ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ପ୍ରିମିଅର ଲିଗ ନିମନ୍ତେ ଖେଳାଳି ନିଲାମ କାର୍ଯ୍ୟକ୍ରମ

ନବରଙ୍ଗପୁର—(ମସିହା)ସ୍ଥାନୀୟ ପ୍ରକାଶ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ପ୍ରିମିଅର ଲିଗ ନିମନ୍ତେ ଖେଳାଳି ନିଲାମ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ନିଲାମୀ କାର୍ଯ୍ୟକ୍ରମ ରେ କଳିଙ୍ଗ ବରୀୟର୍ସ, ନବରଙ୍ଗପୁର ରାଇଜିଙ୍ଗ ଟାଇଟାନ, ଜୟପୁର ଷ୍ଟ୍ରାଇକର, ସଂସାଇନ ସୁପର କିଙ୍ଗ, ଟି ତାଜ, ସଂସାଇନ ବ୍ଲାଷ୍ଟର ପ୍ରମୁଖ ଦଳ ଅଂଶ ଗ୍ରହଣ କରିଥିଲେ। ଏଥିରେ ମାଲକାନଗିରି ର ଦିନେସ ହଲବା ମୋଟ ୧୧୩୦୦, ପି. ରସନ କୁମାର ୧୦୦୦୦ ଏବଂ ଆଦିତ୍ୟ ରାଉତ ୯୮୦୦ ଟଙ୍କାରେ ବିକ୍ରି ହୋଇଛନ୍ତି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ତଥା କ୍ରିକେଟ ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ,ଜିଲ୍ଲା କ୍ରୀଡ଼ା ସଙ୍ଘର ଉପସଭାପତି ଏମ. ଵାଲା କୃଷ୍ଣ ରାଓ, ସମାଜ ସେବି ପ୍ରକାଶ ତ୍ରିପାଠୀ ଯୋଗ ଦେଇଥିବା ବେଳେ ଜିଲ୍ଲା କ୍ରୀଡ଼ା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଏବଂ ପୂର୍ବତନ ଖେଳାଳି ପରେଶ ଜୈନ ନିଲାମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି କ୍ରିକେଟ ସମ୍ପାଦକ ଅଶୋକ ନାୟକ ଓ ଏନ. ବିଜୟ ବିଡ଼ ଫର୍ମ ପୂରଣ କରିଥିବା ବେଳେ ଉତ୍ତମ ନାୟକ, ଦେବଦତ୍ତ ସାହୁ,, ଜି. ଦେବ କୁମାର ରେଡି, ଅଶ୍ୱିନୀ ଦାସ, ଅଭିଷେକ ଦାସ, ଶୁଭ୍ରାଂଶୁ ଶେଖର, ଦେବାଶିଷ ରାଜୁ,ଦେବାଶିଷ ରାଜୁ, ଶୁଭ୍ରାଂଶୁ ଖିଲ ଏବଂ ସର୍ବେଶ୍ୱର ସାହୁ ପ୍ରମୁଖ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜାପାନ ରେ ଅନୁଷ୍ଠିତ ଆନ୍ତର୍ଜାତିକ କରାଟେ ପ୍ରତିଯୋଗିତାର ପଦକ ବିଜେତା ଙ୍କୁ ସମ୍ବର୍ଦ୍ଧନା ସମାରୋହ ଓ ଦିନିକିଆ ଆତ୍ମରକ୍ଷା ତାଲିମ ସେମିନାର   

masiha

ରାଉତରାପୁର ପ୍ରିମିୟର୍ ଲିଗ୍ (ଆରପିଏଲ୍) ଉଜ୍ଜାପିତ 

masiha

ସପ୍ତମ ଦିନରେ ଫୁଟବଲ ମହାକୁମ୍ବ

masiha

Leave a Comment

error: Content is protected !!