ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଣ୍ଡିଆ ଚାଷର ପୁନରୁଦ୍ଧାର ଜୀବିକାର୍ଜନ କ୍ଷେତ୍ରରେ ସୃଷ୍ଟି କରିଛି ନୂଆ ସମ୍ଭାବନା

ମାଣ୍ଡିଆ ଚାଷର ପୁନରୁଦ୍ଧାର ଜୀବିକାର୍ଜନ କ୍ଷେତ୍ରରେ ସୃଷ୍ଟି କରିଛି ନୂଆ ସମ୍ଭାବନା

ଝରିଗାଁ ବ୍ଲକରେ ଖରିଫ୍ ଋତୁରେ ୧୭୬୨ଚାଷୀ୧୧୫୧ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରୁଛନ୍ତି

ଝରିଗାଁ,୧୬/୧୨(କିଶୋର ଚନ୍ଦ୍ର ମଣ୍ଡଳ):- ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଡଙ୍ଗରିଗୁଡ଼ା ପଞ୍ଚାୟତ କୁସୁମଗୁଡା ଗ୍ରାମ ଠାରେ ହାର୍ଷା ଟ୍ରଷ୍ଟ ଅନୁଷ୍ଠାନ ତରଫରୁ ମାଣ୍ଡିଆ ଚାଷର ପ୍ରସାର ଏଵଂ ଚାଷୀ କିପରି ଲାଭବାନ ହୋଇପାରିବେ ଏବଂ ସରକାର ମାଣ୍ଡିଆ ଚାଷକୁ ନେଇ ସର୍ବଦା ଗୁରୁତ୍ଵ ଦେଇଥିବା ନେଇ ଦିନିକିଆ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ କୃଷି ଜିଲ୍ଲା ଅଧିକାରୀ ଏନ୍ ଅଜୟ କୁମାର କର, ବ୍ଲକ କୃଷି ଅଧିକାରୀ ଗଜାନନ ସାହୁ, ଅତିରିକ୍ତ କୃଷି ଅଧିକାରୀ ପ୍ରଶାନ୍ତ କୁମାର ବାଘ ,ହାର୍ଷା ଟ୍ରଷ୍ଟ ବ୍ଲକ ସଂଯୋଜକ ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ l ମାଣ୍ଡିଆ ଚାଷର ପୁନରୁଦ୍ଧାର ଜୀବିକାର୍ଜନ କ୍ଷେତ୍ରରେ ସୃଷ୍ଟି କରିଛି ନୂଆ ସମ୍ଭାବନା ରହିଥିବା ନେଇ ଗୁରୁତ୍ଵ ଦେଇଛି ରାଜ୍ୟ ସରକାର l ଅତି ପୁରାତନ କାଳରୁ “ମଣ୍ଡିଆ” ଗାଁ ଗହଳି ତଥା ପରବାତ୍ୟାଞ୍ଚଳ ଲୋକମାନଙ୍କର ଏକ ପ୍ରିୟ ଖାଦ୍ଯ ରୂପେ ପରିଚିତ ।ଖାଦ୍ୟସାରରେ ଭରପୁର ଏହା ଏକ ଉପାଦେୟ ଶସ୍ୟ। ଏଥିରେ ୪ ଗୋଟି ଅତ୍ୟାବଶ୍ୟକୀୟ ଆମିନୋଏସିଡ (ସିଷ୍ଟିନ,ଟାଇରୋସିନ,ଟ୍ରିପଫିନ ଓ ମିଥିଓନଇନ) ଥିବା ସହିତ ପ୍ରଚୁରପରିମାଣର ,ପୁଷ୍ଟିସାର,ସ୍ନେହସାର ,ଶ୍ଵେତସାର ,ଖଣିଜ ଦ୍ରବଣ ,କ୍ୟାଲସିୟମ,ଫସ୍ଫରସ, ଲୌହ ଓ ତନ୍ତୁଭାଗ ଭାରି ରହିଛି ।ତେଣୁ ଗୁଣାତ୍ମକ ମାନ ଦୁଷ୍ଟିରୁ ଧ୍ହାନ,ମକା ଓ ଗହମ ଠାରୁ ମଣ୍ଡିଆ ସବୁ ଦିଗରୁ ଉନ୍ନତ ।ଏଣୁ ଏହା ଶିଶୁ ଗର୍ଭବତୀ ମହିଳାମାନଙ୍କୁ ଦିଆଯାଏ।ବହୁମୂତ୍ର ରୋଗୀମାନଙ୍କ ପାଇଁ ଏହା ଏକ ଉପାଦେଯ ଖାଦ୍ଯ ଅଟେ।ସବୁଜ ମାଣ୍ଡିଆ ଗଛରୁ ସାଇଲେଜ ତିଆରି କରି ଗୋ-ଖାଦ୍ଯ ରୂପେମଧ୍ୟ ବ୍ୟବହାର କରାଯାଏ ବୋଲି ଜିଲ୍ଲା କୃଷି ଅଧିକାରୀ ପ୍ରକାଶ କରିଥିଲେ l ସେହିପରି ବିହନ ବୁଣା : ବିଶୋଧିତ ବିହନକୁ ୨୦ ସେ.ମି ଦୂରତା ରେ ସିଆର କାଟି ଧାଡିରେ ବୁଣନ୍ତୁ। ବୁଣା ପରେ ଧାଡି ଦିଗରେ ମଇ ଦେଇ ମାଟି ଘୋଡାଇ ଦିଅନ୍ତୁ। ମାଟିରେ ବତର ଥିବା ସମୟରେ ବିହନ ବୁଣିବା ଭଲ ।

