ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମୁଣ୍ତମରାଇ ରେ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ 

ମୁଣ୍ତମରାଇ ରେ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ 

ନବରଙ୍ଗପୁର:(୮/୧୨/୨୪)(ରବି ନାରାୟଣ ମହାନ୍ତି) ଧରାକୋଟ ନିକଟସ୍ଥ ମୁଣ୍ତମରାଇ ସ୍ଥିତ ଅନନ୍ତ ନାରାୟଣ ବିଦ୍ୟାପୀଠ ଖେଳ ପଡିଆ ରେ ସନ୍ତୋଷୀ,ଜଗନ୍ନାଥ,ତାପସ ମେମୋରିଆଲ କ୍ରିକେଟ ଟୁର୍ଣାମେଣ୍ଟ ଅଞ୍ଚଳର ବିଶିଷ୍ଟ ସମାଜସେବୀ ସୁରେନ୍ଦ୍ର ନାଥ ଗୌଡ଼ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଥିବା ବେଳେ ଏଥିରେ ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟା ମାନିନୀ ପାତ୍ର, ଏ ବି ଇ ଓ ସିମାଞ୍ଚଳ ବେହେରା,ବରିଷ୍ଠ ସାମ୍ବାଦିକ ମନୋଜ ମୁନି,ସମାଜ ସେବୀ ଅଶୋକ ସାହୁ,ଜ୍ୟୋତି ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ମୁଣ୍ତମରାଇ ଗେଲେକ୍ସି ଇଲେଭେନ ଦ୍ଵାରା ଆୟୋଜିତ ଏହି ଟୁର୍ଣାମେଣ୍ଟ ରେ ଷୋହଳ ଗୋଟି ଦଳ ଭାଗ ନେବେ । ଆଜି ଉଦ୍ଘାଟନୀ ମ୍ୟାଚରେ ଇଗଲ କ୍ରିକେଟ କ୍ଲବ ହିଞ୍ଜିଳି ଓ ପାୱାର ଟିମ ଆସିକା ମଧ୍ୟରେ ମୁକାବିଲା ହୋଇଥିଲା । ଟସ ଜିଣିବା ପରେ ଆସିକା ଦଳ ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଆଜିର ମ୍ୟାଚ ରେ ଏମ୍ପାଏର ଭାବରେ ହରିଶଙ୍କର ପତି ଓ ଚକ୍ରଧର ପ୍ରଧାନ ଦାୟିତ୍ଵ ତୁଲାଇଥିବା ବେଳେ ପ୍ରଶାନ୍ତ କୁମାର ଡାକୁଆ ଧାରା ବିବରଣୀ ପ୍ରଦାନ କରିଥିଲେ। ରୀଙ୍କୁ ସେଠୀ,ଅନିଲ ସୁଆର,ହୃଷୀକେଶ ମହାରଣା,ଆଲୋକ ରାଉତ,ଟୁନା ସେଠୀ ଓ ଦେବାଶିଷ ନାୟକ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ପ୍ରଥମ ଦିନର ମେଚ ରେ ହିଞ୍ଜିଳି ଇଗଲ କ୍ରିକେଟ ଦଳ ଆସିକା ପାୱାର ଦଳକୁ ୮୮ରନ ରେ ପରାଜିତ କରି ବିଜୟୀ ହୋଇଥିବା ବେଳେ ହିଞ୍ଜିଳି ଦଳର ଶ୍ରୀତମ ୮୦ ରନ ସଂଗ୍ରହ କରି ମେନ ଅଫ ଦି ମେଚ ଘୋଷିତ ହୋଇଥିଲେ । ଆସନ୍ତାକାଲି ସୋମବାର ଦିନ ଏ ଏନ ସି ସି ଆସିକା ଓ ମୁଜାଗଡ ଦଳ ମଧ୍ୟରେ ମେଚ ଖେଳାଯିବ । ( ମ ନି ସ ) 

Related posts

ଓଡ଼ିଶା କ୍ରିକେଟ କୋଚ୍ ଦ୍ଵାରା କୋଚିଂ କେମ୍ପ ଆରମ୍ଭ

masiha

ସୁବର୍ଣ୍ଣ ରେଖା ହାଇସ୍କୁଲ ରେ ବାର୍ଷିକୀ କ୍ରୀଡା ଉତ୍ସବ ଉଦଘାଟନ

masiha

ଗ୍ରାମ ବିକାଶ ଶିକ୍ଷା ନିକେତନ ଆବାସିକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

Sunil Chandra Nayak

Leave a Comment

error: Content is protected !!