ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅଯୋଧ୍ୟା ରୁ ଆସିଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅକ୍ଷ୍ୟତ କଳସ କୁ ଧର୍ମଗଡ ରେ ଭବ୍ୟ ସ୍ଵାଗତ

ଅଯୋଧ୍ୟା ରୁ ଆସିଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅକ୍ଷ୍ୟତ କଳସ କୁ ଧର୍ମଗଡ ରେ ଭବ୍ୟ ସ୍ଵାଗତ

ଧର୍ମଗଡ ଚାରିଛକ ଠାରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟା ରୁ ଆସିଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅକ୍ଷ୍ୟତ କଳସ କୁ ବହୁ ଶ୍ରଦ୍ଧାଳୁ ଭବ୍ୟ ସ୍ୱାଗତ କରି ନଗର ପରିକ୍ରମା କରି ବଜାର ପଡା ସ୍ଥିତ ହନୁମାନ ମନ୍ଦିର ରେ ରଖିଥିଲେ। ଏହାପୂର୍ବରୁ ଅଯୋଧ୍ୟା ରୁ ଆସିଥିବା ଅକ୍ଷ୍ୟତ କଳସ ଭବାନୀ ପାଟଣା ସ୍ଥିତ ରାଧାକୃଷ୍ଣ ମନ୍ଦିର ରେ ପୁଜା ଓ ହୋମ ଯଜ୍ଞ ହୋଇ ହୋଇ ଥିଲା ଉକ୍ତ କଳସ ଆଣିବା ପାଇଁ ଖଣ୍ଡ ପମୁଖ ଜନ୍ମଜୟ ନାୟକ ଓ ଧର୍ମଗଡ ସଙ୍ଘ ର ଖଣ୍ଡ କାର୍ଯ୍ୟ ବାହ ଶିଶିର ମେହେର କଳସ କୁ ଗ୍ରହଣ କରି ଧର୍ମଗଡ କୁ ଆଣିଥିଲେ। କଳସର ଅକ୍ଷ୍ୟତ,ଭବ୍ୟ ଶ୍ରୀରାମ ମନ୍ଦିର ର ଫଟୋ ଚିତ୍ର ଓ ନିମନ୍ତ୍ରଣ ପତ୍ର ଧର୍ମଗଡ ବ୍ଲକ ଓ ନଗର ର ୩୩୦୦୦ ପରିବାର ପାଖକୁ ପହଞ୍ଚାଇବା ପାଇଁ ୩୫୦ ରୁ ଉର୍ଦ୍ଧ୍ବ ଗ୍ରାମ ଓ ସ୍ଥାନକୁ ପହଞ୍ଚାଯିବ ବୋଲି ଧର୍ମଗଡ ଖଣ୍ଡ ପ୍ରମୁଖ ଜନ୍ମଜୟ ନାୟକ ସୂଚନା ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ ସଂଘର ଖଣ୍ଡ କାର୍ଯ୍ୟନିର୍ବାହ ଶିଶିର ମେହେର,ନଗର ପ୍ରମୂଖ ଡମ୍ବରୁଧର ଠାକୁର,ସହ ପ୍ରମୁଖ ହେମନ୍ତ ମାଝୀ,ମନୀନ୍ଦ୍ର ଭୂଷଣ ପାତ୍ର , ଘନଶ୍ୟାମ ଭାଟି, ବରିଷ୍ଠ ସାମ୍ବାଦିକ ଇଙ୍ଗିତ ପଣ୍ଡା, ଚନ୍ଦନ ପାତ୍ର, ଜୋନ ପ୍ରମୁଖ ଅପ୍ରେସ ସ୍ଵାଇଁ,ସୁଧୀର ରଂଜନ ପାଟଯୋଶୀ,ସୌରବ ପନସାରି,ବାଞ୍ଛାନିଧି ଯୋଶୀ,ମନୋଜ ପାତ୍ର, ଆଦିତ୍ୟ ପାତ୍ର, ବିକାଶ ଅଗ୍ରୱାଲ, ସଞ୍ଜୁ ପନସାରି, ଓମ ପ୍ରକାଶ ପଟେଲ, ଜଗବନ୍ଧୁ ମିଶ୍ର, ହିମାଂଶୁ ପଣ୍ଡା,ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରୁ ସାଇ ଦର୍ଶନ ଠାକୁର ଓ ସାଥି ତତ୍ ସହିତ ସଂକୀର୍ତ୍ତନ ଦଳ ପ୍ରମୁଖ ଅରୁଣ ଯାଦବ ଓ ବସ୍ତି ପଡାର ସାଥୀମାନେ କାର୍ଯ୍ୟକ୍ରମ କୁ ସଂକୀର୍ତ୍ତନ ମଧ୍ୟରେ ସ୍ୱାଗତ କରି ପାଛୋଟି ନେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦଶମନ୍ତପୁର ବ୍ଲକ ରେ କଂଗ୍ରେସ କମିଟି ବ୍ଲକ ସଭାପତି ନିମନ୍ତେ ଦୁଇ ଗୋଷ୍ଟି ମଧ୍ୟରେ ଶୀତଳ ଯୁଦ୍ଧ

Sunil Chandra Nayak

ପାଟଣାଗଡ଼ କଂଗ୍ରେସ ପ୍ରାର୍ଥୀ ଅନିଲ ମେହେର ଙ୍କ ନିର୍ବାଚନୀ ପ୍ରଚାର

masiha

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସନ୍ଦିକୁଲିହାରି ଠାରେ ବିଜୁ ଜନତା ଦଳର ସଂକଳ୍ପ ସମାବେଶ

masiha

Leave a Comment

error: Content is protected !!