ତଳିଘର। ପ୍ରସ୍ତୁତି : ରୋଇବା ପାଇଁ ମାଟି ଭଲଭାବେ ଗୁଣ୍ଡା କରି ତଳି ଘରା ପ୍ରସ୍ତୁତ କରନ୍ତୁ। ଖତ ସହିତ ତଳିଘର।ରେ ପ୍ରତି ବର୍ଗମିଟର ପାଇଁ ୧୦ ଗ୍ରାମ ହିସାବରେ ଯବକ୍ଷାରଜାନ ଓ ଫସଫରସ ପ୍ରୟୋଗ କରି ଆବଶ୍ୟକ ପରିମାଣର ବିହନକୁ ତଳିଘରାରେ ସବୁଆଡେ ସମାନ ଭାବରେ ବୁଣନ୍ତୁ ଓ ଆବଶ୍ୟକତା ଅନୁସାରେ ଜଳସେଚନ କରନ୍ତୁ।

ରୁଆ: ୨୫-୩୦ ଦିନର ତଳି ରୋଇବା ପାଇଁ ଉପଯୁକ୍ତ ହୋଇଥାଏ ।ସେସ ଓଡ ଚାଷ ବେଳେ ଖତ ସାର ପ୍ରୟୋଗ କରି ସହଳ କିସମ ତଳିକୁ ୧୫x୧୦ ସେ.ମି ମଝିଆଳି ଓ ବିଳମ୍ବ କିସମ ତଳିକୁ୨୦x୧୦ ସେ.ମି ବ୍ୟବଧାନରେ ରୁଅନ୍ତୁ। ଦିଆରରେ ରୋଇବା ସମୟରେ ତଳିର ମୂଳଭାଗ ପାଖ ସିଆର ଟଣାଯିବା ସମୟରେ ପୋତି ହୋଇଯାଏ।ଅଗଭୀରରେ (୫ ସେ.ମି ମଧ୍ୟରେ) ରୋଇଲେ ଶୀଘ୍ର ଛେରା ଧରେ ଓ ଭଲ ପିଲ ହୁଏ ବୋଲି ବ୍ଲକ କୃଷି ଅଧିକାରୀ ଶ୍ରୀ ସାହୁ କହିଥିଲେ l ସେହିପରି କେଣ୍ଡା ପାଳକ ହେବା ସଙ୍ଗେ ସଙ୍ଗେ କାଟି ନିଅନ୍ତୁ।କାରଣ ଅଧିକ ପାଚି ଗଲେ ମଣ୍ଡିଆ ଝଡି ପଡିବ ।କେଣ୍ଡାଗୁଡିକୁ କାଟି ନେଇ ଖଳାରେ ଗଦା କରି ଦିଅନ୍ତୁ ।୩-୪ ଦିନ ଖରାରେ ଶୁଖିଲା ପରେ ଗୋଡରେ ଦଳି ବା ବେଙ୍ଗଳା ପକାଇ ଅମଳ କରନ୍ତୁ।ଏହା ପରେ ମଣ୍ଡିଆକୁ ଖରାରେ ଶୁଖାଇ ଶତକଡା ୧୦-୧୪ ଭାଗ ଅଦ୍ରତା ରହିଲେ ସାଇତି ରଖନ୍ତୁ ।ମଣ୍ଡିଆ ଫସଲକୁ ହେକ୍ଟର ପ୍ରତି ହାରାହାରି ୨୦-୩୦ କ୍ଵିଣ୍ଟାଲ ଅମଳ ମିଳିଥାଏ ।କେବଳ ବର୍ଷା ଦିନରେ ଅଣଜଳସେଚିତ ଅଞ୍ଚଳରେ ମଣ୍ଡିଆ ଚାଷ କରିବାକୁ ହେଲେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ ।ଭଲ କିସମ ବିହନ ବ୍ୟବହାର କରନ୍ତୁ। ଉପରୋକ୍ତ ମତେ ତାଳି ଭତାରି ଲଙ୍ଗଳ ସିଆରରେ ଧାଡିକୁ ୨୦ ସେ.ମି ବ୍ୟବଧାନରେ ରୁହନ୍ତୁ।ଜମି ପ୍ରସ୍ତୁତ ସମୟରେ ଏକର ପିଛା ୪ ଗାଡି ଗୋବର ଖାତା ବା କମ୍ପୋଷ୍ଟ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ।