ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକକୁ ପଛ ଆଡୁ ଧକ୍କା ଦେଲା ବାଇକ

ପାପଡାହାଣ୍ଡି,30/12, ମିନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା 26 ନମ୍ବର ଜାତୀୟ ରାଜପଥର ପ୍ରଧାନୀଗୁଡା ଏସାର ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ବାଇକ ପଛ ପଟେ ଅନ୍ୟ ଏକ ବାଇକ ଧକ୍କା ହୋଇ ତିନିଜଣ ଆହତ ହୋଇଛନ୍ତି | ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ପାପଡାହାଣ୍ଡି ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ସୂଚନା ମୁତାବକ ଚନ୍ଦ୍ରପୁର ଦିଶାରୀଗୁଡା ରୁ ଚିତ ମାଝୀ, ମୁରି ମାଝୀ ଓ କମଳା ଭତରା ଏକ ବାଇକ OD 24 3433 ରେ ଚିକିଲି ଯାଉଥିବା ସମୟରେ ପଛ ପଟୁ ଧନସୁଲି ରୁ ଅଣ୍ଟାସର ଯାଉଥିବା ଗୋବିନ୍ଦ ହରିଜନ ଓ ତାନଭି ହରିଜନ ଙ୍କ ବାଇକ OD 10T 0800 ଧକ୍କା ହୋଇଥିଲା | ଏଥିରେ ମୁରିଙ୍କର ମୁଣ୍ଡ ଫାଟିଥିବା ବେଳେ କମଳା ଓ ଗୋବିନ୍ଦ ସହ ତାନଭି ମଧ୍ୟ ଆହାତ ହୋଇଛନ୍ତି | ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସାପ କାମୁଡାରେ ଯୁବକ ମୃତ୍ୟୁ ସନ୍ଦେହ

Sunil Chandra Nayak

ରସାୟନ ବିଜ୍ଞାନ ପ୍ରଫେସର ଙ୍କ ପରଲୋକ

Sunil Chandra Nayak

ପାଉଡର ମେଟାଲରଜି ଆଣ୍ଡ ସ୍ମାର୍ଟ୍ ମ୍ୟାଟେରିଆଲ ଉପରେ କର୍ମଶାଳା

masiha

Leave a Comment

error: Content is protected !!