ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାୟଗଡା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

ରାୟଗଡ଼ା ତା:୩୦.୧୨.୨୦୨୨.//   ପୁରୁଷ ହକି ବିଶ୍ୱ କପ୍ ୨୦୨୩ ଅବସରରେ ରାୟଗଡ଼ା ବ୍ଲକ ସ୍ତରୀୟ ଭଲିବଲ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ରାୟଗଡ଼ା ମାନ୍ୟବର ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ରୂପେ ଯୋଗଦେଇ ବ୍ଲକ ସ୍ତରୀୟ କ୍ରୀଡାର ଉଦଘାଟନ କରି ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିଥିଲେ । ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ୨୮ ଗୋଟି ପଞ୍ଚାୟତରୁ ପଞ୍ଚାୟତ ସ୍ତରୀୟ କ୍ରୀଡ଼ାରେ କୃତୀ ୨୮ ଗୋଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ ।ସେମି ଫାଇନାଲ ମ୍ୟାଚ ହାଲୁଆ ଓ କାରୁବାଇ, କାର୍ଲାକଣା ଓ ବୈରାଗୀ ହାଲୁଆ ମଧ୍ୟରେ ହୋଇଥିବା ବେଳେ ଫାଇନାଲ ମ୍ୟାଚ ହାଲୁଆ ଓ କାର୍ଲାକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶେଷରେ ଏକ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚରେ ହାଲୁଆ ୧୮ – ୬ ପଏଣ୍ଟ ରେ ବିଜୟୀ ହୋଇଥିଲା । ବିଡିଓ ଲକ୍ଷ୍ମୀନାରାୟଣ ସାବତ, ଏବିଡ଼ିଓ କାଳୁ ଚରଣ ନାୟକ, ସହକାରୀ ଯନ୍ତ୍ରୀ ଏ ସାନମୁଖା କୁମାର ପାତ୍ର, ୨୮ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ୱାର୍ଡ ସଭ୍ୟ, ସଭ୍ୟା, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତା ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡା ମନୋଭାବ ସୃଷ୍ଟି କରିବା ସହ ସମସ୍ତଙ୍କୁ ଏକ ରଜୁରେ ବାନ୍ଧିପାରିଥିବା ବିଡିଓ ଶ୍ରୀ ସାବତ ପ୍ରକାଶ କରିଛନ୍ତି । ଜିପିଇଓ ଗୋପାଳ ପଣ୍ଡା ଏହାର ପରିଚାଳନା କରିଥିଲେ ଓ ସମସ୍ତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ସହଯୋଗ କରିଥିଲେ ।

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବିଜୁ ମେମୋରିଆଲ ଦିବାରାତ୍ର ଫୁଟବଲ ଟୁର୍ନାମେଣ୍ଟ

Sunil Chandra Nayak

ବାରଖମା ହାତେ ଏକ ଦିବସୀୟ କବାଡି ଟ୍ରଫି : ଫାଇନାଲ ରେ ଚାମ୍ପିଅନ୍‌ ହେଲା ସ୍ପୋର୍ଟ୍ସ କ୍ଲବ ବାରଖମା

Sunil Chandra Nayak

ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା “ଉତ୍ସାହ” ଉଦଯାପିତ

Sunil Chandra Nayak

Leave a Comment

error: Content is protected !!