ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ବନ୍ଦ ସଫଳ

ନବରଙ୍ଗପୁର:- (ମସିହା) ନବରଙ୍ଗପୁର ଜିଲ୍ଲାରେ ସମସ୍ତ ବ୍ଲକ ସଦରମହକୁମାରେ ଆଜି ବନ୍ଦ ପ୍ରଭାବ ଶାନ୍ତି ପୁର୍ଣଭାବେ ସଫଳ ହୋଇଯାଇଛି। ୧୦ଗୋଟି ବ୍ଲକ ମଧ୍ୟରୁ ଡାବୁଗାଁ ବ୍ଲକରେ ଆଜି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ସଫଳ ହୋଇ ଯାଇଛି। ଏପ୍ରିଲ ୧୯ ତାରିଖ ବଜରଙ୍ଗଦଳ ତରଫରୁ ଓଡ଼ିଶା ବନ୍ଦ ଡାକରା ଦିଆ ଯାଇଥିଲା। ଏହାକୁ ଓଡ଼ିଶା ହିନ୍ଦୁ ମହାସଂଘ ସଂପୂର୍ଣ୍ଣ ସମର୍ଥନ ଜଣାଇଥିଲା। ଓଡ଼ିଶା ର ବିଭିନ୍ନ ସ୍ଥାନରେ ବଜରଙ୍ଗଦଳ ଓ ହିନ୍ଦୁ ମହାସଂଘ ର କାର୍ଯ୍ୟକର୍ତ୍ତା ମାନେ ଶାନ୍ତିପୂର୍ଣ୍ଣ ଭାବରେ ଦୋକାନ ବଜାର ବନ୍ଦ କରାଇଥିଲେ। ଗାଡି ମୋଟର ଚଳାଚଳ ପ୍ରାୟ ବନ୍ଦ ଥିଲା। ଏହି ଅବସରରେ ଡାବୁଗାଁ ବଜରଙ୍ଗଦଳ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ହିନ୍ଦୁ ମହାସଂଘ, ହିନ୍ଦୁ ଜାଗରଣ ମଞ୍ଚ ଏବଂ କେଶରୀଆ ହିନ୍ଦୁ ବାହିନୀ ର କାର୍ଯ୍ୟକର୍ତ୍ତା ଡାବୁଗାଁ ମୁଖ୍ୟ ରାସ୍ତା କୁ ଅବରୋଧ କରିଥିଲେ। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ପ୍ରବୀଣ ଅଗ୍ରୱାଲ, ଜେ ରାଜଶେଖର ରାଓ, ମହେଶ ପାତ୍ର, କେଶରୀଆ ହିନ୍ଦୁ ବାହିନୀ ର ଜିଲ୍ଲା ସଭାପତି ମିହିର ଶଙ୍କର ପାତ୍ର, ହିନ୍ଦୁ ଜାଗରଣ ମଞ୍ଚ ଡାବୁଗାଁ ସଭାପତି ଦିବ୍ୟ ରଞ୍ଜନ ପାତ୍ର, ଭଗବାନ ମହାନ୍ତି,ପିଣ୍ଟୁ ଅଗ୍ରୱାଲ, ବୁଢ଼ା ମିଶ୍ର, ସଞ୍ଜୟ ଶତପଥୀ, ଭୀମସେନ ଜେନା, ସତ୍ୟ ରାଓ, ନିହାର ରଞ୍ଜନ ଦତ୍ତ, ଶେଖର ରାଓ,ନରୁ ସିଂ, ବଳ ହରିଜନ ଏବଂ ବିଭିନ୍ନ ହିନ୍ଦୁ ସଙ୍ଗଠନ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ସେହିପରି ସମସ୍ତ ବ୍ଲକ ସଦରମହକୁମାରେ ଅନ୍ରୁରୁପ ଦଳ ମାନଙ୍କର କର୍ମକର୍ତ୍ତାମାନଙ୍କ ସହଜୋଗରେ ଶାନ୍ତି ପୁର୍ଣଭାବେ ବନ୍ଦ ପାଳନ ସଫଳ ହୋଇଛି ।ଗାଡି ଚଳାଚଳ ବନ୍ଦ ରହି ଥିବାବେଳେ ଦୋକାନ ବଜାର ବନ୍ଦକରି ସମସ୍ତ ହିନ୍ଦୁଭାଇମାନେ ସମ୍ପୁର୍ଣ ବନ୍ଦ ପାଳନକୁ ସଫଳ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

କର୍ଲାମୁଣ୍ଡାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

masiha

ରାଜ୍ୟ ରେ ୧ମ ଥର ପାଇଁ ଏକାଦଶାହ କାର୍ଯ୍ୟ ରେ ହେଲା ଆମ୍ବ ଚାରା ବଣ୍ଟନ 

Sunil Chandra Nayak

କୋଶଲା ମାଳୀ ସମାଜର ଜିଲ୍ଲା କମିଟି ପୁନଃ ଗଠିତ, ସମାଜ ଭବନ ନିର୍ମାଣ ଅନୁଦାନ ପାଇଁ ମୁଖ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା

Leave a Comment

error: Content is protected !!