ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୧୬ତମ ରାଜା ଅନୁପସିଂ ଦେଓ ମେମୋରିଅଲ ଫୁଟବଲ୍ ଟୁର୍ଣ୍ଣାମେନ୍ଟ ଦର୍ଶକ ସହିତ ଭବ୍ୟ ଉଦଯାପନି ହେଲା,୪-୧ ଗୋଲରେ ଜାମଖୁନ୍ତା ଦଳ ଚାମ୍ପିଅନ 

୧୬ତମ ରାଜା ଅନୁପସିଂ ଦେଓ ମେମୋରିଅଲ ଫୁଟବଲ୍ ଟୁର୍ଣ୍ଣାମେନ୍ଟ ଦର୍ଶକ ସହିତ ଭବ୍ୟ ଉଦଯାପନି ହେଲା,୪-୧ ଗୋଲରେ ଜାମଖୁନ୍ତା ଦଳ ଚାମ୍ପିଅନ 

 ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳ ପଡିଆଠାରେ ୧୬ ତମ ରାଜା ଅନୁପସିଂ ଦେଓ ମୋମୋରିଆଲ ଫୁଟବଲ ଟୁର୍ନାମେନ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ରୁପେ ଶ୍ରୀମତି ମାଳବିକା ଦେବୀ କଳାହାଣ୍ଡି ସାଂସଦ ତଥା ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ଅଧିରାଜ୍ ମୋହନ ପାଣିଗ୍ରାହୀ ବିଧାୟକ ଖଡ଼ିଆଳ, ଶ୍ରୀଯୁକ୍ତ ଅର୍କ କେଶରୀ ଦେଓ ପୂର୍ବତନ ସାଂସଦ କଳାହାଣ୍ଡି, ଶ୍ରୀଯୁକ୍ତ ଉଜ୍ଜ୍ବଳ ଗୁପ୍ତା ଅଧ୍ୟକ୍ଷ ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦ, ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ନାୟକ ପୂର୍ବତନ ଉପାଧ୍ୟକ୍ଷ କୋମନା ବ୍ଲକ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଫାଇନାଲ ମ୍ୟାଚ ଜାମଖୁଣ୍ଟା ଏବଂ ବଲାଙ୍ଗିର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜାମଖୁଣ୍ଟା ଦଳ ୪-୧ ଗୋଲରେ ବିଜୟୀ ହୋଇ ନବମ ଥର ପାଇଁ ଚାମ୍ପିଅନ ହେଲା। ବେଷ୍ଟ ଗୋଲ କିପର, ବେଷ୍ଟ ସ୍କୋରର ଙ୍କୁ ମୁଖ୍ୟ ଅତିଥି ଦ୍ଵାରା ସମ୍ମାନିତ କରା ଯାଇଥିଲା !ତାପସ ପତି,ସୌରଭ ପଣ୍ଡା, ଅମୂଲ୍ୟ ବାରିକ, କ୍ଷିରୋଦ ଭୋଇ ଏବଂ ନିଲୁ ଭୋଇ ଖେଳ ପରିଚାଳନା କରିଥିବା ବେଳେ ପ୍ରକାଶ ପାତ୍ର, ଧନଞ୍ଜୟ ମଲ୍ଲିକ ଏବଂ ପୁନ୍ୟତୋଷ ମୁଣ୍ଡ ଖେଳ ଧାରାବିବରଣି ପ୍ରଦାନ କରିଥିଲେ । ସେହିଭଳି ଅନୁପସିଂ ଦେଓ ମେମୋରିଅଲ ଟ୍ରଷ୍ଟ ସଭାପତି ଅଙ୍କିତ ସିଂଦେଓ, ସମ୍ପାଦକ ଟୁନା ନାଏକ, ପ୍ରଭୁ ଦତ୍ତ ଗଉଡ , ଝିନ୍ତୁ ମହାପାତ୍ର, ମହମ୍ମଦ ଆକିବ ରାଜା, ଦେବ ପ୍ରଧାନ, ତପନ ପାତ୍ର,ବିବେକାନନ୍ଦ ପୋଡ, ଆରିଫ ମହମ୍ମଦ, ପ୍ରଶାନ୍ତ ପ୍ଟନାୟକ, ସୁଶାନ୍ତ ସ୍ୱାଇଁ, ସୁଶାନ୍ତ ସାହୁ, ଶ୍ୟାସୁନ୍ଦର ନାଗ ପ୍ରମୁଖ ସହଯୋଗ କରିଥଲେ। ମୁଖ୍ୟ ଅତିଥି ଦ୍ଵାରା ବିଜେତା ଏବଂ ଉପବିଯେତା ଦଳକୁ ନଗତ ରାଶି ସହିତ ଟ୍ରଫି ପ୍ରଦାନ କରାଗଲା ! 

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ଲାବଣ୍ୟ ମାଝୀ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ମହିଳା କବାଡି ପ୍ରତିଯୋଗିତାରୁ ଆରମ୍ଭ ହେଲା ଚଇତି କ୍ରୀଡା ମହୋତ୍ସବ

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫  ପ୍ରଥମ ଥର ପାଇଁ ମହିଳା ଗଣଦୌଡ ପ୍ରତିଯୋଗିତା

masiha

Leave a Comment

error: Content is protected !!