ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା ଯୁବକଂଗ୍ରେସ ପୂର୍ଣ୍ଣାଙ୍ଗ କମିଟିରେ ତେନ୍ତୁଳିଖୁଣ୍ଟି ରୁ ଦୁଇ ଜଣ : ବ୍ଲକ ଯୁବକଂଗ୍ରେସ ହେଲେ ପଙ୍କଜ

ତେନ୍ତୁଳିଖୁଣ୍ଟି 30/12/22 ଆଗାମୀ ସାଧାରଣ ନିର୍ବାଚନ ରେ ଯୁବକଂଗ୍ରେସ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଏଣୁ ଯୁବକଂଗ୍ରେସ କୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ଉଦେଶ୍ୟରେ ଜିଲ୍ଲା ଯୁବକଂଗ୍ରେସ ର ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଛି। ଏହି କମିଟିରେ ତେନ୍ତୁଳିଖୁଣ୍ଟି ବ୍ଲକ ରୁ ଦୁଇ ଜଣ ଯୁବକଂଗ୍ରେସ ଜିଲ୍ଲା ସମ୍ପାଦକ ଭାବେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦିଗି ପଂଚାୟତ ସରପଞ୍ଚ କିଶୋର ନାୟକ ଓ ଦଶା ମାଝୀ । ସେହିଭଳି ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ନିର୍ମଳ ଖଣ୍ଡ ପାନ ଓ ବ୍ଲକ ଯୁବକଂଗ୍ରେସ ସଭାପତି ପଙ୍କଜ ଖରା ମନୋନୀତ ହୋଇଛନ୍ତି। ଜାତୀୟ କଂଗ୍ରେସ ଦଳର ଆଦର୍ଶ କୁ ତୃଣମୂଳ ସ୍ତର ରେ ଯୁବ ମାନସ ରେ ପହଞ୍ଚାଇ ଜାତୀୟତା କୁ ମନ୍ତ୍ର କରି ଦଳକୁ ସଂଗଠିତ କରିବା ମୂଳମନ୍ତ୍ର ହେବ ବୋଲି ଚୟନ ହୋଇଥିବା କର୍ମକର୍ତ୍ତା ଙ୍କୁ ଜିଲ୍ଲା ଯୁବକଂଗ୍ରେସ ସଭାପତି ଦ୍ଵାରିକା ମହାପାତ୍ର ସେମାନଙ୍କୁ ବାର୍ତ୍ତା ଦେଇଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ , ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବରିଷ୍ଠ ନେତା ସଦନ ନାୟକ ଜିଲ୍ଲା କଂଗ୍ରେସ ର ଆଦିବାସୀ ସେଲ ସଭାପତି ଦିଲିପ ପ୍ରଧାନୀ ପ୍ରମୂଖ ଙ୍କୁ ମନୋନୀତ କର୍ମକର୍ତ୍ତା କୃତଜ୍ଞତା ଜଣାଇଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଲୋଇସିଂହା ନିର୍ବାଚନ ମଣ୍ଡଳୀ ରେ ଓବିସି ମଞ୍ଚ ର ସାମ୍ବାଦିକ ସମ୍ମିଳନୀ

masiha

କେନ୍ଦ୍ର ସରକାରଙ୍କ ଜନମାରଣ ଅର୍ଥ ବଜେଟ ଏବଂ ଗୁଣ୍ଡୁରିଆ ଶହୀଦ ଦିବସକୁ ନେଇ ନେଇ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ସମ୍ବାଦ ଦାତା ସମ୍ମିଳନୀ

masiha

Leave a Comment

error: Content is protected !!