ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମହାବୀର ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ମହାବୀର ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଲାଞ୍ଜିଗଡ,୨୦/୦୨(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଂଚାୟତ ମୁଷାନାଳସ୍ଥିତ ଶ୍ରୀ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ମହାବୀର ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ମୁଷାନାଳ କ୍ରିକେଟ ପଡିଆରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା, ଜଗତ ପାତ୍ର, ଯୁବ ସମାଜସେବୀ ମନୀଷ ମିଶ୍ର, କୈଳାସ ମାଝୀ, ରଘୁନାଥ ଦୋରା, ଦାମୋଦର ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଟାଙ୍ଗନକଣା ଓ କାଣ୍ଡାମା ମଧ୍ୟରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ଟାଙ୍ଗନକଣା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୭୪ ରନ କରିଥିବାବେଳେ ଦ୍ଵିତୀୟ ଇନିଂସରେ କାଣ୍ଡାମା ଦଳ ବ୍ୟାଟିଂ କରି ୭ ଓଭର ରେ ୧୦ ୱିକେଟରେ ବିଜୟ ହାସଲ କରିଥିଲା। ବାବୁନି ଦାସ ଓ ଚନ୍ଦ୍ରକାନ୍ତ ପାତ୍ର ଖେଳ ପରିଚାଳନା କରିଥିବାବେଳେ ଆୟୋଜକ କମିଟି ତରଫରୁ ଅଜୟ ପାତ୍ର, କୃଷ୍ଣ ରାଉତ, ବିକାଶ ଦଳପତି, ସଂଜୟ ପାତ୍ର, ସରୋଜ ବିଶି, ମଣ୍ଟୁ ନାଏକଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଗ୍ରାମ ବିକାଶ ଶିକ୍ଷା ନିକେତନର ବାର୍ଷିକ କ୍ରୀଡା ଉତ୍ସବ ୨୦୨୨ – ୨୩ ଅନୁଷ୍ଠିତ

Sunil Chandra Nayak

ବ୍ଲକ ସ୍ତରୀୟ ସ୍କୁଲ କ୍ରୀଡ଼ା ସଂଘ ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ମନୋନୟନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

masiha

ଗଦବା ଗୁଡା ଟି-10 ଟୁର୍ଣ୍ଣାମେଣ୍ଟ ଉଦଯାପିତ: ନବରଙ୍ଗପୁର ଦଳ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!