ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ପାଳନ ହେଲା ଜାତୀୟ ପ୍ରେସ୍‌ ଦିବସ

ରାଉରକେଲାରେ ପାଳନ ହେଲା ଜାତୀୟ ପ୍ରେସ୍‌ ଦିବସ

ରାଉରକେଲା : ସାରା ଦେଶରେ ନଭେମ୍ବର ୧୬ ତାରିଖ ଦିନ ପାଳନ ହୋଇଛି ଜାତୀୟ ପ୍ରେସ୍‌ ଦିବସ। ଏହି ଦିନ ଭାରତୀୟ ଗଣମାଧ୍ୟମ ପରିଷଦ ବା ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆ ଗଠିତ ହୋଇଥିବାରୁ ଏହିଦିନଟିକୁ ଜାତୀୟ ପ୍ରେସ୍‌ ଦିବସ ଭାବେ ପାଳନ କରାଯାଇଥାଏ। ଏହି କ୍ରମରେ ରାଉରକେଲା ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ସହରର ଉଦିତ ନଗର ସ୍ଥିତ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଗଣମାଧ୍ୟମ ସର୍ବଦା ପ୍ରକୃତ ସତ୍ୟ ଲୋକ ଲୋଚନକୁ ଆଣିଥାଏ। ତେଣୁ ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ପାରସ୍ପରିକ ସହଯୋଗ ସ୍ଥାପନା ନିମନ୍ତେ ମୁଖ୍ୟ ଅତିଥି ଆହ୍ୱାନ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥିଭାବେ ପାନପୋଷ ଉପଖଣ୍ଡ କୃଷି ଅଧିକାରୀ ଜି. ଜୟନ ଯୋଗଦେଇ ପ୍ରେସ୍‌ ଦିବସ ଉପଲକ୍ଷେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହା ସହିତ ଆସନ୍ତା ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସମ୍ପର୍କରେ ପ୍ରଚାର ଓ ପ୍ରସାର ନିମନ୍ତେ ଅନୁରୋଧ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମର ସଞ୍ଚାଳନ ଓ ସଂଯୋଜନା ସାମ୍ବାଦିକ ମହେନ୍ଦ୍ର ମିଶ୍ର କରିଥିଲେ। ଶ୍ରୀମତୀ ଏକ୍କା ଏହି ଅବସରରେ ରାଉରକେଲା ସୂଚନା ଓ ଲୋକ ସମ୍ପର୍କ ଜିଲ୍ଲାର ସାମ୍ବାଦିକମାନଙ୍କ ସମ୍ପର୍କରେ ସୂଚନା ଦେବା ସହ ପ୍ରଶାସନ ସହିତ ମିଳିତଭାବେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ‘ଗଣମାଧ୍ୟମର ପରିବର୍ତ୍ତିର ସ୍ୱରୂପ’ ଶୀର୍ଷକ ଆଲୋଚନାରେ ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା, ନିଗମାନନ୍ଦ ଦାସ, ବିବେକାନନ୍ଦ ଦାସ,ଦେବ ପଟ୍ଟନାୟକ, ଚିତ୍ତରଞ୍ଜନ ବ୍ରହ୍ମା ପ୍ରମୁଖଙ୍କ ସମେତ ପବନ ତିୱାରୀ ନିଜର ଅନୁଭୁତି ଓ ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ବକ୍ତାମାନେ ସାମ୍ପ୍ରତିକ ସମୟରେ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ଅଭିବୃଦ୍ଧି ସହିତ ଗଣମାଧ୍ୟମର ସ୍ୱରୂପ ପରିବର୍ତ୍ତନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ବଣାଇ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସମ୍ବାଦପତ୍ର ସମ୍ବଳିତ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରାୟ ୫୦ଟି ସମ୍ବାଦପତ୍ର ଓ ପତ୍ରିକା ସ୍ଥାନ ପାଇଥିଲା। ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୁନନ୍ଦା ଦତ୍ତ, ସୌମ୍ୟ ରଞ୍ଜନ ପରିଡ଼ା, ପ୍ରଦୀପ ମଲ୍ଲିକ, ଭୁମା ଅହିର ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରକାରୀ ଅର୍ଥ ହଡପ ଘଟଣାରେ ତତ୍କାଳୀନ କିରାଣିକୁ ଗିରଫ କଲା ଭିଜିଲାନ୍ସ

Sunil Chandra Nayak

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ରେ ଆସନ୍ତା ଅକ୍ଟୋବର ୪ ତାରିଖ “ଧର୍ମଗଡ ଉପଖଣ୍ଡ ବନ୍ଦ ଡାକରା” ଦେଲା କ୍ରିୟାନୁଷ୍ଠାନ କମିଟି

masiha

ଜୁନାଗଡ଼ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!