ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ 

ଆଜିର ଟୁର୍ନାମେଣ୍ଟ ର ଏକ ପ୍ରଦର୍ଶନୀ ମ୍ୟାଚ ଭୁବନ ମହିଳା କ୍ରିକେଟ ( ଭୁବନ ) ବାନାମ ଖୋର୍ଦ୍ଧା କ୍ରିକେଟ କ୍ଲବ (ଖୋର୍ଦ୍ଧା ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା , ଭୁବନ ପ୍ରଥମେ ଟଚ ଜିତି ବ୍ୟାଟିଂ କରିବାର ର ନିଷ୍ପତ୍ତି ନେଇଥିଲା , ଭୁବନ ପ୍ରଥମେ ଟ୍ୟାଟିଙ୍ଗ କରି ନିର୍ଦ୍ଧାରିତ 20 ଓଭର ରେ ମୂଲ୍ୟବାନ 7 ଟି ବିକେଟ ହରାଇ 94 ରନ ଖୋର୍ଦ୍ଧା ବିରୁଦ୍ଧରେ ରେ ବିଜୟ ଲକ୍ଷ ଦେଇଥିଲା,. ଦଳ ପକ୍ଷ ରୁ ସର୍ବାଧିକ ଖୁସି ମୁଖି 36 ଟି ବଲ ଖେଳି 24 ରନ ସେଥିରେ 5 ଟି ଚୌକା , ଖୋର୍ଦ୍ଧା ଦଳ ପକ୍ଷ ରୁ ସର୍ବାଧିକ ବର୍ଷା ରାଣୀ ସିଂ 4 ଓଭର ବୋଲିଂ କରି 12 ରନ ଦେଇ ମୂଲ୍ୟବାନ 3 ଟି ବିକେଟ ଆକ୍ଟିୟାର କରିଥିଲେ ସେଥିରେ ଗୋଟିଏ ଓଭର ମେଡନ ଥିଲା ,

ଜବାବ ରେ ଖୋର୍ଦ୍ଧା 94 ରନ ର ବିଜୟ ଲକ୍ଷ କୁ ପିଛା କରି ନିର୍ଦ୍ଧାରିତ 10.4 ଓଭର ଖେଳି ଦଳର 4 ବିକେଟ ହରାଇ 96 ରନ ସଂଗ୍ରହ କରି ବିଜୟୀ ହୋଇଥିଲା , ଦଳ ପକ୍ଷ ରୁ ସର୍ବାଧିକ ମହିମା ଚୌହାନ 27 ଟି ବଲ ଖେଳି 35 ରନ କରିଥିଲେ ଯେଉଁଥିରେ କି 7 ଟି ଚୌକା ସାମିଲ ଥିଲା , ବବଲୀ ନାୟକ 15 ଟି ବଲ ଖେଳି 20 ରନ କରିଥିଲେ ସେଥିରେ 2 ଚୌକା ଓ 1 ଗଟିଏ ଟି ବିଶାଳକାୟ ଛକା ସାମିଲ ,ଭୁବନ ପକ୍ଷରୁ ସର୍ବାଧିକ ଅନୁଷ୍କା ମିଶ୍ର 3 ଓଭର ବୋଲିଂ କରି 18 ରନ ବ୍ୟୟ ରେ ମୂଲ୍ୟବାନ 2 ଗୋଟି ବିକେଟ ଅକ୍ତିଆର,ଭୁବନ କପ ର ପ୍ରଦର୍ଶନୀ ମ୍ୟାଚ ରେ ଖୋର୍ଦ୍ଧା ଭୁବନ କୁ 6 ବିକେଟ ରେ ପରାସ୍ତ କଲା ।ଆଜିର ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ବର୍ଷା ରାଣୀ ସିଂ ବିବେଚିତ ହୋଇଥିଲେ ।

ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସାଗରିକା ମିଶ୍ର ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ମାତୃ ପ୍ରଶାଦ ମିଶ୍ର , ଶୃଯୁକ୍ତ ଦିଲ୍ଲୀପ କୁମାର ଦାସ , ସୁରେନ୍ଦ୍ର କୁମାର ପଥାଳ ଓ ସନ୍ତୋଷ ପୃଷ୍ଟି ଯୋଗ ଦେଇଥିଲେ।

ପ୍ରାଇଜ ସେରିମନୀ ଅତିଥି ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଜୟନ୍ତୀ ପାତ୍ର ( ଅଧ୍ୟକ୍ଷ, ଢେଙ୍କାନାଳ , ମୁନ୍ସିପାଲଟି ) , ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ରୀନାରାଣୀ ଖଟୁଆ , ଶ୍ରୀଯୁକ୍ତ ନବକିଶୋର ଗୁରୁ , ଶ୍ରୀଯୁକ୍ତ ପଦ୍ମଭୂଷଣ ସାହୁ ଭାବେ ଯୋଗ ଦେଇଥିଲେ ।

ଦୁଇ ବରିଷ୍ଠ ଆମ୍ପୟାର ଶ୍ରୀଯୁକ୍ତ ଟିଟୋନୀ ମିଶ୍ର ଓ ଜ୍ୟୋତି ପ୍ରକାଶ ମଲ୍ଲିକ ଖେଳ ପରିଚାଳନା କରିଥିଲେ ।ଭୁବନ କ୍ରିକେଟ କ୍ଲବ ର ବରିଷ୍ଠ ସଦସ୍ୟ ଅମିତାଭ ସାହୁ ମଞ୍ଚ ପରିଚାଳନା କରିଥିଲେ ।ଧାରା ବିବରଣୀ -ସଂଜୀବ କୁମାର ନାୟକ ,ସ୍କୋରର- ଏସ. ଏସ. ପତ୍ତି  ,Online ସ୍କୋରର – ପ୍ରଭାତ ମହାରଣା ,ସରୋଜ ସ୍ୱାଇଁ , ରାଜକିଶୋର ନନ୍ଦୀ ,ମନୀସ ଦାସ , ସ୍କୋରିଙ୍ଗ କରିଥିଲେ।

ଆସନ୍ତା କାଲିର ମ୍ୟାଚ ଗ୍ରାଣ୍ଡ ଫାଇନାଲ ମ୍ୟାଚ ପ୍ରୟାଗରାଜ କ୍ରିକେଟ କ୍ଲବ ( ଉତ୍ତରପ୍ରଦେଶ ) ବନାମ ଶେଖର ସ୍ପୋର୍ଟିଂ ( ଭୁବନେଶ୍ୱର ) ସହିତ ଅନୁଷ୍ଠିତ ହେବ ବୋଲି ଆୟୋଜକ ଙ୍କ ଦ୍ୱାରା ସୂଚନା ମିଳିଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ମଣ୍ଡେଇ କ୍ରିକେଟ ମ୍ୟାଚ ଦ୍ଵିତୀୟ ଦିନ:ପ୍ରଶାସନ ଓ ପୋଲିସ ଟିମ ବିଜୟୀ 

masiha

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ 

masiha

ବାଲୁଙ୍କେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଟାଟା ୧୧ ସିତାଡିହା କ୍ରିକେଟ ଟିମ ଚମ୍ପିଆନ

masiha

Leave a Comment

error: Content is protected !!