ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ବି ମଣ୍ଡିରୁ ଉଠିଲା ନାହିଁ ,ଚାଷୀ ସଙ୍ଗଠନ ଓ ମିଲର ନିଜ ଜିଦ ରେ ଅଟଳ

ଆଜି ବି ମଣ୍ଡିରୁ ଉଠିଲା ନାହିଁ ,ଚାଷୀ ସଙ୍ଗଠନ ଓ ମିଲର ନିଜ ଜିଦ ରେ ଅଟଳ

ତେନ୍ତୁଳିଖୁଣ୍ଟି ୧୯/୧୨/୨୩ ତେନ୍ତୁଳିଖୁଣ୍ଟି ବ୍ଳକର ଅଂଚଳଗୁମା ଲ୍ୟାମ୍ପ ଅଧିନର ପାତ୍ରପୁଟ ଧାନ ମଣ୍ଡି ରେ ଧାନ ଆଣିଥିବା ଚାଷୀଙ୍କ ଧାନ ଆଜି ବି ଉଠି ପାରି ନାହିଁ।ଗତ କାଲି ମଣ୍ଡି କୁ ଧାନ ଆଣିଥିବା ଚାଷୀ ଶୀତ କାକର ରେ ବେହାଲ । ଚାଷୀ ସଙ୍ଗଠନ ଓ ମିଲର ଙ୍କ ମଧ୍ୟରେ ଦୁଇ ଦୁଇ ପର୍ଯ୍ୟାୟ ଆଲୋଚନା ପରେ ବି କିଛି ନିଷ୍କର୍ଷ ବାହାରି ପାରୁନି। ଯୋଗାଣ ବିଭାଗ କିଛି ଠୋସ ପଦକ୍ଷେପ ନେବା ଜରୁରୀ କିନ୍ତୁ କାହିଁକି ବିଭାଗ ନୀରବ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମିଲର ଙ୍କ ସ୍ୱାର୍ଥ ଦେଖି ନିରବ ରହୁଥିବା ଆଲୋଚନା ହେଉଛି। ମଣ୍ଡି ପାଇଁ ନିର୍ଦ୍ଧରିତ ନିୟମ ପ୍ରକାରେ ମଣ୍ଡି ପରିଚାଳନା କରିବାରେ କୁଣ୍ଠାବୋଧ କାହିଁକି? 

୧୦ ତାରିଖରୁ ମଣ୍ଡି ଉଦଘାଟିତ ହୋଇଥିଲେ ମଧ୍ୟ ମିଲର ଙ୍କୁ ଟ୍ୟାଗ ହୋଇ ନ ଥିଲା ୧୮ ତାରିଖ ରେ ପ୍ରଥମ ଥର ଧାନ ମଣ୍ଡି କୁ ଧାନ ନେଇଥିଲେ ଚାଷୀ ।ପ୍ରଥମ ଦିନରୁ ହିଁ ସେହି ଚିରାଚରିତ କଟନୀ ଛଟନୀ କୁ ନେଇ ଚାଷୀ ମିଲର ମଧ୍ୟରେ ତୁ ତୁ ମେ ମେ ଆରମ୍ଭ ହୋଇ ଆଜି ବି ଧାନ ଉଠି ପାରି ନାହିଁ। ମଣ୍ଡିରେଯେଉଁ ମିଲର ଙ୍କ  ଧାନ ନେବାର ସରକାର ଙ୍କ ନିର୍ଦ୍ଦେଶ ରହିଛି ସେମାନେ ଚାଷିଂକ ଧାନ ନ ନେଇ ଧାନ ରୁ ଏଫ ଏ କ୍ୟୁ ନାମରେ 5 kg କଟିଙ୍ଗ କରିବୁ ବୋଲି ମିଲର ଜିଦ ଧରିଛନ୍ତି। ସେଥିରେ ଚାଷୀ ରାଜି ନାହିଁ। ଚାଷୀ 2 kg ଧାନ କଟିଂ ପାଇଁ ରାଜୀ ହୋଇଥିଲେ କିନ୍ତୁ ସରକାରୀ ନିୟମ ପ୍ରକାରେ ମିଲର ବସ୍ତା ବାବଦ କୁ ପଇସା ଦେବେ।ଏହି ନିଷ୍ପତ୍ତି କୁ ମିଲର ରାଜୀ ହେଲେ ନାହିଁ ଚାଷୀଙ୍କ ଧାନ କିଣାଯାଈ ପାରି ନାହିଁ।ଏ ବିଷୟରେ ଅଂଚଳଗୁମା ଲ୍ୟାମ୍ପ ଏମ ଡ଼ି ସୁଶୀଲ ମହାପାତ୍ର ଙ୍କୁ ପଚାରିବାରୁ କହିଲେ ଆଲୋଚନା ରୁ ଫଳ ମିଳିନି ଆସନ୍ତାକାଲି ସମାଧାନ ହେବା ସମ୍ଭାବନା ରହିଛି।

 ଉଲ୍ଲେଖଯୋଗ୍ୟ ଯେ ତେନ୍ତୁଳିଖୁଣ୍ଟି ବ୍ଲକରେ ପ୍ରତିବର୍ଷ ମଣ୍ଡି ପ୍ରାରମ୍ଭ ରୁ ଏଭଳି ଧାନ ନ ଉଠିବ ଦେଖା ଯାଉଛି। ବିନା ପ୍ରସ୍ତୁତି ରେ କାହିଁକି ମଣ୍ଡି ଉଦ୍ ଘାଟନ କରାଜସୁଛି? ବୋଲି ପ୍ରଶ୍ନ ଉଠୁଛି ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଖପ୍ରାଖୋଲ ରେ ବ୍ଲକ ସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ଉଦଯାପିତ 

masiha

ସମଗ୍ର ହିନ୍ଦୁ ସମାଜ ନର୍ଲା ଶାଖା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ 

Sunil Chandra Nayak

ମୁଖ୍ୟମନ୍ତ୍ରୀ,ତିନି ମନ୍ତ୍ରୀ ,ଦୁଇ ସାଂସଦ ସମେତ ଜିଲ୍ଲାର ୬ ବିଧାୟକଙ୍କ ରାଇରଙ୍ଗପୁର ଠାରେ ଆୟୋଜିତ ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମବାର୍ଷିକୀ ଉତ୍ସବରେ ଯୋଗଦାନ

masiha

Leave a Comment

error: Content is protected !!