ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବାଲୁଙ୍କେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଟାଟା ୧୧ ସିତାଡିହା କ୍ରିକେଟ ଟିମ ଚମ୍ପିଆନ

 ବାଲୁଙ୍କେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଟାଟା ୧୧ ସିତାଡିହା କ୍ରିକେଟ ଟିମ ଚମ୍ପିଆନ

ବସ୍ତା ୧୨/୨ : ବସ୍ତା ବ୍ଲକ୍ ନାବରା ପଞ୍ଚାୟତ ଅଧିନସ୍ଥ ସିମୁଳିଆ ଖେଳ ପଡିଆରେ ବାବା ବାଲୁଙ୍କେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ ।ଫାଇନାଲରେ ଶଙ୍କର ନାଥ କ୍ରିକେଟ ଟିମ କୁ ହରାଇ ଟାଟା ୧୧ ସିତାଡିହା ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ଟାଟା ୧୧ ସିତାଡିହା କ୍ରିକେଟ ଟିମ କୁ ଟାଟା ଏଆଇଏ ର ସୁବ୍ରତ କନ୍ସଟେନ୍ସି ସ୍ପନସର କରିଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ପର୍ଯ୍ଯଟନ ମନ୍ତ୍ରୀ ଅଶ୍ୱନୀ ପାତ୍ର ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ଆଗାମୀ ଦିନରେ ନାବରା ଏବଂ ସିମୁଳିଆ ଅଞ୍ଚଳରେ କିଭଳି କ୍ରୀଡ଼ା ଭିତ୍ତିଭୂମିର ଅଧିକ ବିକାଶ ହୋଇପାରିବ, ସେ ନେଇ ଯୁବପିଢିଙ୍କୁ ସହଯୋଗ କରିବେ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପାତ୍ର କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସୁଜାତା ଦଣ୍ଡପାଟ, ଦମଦାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ , ବାବା ବାଲୁଙ୍କେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରେସିଡେଣ୍ଟ ଜ୍ୟୋତି ପ୍ରକାଶ ସାହୁ, ହିମାଂଶୁ ସେଠି, ହେମନ୍ତ ପ୍ରଧାନ,ସୁଶାନ୍ତ ଦାସ, ଚିନ୍ମୟ କୁମାର ସେଠି ଏବଂ ଅନ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

୧୬ ଏବଂ ୧୯ ବର୍ଷରୁ କମ୍ ବୟସ କ୍ରିକେଟ ଖେଳାଳି ନିମନ୍ତେ ଦୁଇ ଦିନିଆ ପଞ୍ଜିକରଣ କାର୍ଯ୍ୟକ୍ରମ 

masiha

ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ଜିଲ୍ଲା ଦଳ ଘୋଷଣା

masiha

ଜିଲ୍ଲା ବିଦ୍ୟାଳୟ ସମୂହ ଖେଳ ଓ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!