ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଉଳ ଅମାବାସ୍ୟା ନୀତି ପାଳିତ

ବଉଳ ଅମାବାସ୍ୟା ନୀତି ପାଳିତ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଆଜି ବଉଳ ଅମାବାସ୍ୟା ନୀତି ପାଳିତ। ସକାଳୁ ମଙ୍ଗଳ ଆଳତୀ, ମହାସ୍ନାନ, ବସ୍ତ୍ର, ତୁଳସୀ ହାର, ଫୁଲ ହାର, ପହିଲି ଭୋଗ ଲାଗି ହୋଇଥିଲା। ବଲ୍ଲଭ ଭୋଗ ଲାଗି, ଦଶଟା ବେଳେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ମଙ୍ଗଳାର୍ପଣ ପୂଜା, ଚକା, ପୁଳୀ, ଗଇଁଠା, ବଉଳ ଲାଗି ହୋଇଛି।ମଧ୍ୟାହ୍ନ ରେ ଅର୍ଣ୍ଣ ଧୂପ, ସଂଧ୍ୟା ବେଳେ ଆଳତୀ, ରାତ୍ର ରେ ରାତ୍ର ଧୂପ, ପରେ ପହଡ଼ ପଡ଼ିବ। ପୂଜକ ମଳୟ କର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମୋହନ ମହାପାତ୍ର, କାହାଳୀଆ ଟିକନ ବେହେରା ଓ ଜୀମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତି ରେ ଏହି ବଉଳ ଅମାବାସ୍ୟା ନୀତି ପାଳିତ ହୋଇଯାଇଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ଏବିଡିଓ ଙ୍କ ସୁପୁତ୍ରି ଅର୍ପିତା ତ୍ରିପାଠୀ ଜିଲ୍ଲାରେ ଦ୍ବିତୀୟ:ଡାବୁଗାଁ ବ୍ଳକ ପାଇଁ ଗୌରବ

ଗୋରୁମହିଷାଣୀ ଯୁକ୍ତ ଦୁଇ ଆଇରନ କଲେଜରେ ଆମ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମ ଶୁଭାରମ୍ଭ 

masiha

ନୂତନ ବିଚାରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Leave a Comment

error: Content is protected !!