ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁହାଶିଳା ଆର.କେ. କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ଲୁହାଶିଳା ଆର.କେ. କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

 ମୟୂରଭଞ୍ଜ – ୧୬/୧୨: ( ମସିହା ) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ସ୍ଥିତ ଆର.କେ. ଜୁନିଅର କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ (ଆଇ.ୱାଇ.ଡି.ପି.) ଉଦଘାଟିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଦୁଇ ଦିନ ଧରି ଚାଲିଥିବା ଏହି ଉଦ୍ଘାଟନୀ ଉତ୍ସବର ପ୍ରଥମ ଦିନରେ ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ ମୁଖ୍ୟ ଅତିଥି ଭାବେ ଉଦ୍ବୋଧନ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ବରିଷ୍ଠ ସାହିତ୍ୟିକ, ସାମ୍ବାଦିକ ଓ ସ୍ତମ୍ଭକାର କବିବିଷ୍ଣୁ ଶତପଥୀ। ଜିଲ୍ଲା ପରିଷଦ ସଭ୍ୟ ମୀନା ସୋରେନ, ସମାଜସେବୀ ସରୋଜ କୁମାର ମହାନ୍ତ ଓ ଅମୋଦ କୁମାର ମହାନ୍ତ ଓ ଯୁବନେତା ଆଲୋକ କୁମାର ମହାନ୍ତ ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ହୋଇଥିଲେ।

ଉଦ୍ଘାଟନୀ ଉତ୍ସବର ଦ୍ଵିତୀୟ ଦିବସରେ ବିଜାତଳା ବ୍ଲକ ଅଧ୍ୟକ୍ଷା ରାନୀ ମୁର୍ମୁ ଓ ଲୁହାଶିଳା ସରପଞ୍ଚ ଅର୍ପିତା ମୁର୍ମୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।

 ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସର୍ବଶ୍ରୀ ଅଜୟ କୁମାର ଗିରି(ନୋଡାଲ ଅଫିସର),ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଶଶିକାନ୍ତ ନନ୍ଦ, ଅନୀଲ କୁମାର ଗିରି, ରୂପ ନାରାୟଣ ମାଝୀ, ରମାକାନ୍ତ ପାତ୍ର, ସଂଜୀବ କୁମାର ଗିରି, ପ୍ରହଲ୍ଲାଦ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଉତ୍ସବର ସୁପରିଚାଳନା ପ୍ରତି ଧ୍ୟାନ ଦେଇଥିଲେ।

ଉଦଘାଟନୀ ଉତ୍ସବ ପରେ ପରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ଏବଂ ତାପରେ ବିବିଧ ବୌଦ୍ଧିକ ତଥା କ୍ରୀଡ଼ା-ଆଧାରିତ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। କ୍ରୀଡ଼ା ଶିକ୍ଷକ ଅଶୋକ କୁମାର ବେହେରା କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକର ସୁପରିଚାଳନା କରିଥିବା ବେଳେ କଲେଜ ପରିସରରେ ଆୟୋଜିତ ଅନ୍ୟ ବିଭିନ୍ନ କାର୍ଯ୍ୟକ୍ରମର ସଫଳତା ଦୃଷ୍ଟିରୁ ରବୀନ୍ଦ୍ର ବେହେରା, ଯୋଗେଶ୍ୱର ତୁଙ୍ଗ, ସୁଦୀପ ସରକାର, ମାୟାଧର ସି, ରାଧାନାଥ ଗିରି, ନାନୀକାନ୍ତ ନନ୍ଦ, ଭଜହରି ମାଝୀ ପ୍ରମୁଖ ସକ୍ରିୟ ଥିବା ଲକ୍ଷ୍ୟ କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଓୟୁଜେ ସଂଘର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ 

masiha

ଜିଲ୍ଲା ଓୟୁଜେ ସଂଘର ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ

Sunil Chandra Nayak

ହାତୀ ପଲଙ୍କ ଉତ୍ପାତରେ ଘର ଭାଙ୍ଗି ଖାଇଗଲେ ଧାନ,ଚାଉଳ

Sunil Chandra Nayak

Leave a Comment

error: Content is protected !!