ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା ଯୁବକଂଗ୍ରେସ ପୂର୍ଣ୍ଣାଙ୍ଗ କମିଟିରେ ତେନ୍ତୁଳିଖୁଣ୍ଟି ରୁ ଦୁଇ ଜଣ : ବ୍ଲକ ଯୁବକଂଗ୍ରେସ ହେଲେ ପଙ୍କଜ

ତେନ୍ତୁଳିଖୁଣ୍ଟି 30/12/22 ଆଗାମୀ ସାଧାରଣ ନିର୍ବାଚନ ରେ ଯୁବକଂଗ୍ରେସ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଏଣୁ ଯୁବକଂଗ୍ରେସ କୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ଉଦେଶ୍ୟରେ ଜିଲ୍ଲା ଯୁବକଂଗ୍ରେସ ର ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଛି। ଏହି କମିଟିରେ ତେନ୍ତୁଳିଖୁଣ୍ଟି ବ୍ଲକ ରୁ ଦୁଇ ଜଣ ଯୁବକଂଗ୍ରେସ ଜିଲ୍ଲା ସମ୍ପାଦକ ଭାବେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦିଗି ପଂଚାୟତ ସରପଞ୍ଚ କିଶୋର ନାୟକ ଓ ଦଶା ମାଝୀ । ସେହିଭଳି ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ନିର୍ମଳ ଖଣ୍ଡ ପାନ ଓ ବ୍ଲକ ଯୁବକଂଗ୍ରେସ ସଭାପତି ପଙ୍କଜ ଖରା ମନୋନୀତ ହୋଇଛନ୍ତି। ଜାତୀୟ କଂଗ୍ରେସ ଦଳର ଆଦର୍ଶ କୁ ତୃଣମୂଳ ସ୍ତର ରେ ଯୁବ ମାନସ ରେ ପହଞ୍ଚାଇ ଜାତୀୟତା କୁ ମନ୍ତ୍ର କରି ଦଳକୁ ସଂଗଠିତ କରିବା ମୂଳମନ୍ତ୍ର ହେବ ବୋଲି ଚୟନ ହୋଇଥିବା କର୍ମକର୍ତ୍ତା ଙ୍କୁ ଜିଲ୍ଲା ଯୁବକଂଗ୍ରେସ ସଭାପତି ଦ୍ଵାରିକା ମହାପାତ୍ର ସେମାନଙ୍କୁ ବାର୍ତ୍ତା ଦେଇଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ , ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବରିଷ୍ଠ ନେତା ସଦନ ନାୟକ ଜିଲ୍ଲା କଂଗ୍ରେସ ର ଆଦିବାସୀ ସେଲ ସଭାପତି ଦିଲିପ ପ୍ରଧାନୀ ପ୍ରମୂଖ ଙ୍କୁ ମନୋନୀତ କର୍ମକର୍ତ୍ତା କୃତଜ୍ଞତା ଜଣାଇଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝୀ ଙ୍କ ଗାଡିକୁ ମଇଦଲ ପୁର ଠାରେ ଅଣ୍ଡା ମାଡ଼ 

masiha

ଆମ୍ ଆଦମୀ ପାର୍ଟି ଉତ୍ତର ଭୁବନେଶ୍ୱରର ବିଧାନସଭା ସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ

Sunil Chandra Nayak

ଭାରତୀୟ ଜନତା ପାର୍ଟି ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଙ୍କୁ ସମ୍ବର୍ଦ୍ଧନା ଖୋଲିଲା ନିର୍ବାଚନୀ କାର୍ଯ୍ୟାଳୟ

masiha

Leave a Comment

error: Content is protected !!