ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କନ୍ଦରପୁର କପ୍ ରାଜ୍ୟ ସ୍ତରୀୟ କ୍ରିକେଟ : ମୁକ୍ତେଶ୍ଵରକୁ ହରାଇ ୟୁନିୟନ କ୍ଲବ ସେମିରେ 

କନ୍ଦରପୁର କପ୍ ରାଜ୍ୟ ସ୍ତରୀୟ କ୍ରିକେଟ :

ମୁକ୍ତେଶ୍ଵରକୁ ହରାଇ ୟୁନିୟନ କ୍ଲବ ସେମିରେ 

କଟକ : କନ୍ଦରପୁର ରିଜୋନାଲ କ୍ଲବ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଭୁବନେଶ୍ୱରର ମୁକ୍ତେଶ୍ଵର କ୍ରିକେଟ କ୍ଲବକୁ ୯ ୱିକେଟ ବିନିମୟରେ କଟକର ୟୁନିୟନ କ୍ଲବ ପରାସ୍ତ କରି ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି । ଟସ ଜିତି ମୁକ୍ତେଶ୍ଵର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ବିସ୍ମୟ ରାଉତଙ୍କ ୫୬ ବାଲରେ ୫୭ ରନ ସହାୟତାରେ ୭ ୱିକେଟ ବିନିମୟରେ ୧୬୪ ରନ ସଂଗ୍ରହ କରିଥିଲା। ୧୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୟୁନିୟନ କ୍ଲବ ଅତି ସହଜରେ ୧୯.୧ ଓଭରରେ ମାତ୍ର ୧ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ସେମି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଦଳ ପକ୍ଷରୁ ତାପସ ରାଉତ ମାତ୍ର ୫୭ ବାଲରେ ଅପରାଜିତ ୮୩ ରନ କରି ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇ ମୁଖ୍ୟ ଅତିଥି ସାରଦା ପ୍ରସନ୍ନ ସ୍ବାଇଁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଏହି ଖେଳକୁ ଓସିଏ ପ୍ୟାନେଲ ଆମ୍ପେୟାର ରଞ୍ଜିତ ମହାରଣା ଓ ବିଭୁ ଚୌଧୁରୀ ପରିଚାଳନା କରିଥିବା ବେଳେ ଏଥିରେ ଆୟୋଜକ କ୍ଲବର କାର୍ଯ୍ୟକାରୀ ସଭାପତି ମିର୍ଜା ହିଦାୟତ ଉଲ୍ଲା,ରମେଶ ମଲ୍ଲିକ, ଶମ୍ଭୁନାଥ ପାତ୍ର,ଜ୍ୟୋତିରଂଜନ ପ୍ରଧାନ,ପରମାନନ୍ଦ ରାଉତ,ତପନ ଓଝା,ନାରାୟଣ ପ୍ରଧାନ,ବ୍ରଜ କିଶୋର ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଇଘର ମିନି ଷ୍ଟାଡିୟମରେ ହକି ବିଶ୍ଵକପ୍ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ

Sunil Chandra Nayak

ପଞ୍ଚଦିବସୀୟ ମାଁ ଦୁଲାରଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

ଓଡ଼ିଶା ଟେନିସ କ୍ରିକେଟ ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି

masiha

Leave a Comment

error: Content is protected !!