ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାୟଗଡା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

ରାୟଗଡ଼ା ତା:୩୦.୧୨.୨୦୨୨.//   ପୁରୁଷ ହକି ବିଶ୍ୱ କପ୍ ୨୦୨୩ ଅବସରରେ ରାୟଗଡ଼ା ବ୍ଲକ ସ୍ତରୀୟ ଭଲିବଲ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ରାୟଗଡ଼ା ମାନ୍ୟବର ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ରୂପେ ଯୋଗଦେଇ ବ୍ଲକ ସ୍ତରୀୟ କ୍ରୀଡାର ଉଦଘାଟନ କରି ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିଥିଲେ । ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ୨୮ ଗୋଟି ପଞ୍ଚାୟତରୁ ପଞ୍ଚାୟତ ସ୍ତରୀୟ କ୍ରୀଡ଼ାରେ କୃତୀ ୨୮ ଗୋଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ ।ସେମି ଫାଇନାଲ ମ୍ୟାଚ ହାଲୁଆ ଓ କାରୁବାଇ, କାର୍ଲାକଣା ଓ ବୈରାଗୀ ହାଲୁଆ ମଧ୍ୟରେ ହୋଇଥିବା ବେଳେ ଫାଇନାଲ ମ୍ୟାଚ ହାଲୁଆ ଓ କାର୍ଲାକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶେଷରେ ଏକ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚରେ ହାଲୁଆ ୧୮ – ୬ ପଏଣ୍ଟ ରେ ବିଜୟୀ ହୋଇଥିଲା । ବିଡିଓ ଲକ୍ଷ୍ମୀନାରାୟଣ ସାବତ, ଏବିଡ଼ିଓ କାଳୁ ଚରଣ ନାୟକ, ସହକାରୀ ଯନ୍ତ୍ରୀ ଏ ସାନମୁଖା କୁମାର ପାତ୍ର, ୨୮ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ୱାର୍ଡ ସଭ୍ୟ, ସଭ୍ୟା, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତା ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡା ମନୋଭାବ ସୃଷ୍ଟି କରିବା ସହ ସମସ୍ତଙ୍କୁ ଏକ ରଜୁରେ ବାନ୍ଧିପାରିଥିବା ବିଡିଓ ଶ୍ରୀ ସାବତ ପ୍ରକାଶ କରିଛନ୍ତି । ଜିପିଇଓ ଗୋପାଳ ପଣ୍ଡା ଏହାର ପରିଚାଳନା କରିଥିଲେ ଓ ସମସ୍ତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ସହଯୋଗ କରିଥିଲେ ।

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ମ.ରାମପୁର ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ // ମହିଳା ବିଭାଗରେ ମ.ରାମପୁର ଓ ପୁରୁଷ ବିଭାଗରେ ମୁଡ଼ିଂ ଚମ୍ପିଅନ୍‌

Sunil Chandra Nayak

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଭବାନୀପାଟଣା କୁ ହରାଇ ଜୁନାଗଡ଼ ବିଜୟୀ

masiha

ଧର୍ମଗଡ଼ ଏନ୍ଏସି ପକ୍ଷରୁ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଚମ୍ପିୟାନ

masiha

Leave a Comment

error: Content is protected !!