ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ

ଜିଲ୍ଲାସ୍ତରୀୟ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ

କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଶ୍ଵ ମିତବ୍ୟୟିତା ଦିବସ ପାଳନ ଅବସରରେ ସୁରକ୍ଷିତ ସଞ୍ଚୟ ଓ ସାଇବର ଅପରାଧ ସମ୍ପର୍କରେ ଏକ ସଚେତନତା କର୍ମଶାଳା ଆଜି ଜିଲ୍ଲାପରିଷଦ କଳାହାଣ୍ଡି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଏହି କର୍ମଶାଳାର ଶୁଭ ଉଦଘାