରସ୍ଵଳ୍ପତା ଯୋଗୁଁ ଧାନ ଚାଷ ରେ କୃଷକ ଲାଭ ପାଇବା ଆଶା କମ ,ଏଣୁ ଧାନ ଫସଲ ପରବର୍ତ୍ତୀ ଡାଲି ଜାତୀୟ ଫସଲ କରିବା ଚାଷୀ ପାଇଁ ଲାଭ ଦାୟକ ହେବ । କୃଷି ବିଭାଗ ତରଫରୁ ଚଳିତବର୍ଷ ତତ୍ପରତା ସହ ଠିକ ସମୟରେ ଚଣା ବିହନ ବ୍ଲକ କୃଷି ବିଭାଗ ରେ ପହଞ୍ଚିଛି ଦେଖିବାକୁ ରହିଲା କେତେପରିମାଣ ଚାଷ କ୍ଷେତ୍ର ରେ ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ନୂତନ ବର୍ଷ ୨୦୨୩, ମହା ଆଡମ୍ବରରେ ପାଳିତ

Sunil Chandra Nayak

ଯୋଡ଼ା ପୌରପାଳିକା ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ ରଣାଙ୍କ ଦାୟିତ୍ଵ ଗ୍ରହଣ କଲେ

Sunil Chandra Nayak

ବଡ଼ବିଲ ସଙ୍କୁଳରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା : ନୂତନ ଶିକ୍ଷାନୀତି ଉପରେ ୧୪୪ ଶିକ୍ଷକଙ୍କୁ ପ୍ରଶିକ୍ଷଣ

Sunil Chandra Nayak

Leave a Comment

error: Content is protected !!