ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଓଡିଶା ଆଇନଜୀବୀ ପରିଷଦ ର ଉପସଭାପତି ହେଲେ ଶ୍ରୀ ନରସିଂହ ତ୍ରିପାଠୀ  

ନିଖିଳ ଓଡିଶା ଆଇନଜୀବୀ ପରିଷଦ ର ଉପସଭାପତି ହେଲେ ଶ୍ରୀ ନରସିଂହ ତ୍ରିପାଠୀ 

ନବରଙ୍ଗପୁର:(୩୦|୧୨)(ରବି ନାରାୟଣ ମହାନ୍ତି)ଆଜି ମାଲକାନଗିରି ଠାରେ ଆୟୋଜିତ ୫୩ତମ ନିଖିଳ ଓଡିଶା ଆଇନଜୀବି ପରିଷଦ ର ରାଜ୍ୟ ଉପସଭାପତି ଭାବରେ ସର୍ବସମ୍ମତି କ୍ରମେ ମନୋନୀତ ହେଲେ ନବରଙ୍ଗପୁର ଜିଲ୍ଲା ଓକିଲ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ l ଦୁଇଦିନ ଧରି ମାଲକାନଗିରି ଠାରେ ଚାଲିଥିବା ରାଜ୍ୟ ଅଧିବେଶନର ଦ୍ଵିତୀୟ ଦିନରେ ନିଜର କର୍ତ୍ତବ୍ୟନିଷ୍ଠା ତଥା ବଳିଷ୍ଠ ନେତୃତ୍ୱ ର ପରାକାଷ୍ଠା ଯୋଗୁଁ ରାଜ୍ୟ ନେତୃବୃନ୍ଦ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କ ଉପରେ ଗୁରୁ ଦାୟିତ୍ୱ ଦେଇଛନ୍ତି l ଏଥିରେ ସଭାପତି ଭାବରେ ବରିଷ୍ଠ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ ର ସଭାପତି ଭାବରେ ସର୍ବସମ୍ମତି କ୍ରମେ ମନୋନୀତ କରାଯିବା ସହ ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ମନୋନୀତ କରାଯାଇଛି l ଆଗାମୀ ଦିନରେ ଶ୍ରୀ ନରସିଂହ ତ୍ରିପାଠୀ ନିଜର ଦାୟିତ୍ୱ କୁ ସୁଚାରୁ ରୂପେ ନିର୍ବାହ କରି ସଙ୍ଘର କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବେ ବୋଲି ମତବ୍ୟକ୍ତ କରିଛନ୍ତି l ଏହି ଖବର ଶୁଣିବା ପରେ ତାଙ୍କର ଶୁଭେଛୁ ତଥା ନବରଙ୍ଗପୁର ଜିଲ୍ଲାବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l 

( ମ ନି ସ)

Related posts

ଠିକା କାମ କୁ ନେଇ ପ୍ରକଳ୍ପ ପ୍ରଶାସନ ର ବ୍ୟବସାୟ । ଆୱାର୍ଡ କାମ ନାମ ରେ ହାତାହାତି ବଣ୍ଟା ଚାଲିଛି କାର୍ଯ୍ୟ । ଟେଣ୍ଡର ପ୍ରକ୍ରିୟା କରି କାର୍ଯ୍ୟ ବଣ୍ଟନ ପାଇଁ ଦାବି

masiha

ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ସରପଞ୍ଚ ସଂଘ

Sunil Chandra Nayak

ଠାକୁରାଣୀ ଯାତ୍ରା, ଘଟ ରୂପରେ ଦର୍ଶନ ଦେଲେ ମା ଠାକୁରାଣୀ

masiha

Leave a Comment

error: Content is protected !!