ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବିଦେଶରେ ନବରଙ୍ଗପୁର ଜିଲ୍ଲାର ବାପା ପୁଅଙ୍କୁ ସ୍ଵର୍ଣ ପଦକ

ନବରଙ୍ଗପୁର—(ମସିହା) ଚଳିତ ମାସ ୧୧ ଓ ୧୨ ଫେୃଆରୀ – ରେ ଜାପାନ ର କେଶାରଜୁ, ଚିବାକାନ ସହର ଟୋକିଓ ରେ ଅନୁଷ୍ଠିତ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ରେ ନବରଙ୍ଗପୁର ସହରର ଆନ୍ତର୍ଜାତୀୟ କରାଟେ ଏବଂ କୋବୁଡୁ( ଅସ୍ତ୍ରଶସ୍ତ୍ର ଚାଳନା) ର ପ୍ରଶିକ୍ଷକ ସେନ୍ସେଇ ଶରତ କୁମାର ରାଉତ ଓ ତାଙ୍କ ପୁତ୍ର ଆନ୍ତର୍ଜାତୀୟ କରାଟେ କ୍ରୀଡାବିତ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ହିର୍ଲି , ନବରଙ୍ଗପୁର ର ଷଷ୍ଠ ଶ୍ରେଣୀ ଛାତ୍ର ସନ୍ଦୀପ କୁମାର ରାଉତ ଉକ୍ତ ବିଶ୍ଵ କରାଟେ ପ୍ରତିଯୋଗିତାରେ ଖେଳି ବାପା ପୁଅ ର ଯୋଡ଼ି ଗୋଟିଏ ଲେଖାଏଁ ସ୍ଵର୍ଣ୍ଣ ପଦକ ଜିତି ଜିଲ୍ଲା , ରାଜ୍ୟ ତଥା ଦେଶର ନାମ କୁ ଶୀର୍ଷ ସ୍ଥାନ ରେ ପହଞ୍ଚାଇ ପାରିଛନ୍ତି। ସନ୍ଦୀପ କୁମାର ରାଉତ ପନ୍ଦର ବର୍ଷ ରୁ କମ ବ୍ୟତିଗତ କରାଟେ କାତା ଏଭେଣ୍ଟ ରେ ଭାଗ ନେଇ ନିଜର ଦମଦାର ପ୍ରଦର୍ଶନ ଦେଖାଇ ପ୍ରଥମ ସ୍ଥାନ ସ୍ଵର୍ଣ୍ଣ ପଦକ ଜିତି ଥିବାବେଳେ , ସେଂସାଇ ଶରତ କୁମାର ରାଉତ ପଞ୍ଚାବନ ବର୍ଷ ରୁ କମ ବ୍ଲାକବେଲ୍ଟ ମାଷ୍ଟର୍ସ କାଟା ଇଭେଣ୍ଟ ରେ ନିଜର ଚମତ୍କାରିତା ଦେଖେଇ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏହି ବାପ ପୁଅ ଆନ୍ତର୍ଜାତୀୟ କରାଟେ ସ୍ଵର୍ଣ୍ଣ ପଦକ ବିଜେତା ଯୋଡ଼ିଙ୍କୁ ବିଶ୍ୱ କରାଟେ ଫେଡରସନ ର ପ୍ରତିଷ୍ଠାତା ଗ୍ରାଣ୍ଡ ମାଷ୍ଟର ନିମୁରା କେଞ୍ଜି ସାନ , ଏବଂ ସମ୍ପାଦକ ମାସାକି କେଞ୍ଜୀ ସାନ ଏହି ବାପପୁଅ ଯୋଡ଼ି ସେନ୍ସେଇ ଶରତ କୁମାର ରାଉତ ଓ ସନ୍ଦୀପ କୁମାର୍ ରାଉତ ଙ୍କୁ ସ୍ଵର୍ଣ୍ଣ ପଦକ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ବିଶ୍ଵ କରାଟେ ଫେଡରସନ ର ସଭାପତି କେ. ଭି. ମନହାରନ ଉପସ୍ଥିତ ରହି ଭାରତ ପାଇ ଗୌରବ ଆଣିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପ୍ରତିଯୋଗିତା ରେ ସେଂସେଇ ଶରତ କୁମାର ରାଉତ ଙ୍କୁ ଇଣ୍ଡିଆ ଆମ୍ବସଦର୍ ଭାବେ ନିଯୁକ୍ତି ଓ କାର୍ଯ୍ୟଭାର ଦିଆଯାଇଛି। ବିଦେଶରେ ନବରଙ୍ଗପୁର ଜିଲ୍ଲା ନାମ ଆଗକୁ ବଢ଼ାଇ ଥିବାରୁ ଉପସଭାପତି ଏମ. ବାଲା କୃଷ୍ଣ ରାଓ , କ୍ରୀଡ଼ା ସଂଘ ର ସହ ସମ୍ପାଦକ ତଥା ଟେଲି ଫିଲ୍ମ ନିର୍ଦେଶକ ଶ୍ରୀ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘର ସମ୍ପାଦକ ରାମ ପ୍ରସାଦ ପାତ୍ର ସମେତ ଜିଲ୍ଲାର କ୍ରୀଡା ପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି।ବିଶ୍ଵ କରାଟେ କ୍ରୀଡା ଜଗତରେ ନବରଙ୍ଗପୁର ଜିଲ୍ଲାର ମାନ ସମ୍ମାନ କୁ ଏହି ବାପ ପୁଅ ବୃଦ୍ଧି କରିଥିବାରୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧନା କରିବା ପାଇଁ ଜିଲ୍ଲା ର କ୍ରୀଡାବିତ ଓ ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଲଗାତାର ୨ୟ ଥର ବିଜୟ ର ମୁକୁଟ ପିନ୍ଧିଲା କନ୍ତିଓ ପୁଟସାହି

Sunil Chandra Nayak

ଅଡ଼ାବାଡ଼ି ଚମ୍ପିୟାନସିପ୍ କ୍ରିକେଟ୍ ଟୁର୍ନାମେଣ୍ଟର ଉଦଯାପିତ , କଦମ ଦ୍ୱାର ସାହି ଟିମ୍ ହେଲା ବିଜୟୀ 

masiha

୧୧ତମ ରାଜ୍ଯ ମୁଏଥାଇ ଚାମ୍ପିଅନସିପ ୨୦୨୩ – ଉଦଯାପିତ

Leave a Comment

error: Content is protected !!