ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ରାୟଗଡା/୧୬/୧୧/୨୪ : ରାୟଗଡା ଜିଲ୍ଳା ପ୍ରଶାସନ ଓ ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଳା ପରିଷଦ ସ୍ୱଭାଗୃହ ଠାରେ ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୪ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ ଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଡ଼ଃ ଦୟାନିଧି ବାଗ, ଅଧ୍ୟକ୍ଷା ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଡ଼ଃ ବବିଲତl ସରାଫ,ସମ୍ମାନିତ ଅତିଥି ଓ ବକ୍ତା ଭାବେ କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଦୋଷ କୁମାର ରଥ, ରାୟଗଡ ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ସେହିପରି ଉତ୍କଳ ଆଲୁମିନା କମ୍ପାନୀର ଲୋକସମ୍ପର୍କ ଅଧିକାରୀ ପିତାମ୍ବର ବେହେରା, ଜେକେ କାଗଜ କଳର ଲୋକସମ୍ପର୍କ ଅଧିକାରୀ ମିଳନ କୁମାର ବେହେରା, ଅଧ୍ୟlପକ ପି. ଅରୁଣ କୁମାର ଆଦି ଯୋଗଦାନ କରିଥିଲେ l ଅତିଥିମାନେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଚଳିତ ବର୍ଷର ଆଲୋଚ୍ୟ ବିଷୟ : ପରିବର୍ତ୍ତନଶୀଳ ଗଣମାଧ୍ୟମ ଶୀର୍ଷକ ବିଷୟବସ୍ତୁ ଉପରେ ଅତିଥିମାନେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଳାରେ କାର୍ଯ୍ୟରତ ସାମ୍ବାଦିକମାନେ ନିର୍ଭିକ,ନିରପେକ୍ଷ,ସତ୍ୟ ଓ ଗଠନମୂଳକ,ସମସ୍ୟାଭିତିକ ସମ୍ବାଦ ପରିବେଷଣ କରୁଥିବାରୁ ଜିଲ୍ଳା ପ୍ରଶାସନ ଓ ସରକାରଙ୍କ ଠାରେ ଖବରଗୁଡିକ ପଂହଚି ପାରୁଥିବାରୁ ଅନେକ ସମସ୍ୟାର ସମାଧାନ ହୋଇ ପାରିବା ସହ ଜିଲ୍ଳା ବିକାଶରେ ମଧ୍ୟ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ନିରପେକ୍ଷତା, ନିର୍ଭୀକତା, ସହୃଦୟତା ସାମ୍ବାଦିକଙ୍କ ପ୍ରାଥମିକତା ହେବା ଆବଶ୍ୟକ ବୋଲି ଉପ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାମ୍ବାଦିକ ଗୋପ ରଞ୍ଜନ ବକ୍ସିପାତ୍ର, ରାଜେଶ କୁମାର ପଟ୍ଟନାୟକ ପ୍ରମୁଖ ନିଜ ନିଜ ବ୍ୟକ୍ତବ ରଖିଥିଲେ । ରାୟଗଡା ଜିଲ୍ଳାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଦିଗରେ ସମାଧାନ ପାଇଁ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ସବୁ ସମୟରେ ସହଯୋଗ କରି ଆସୁଥିବା ବେଳେ ଚଳିତ ବର୍ଷ ରାୟଗଡା ଜିଲ୍ଳାରେ ୧୮୩ଜଣ ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା ଉପ ନିର୍ଦ୍ଦେଶକ ତଥା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରକାଶ କରିଥିଲେ । ଏହି ଦିବସ ପାଳନ ଅବସରରେ ସମସ୍ତ ସାମ୍ବାଦିକ ମାନଙ୍କୁ ଉପଢୌକନ ଦେଇ ସମ୍ମିନୀତ କରାଯାଇଥିଲା l ସେହିପରି ମହାବିଦ୍ୟାଳୟ ସ୍ତରୀୟ ବତ୍କୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀତ୍ୱ ଲାଭ କରିଥିବା ୬ଜଣ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପଖଣ୍ଡ ସୂଚନା ଲୋକସମ୍ପର ଅଧିକାରୀ, ଧଞ୍ଜୟ ବେହେରା,ବରିଷ୍ଠ ସହାୟକ, ଭବାନୀ ଶବର, ଗ୍ରନ୍ଥଗରିକ ଡମ୍ବରୁଧର ପଣ୍ଡା,ସୁଭାଷ କେରକେଟା, ସମ୍ରାଟ ସାହୁ,ରାଜେନ୍ଦ୍ର ଦୋରା ଆୟୋଜନ କରିବାର ସହଯୋଗ କରିଥିବା ବେଳେ, ବରିଷ୍ଠ କର୍ମଚାରୀ ଶ୍ରୀ ଅନନ୍ତ ପାତ୍ର ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୭୮ତିରୋଧାନ ଦିବସ ପାଳିତ

Sunil Chandra Nayak

ବ୍ରତୋପନୟନ କାର୍ଯ୍ୟରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ 

masiha

Leave a Comment

error: Content is protected !!