ଏହା ଛଡା ରୁଆ ହେବା ପୂର୍ବରୁ ଏକର ପିଛା ୪ କି.ଗ୍ରା ଯାବକ୍ଷାରଜ।ନ ୫ କି.ଗ୍ରା ଫସଫରସ ଓ ୫ କି.ଗ୍ରା ପଟାସ ସାରା ପ୍ରୟୋଗ କରି ମାଟିରେ ଭଲ ରୂପେ ମିଶାଇ ଦେଇ ତଳି ରୁଅନ୍ତୁ । ରୋଇବାର ୧୫ ଦିନ ପରେ ପୁଣି ୪ କି.ଗ୍ରା ଯାବକ୍ଷାରଜ।ନ ସାରା ପ୍ରୟୋଗ କରନ୍ତୁ ।ରୁଆ ହେବାର ୧୫ ଦିନ ଓ ୩୦ ଦିନ ପରେ ଥରେ ଲେଖାଏଁ ଖୁସାଇ ଘାସ ବାଛି ଦିଅନ୍ତୁ ।ଉକ୍ତ ପ୍ରଣାଳୀରେ ଚାଷ କାଲେ ଏକର ପିଛା ହାରାହାରି ଅମଳ ୫ କ୍ଵିଣ୍ଟାଲ ପର୍ଯ୍ୟନ୍ତ ମିଳେ ବୋଲି ଅତିରିକ୍ତ କୃଷି ଅଧିକାରି ପ୍ରଶାନ୍ତ କୁମାର ବାଘ କହିଥିଲେ l ଝରିଗାଁ ବ୍ଲକରେ ଝରିଗାଁ ବ୍ଲକରେ ଖରିଫ୍ ଋତୁରେ ୧୭୬୨ ଚାଷୀ ୧୧୫୧ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରୁଥିବା ନେଇ ଅନୁଷ୍ଠାନର ,ହାର୍ଷା ଟ୍ରଷ୍ଟ ବ୍ଲକ ସଂଯୋଜକ ବିଭୂତି ଭୂଷଣ ସ୍ୱାଇଁ ପ୍ରକାଶ କରିଛନ୍ତି l ଶିବିରରେ କୋଇଗାଁ, ଟୁଟିଗୁଡା, କୁସୁମଗୁଡ଼ା, ହଳଦୀଗୁଡ଼ା, ନିରୁଣ୍ଡି, ପୂଜାରିଗୁଡ଼ା ଆଦି ଗ୍ରାମର ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ l ଅନୁଷ୍ଠାନର ବିଜୟ କୁମାର ବେହେରା, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରୁଥିଲେ।

କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ୍ 

Related posts

ପର୍ଲା ଅନନ୍ତ ପ୍ରସାଦ ଦାସ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

masiha

ଶମ୍ଭୁ ଚନ୍ଦନ ଙ୍କ ଅକସ୍ମାତ ବିୟୋଗ ରେ ଶୋକ ବାର୍ତ୍ତା 

masiha

ରାଇରଙ୍ଗପୁରରେ କେରଳ ପବ୍ଲିକ ସ୍କୁଲର ୨୫ ତମ ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!