ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକକୁ ପଛ ଆଡୁ ଧକ୍କା ଦେଲା ବାଇକ

ପାପଡାହାଣ୍ଡି,30/12, ମିନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା 26 ନମ୍ବର ଜାତୀୟ ରାଜପଥର ପ୍ରଧାନୀଗୁଡା ଏସାର ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ବାଇକ ପଛ ପଟେ ଅନ୍ୟ ଏକ ବାଇକ ଧକ୍କା ହୋଇ ତିନିଜଣ ଆହତ ହୋଇଛନ୍ତି | ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ପାପଡାହାଣ୍ଡି ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ସୂଚନା ମୁତାବକ ଚନ୍ଦ୍ରପୁର ଦିଶାରୀଗୁଡା ରୁ ଚିତ ମାଝୀ, ମୁରି ମାଝୀ ଓ କମଳା ଭତରା ଏକ ବାଇକ OD 24 3433 ରେ ଚିକିଲି ଯାଉଥିବା ସମୟରେ ପଛ ପଟୁ ଧନସୁଲି ରୁ ଅଣ୍ଟାସର ଯାଉଥିବା ଗୋବିନ୍ଦ ହରିଜନ ଓ ତାନଭି ହରିଜନ ଙ୍କ ବାଇକ OD 10T 0800 ଧକ୍କା ହୋଇଥିଲା | ଏଥିରେ ମୁରିଙ୍କର ମୁଣ୍ଡ ଫାଟିଥିବା ବେଳେ କମଳା ଓ ଗୋବିନ୍ଦ ସହ ତାନଭି ମଧ୍ୟ ଆହାତ ହୋଇଛନ୍ତି | ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରୂପାନ୍ତରିତ ଓଡ଼ିଶା ର ସଚେତନତା କାର୍ଯକ୍ରମ 

masiha

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳରେ ଦ୍ଵି- ଦିବସୀୟ ପ୍ରାଥମିକ ବିପର୍ଯ୍ୟୟ ପରିଚାଳନା ତାଲିମ୍ କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ 

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ଗଣଦୌଡ ପ୍ରତିଯୋଗିତା 

masiha

Leave a Comment

error: Content is protected !!