ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଉଦଘାଟିତ

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଉଦଘାଟିତ

  ବସ୍ତା, ୧୬/୧୨: ବସ୍ତା ବ୍ଲକ ଅମର୍ଦାରୋଡ ସିଦ୍ଧେଶ୍ଵର ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।ସୂଚନା ଅନୁସାରେ ସିଦ୍ଧେଶ୍ଵର ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆଜି ସକାଳ ୧୧ ଘଟିକାରେ ଉଦଘାଟିତ ହେଇଯାଇଛି। ଯୁବପିଢ଼ିକୁ ସଶକ୍ତ ଓ ସେମାନଙ୍କର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ କ୍ରୀଡା, ବକୃତା, ସାମାଜିକ, ନୃତ୍ୟ,ସଙ୍ଗୀତ, ସାଂସ୍କୃତିକରେ ଭରପୁର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ଓ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଉକ୍ତ ସଭାରେ ସିଦ୍ଧେଶ୍ଵର ମହାବିଦ୍ୟାଳୟର ଅଧକ୍ଷ ରୀତା ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହେଇଯାଇଛି। ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ବସ୍ତା ବ୍ଲକ ଅଧକ୍ଷା ଶ୍ରୀମତୀ ଅଞ୍ଜଳି ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ , ମୁଖ୍ୟବ୍ୟକ୍ତା ପରିଚାଳନା କମିଟି ସଭାପତି ଉର୍ମିଳା ପରିଡ଼ା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ନୂଆ ଓଡ଼ିଶା ନବୀନ ଓଡ଼ିଶା ଜିଲ୍ଲା ନୋଡାଲ ଅଫିସର ଡ:ସୁବ୍ରତ କୁମାର ରଣା, ବୈକୁଣ୍ଠ ସାମନ୍ତରାୟ , ଅନ୍ୟତମ ସମ୍ମାନିତ ଅତିଥି ନୋଡାଲ ଅଫିସର ହୃଦୟ ରଞ୍ଜନ ବେହେରା ଏବଂ ଆନନ୍ଦ କୁମାର ପାତ୍ର , ବେଣୁଧର ବେହେରା ପ୍ରମୁଖ ଯୋଗଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ।ଅତିଥି ପରିଚୟ ଅଧ୍ୟାପିକା ସନ୍ତୋଷୀନି ଆଚାର୍ଯ୍ୟ କରିଥିବା ବେଳେ ଶେଷରେ ଧନ୍ୟବାଦ ଅଧ୍ୟାପକ ବଟକୃଷ୍ଣ ସନ୍ତରା ଦେଇ ସଭା ସାଙ୍ଗ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସାଆନ୍ଧା ଫାଣ୍ଡି ଓ ପରଜଙ୍ଗ ଥାନା ନେତୃତ୍ବରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ

masiha

ରାଉରକେଲା ଗୁରୁଦ୍ଵାର ପକ୍ଷରୁ ଗୁରୁ ନାନକଙ୍କ ୫୫୬ତମ ଜନ୍ମୋତ୍ସବ

Sunil Chandra Nayak

ବକୃତା ପ୍ରତିଗୋଗିତା ରେ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କଲେ ଶୁଭଦର୍ଶୀ ବେରୁକ୍ 

Sunil Chandra Nayak

Leave a Comment

error: Content is protected !!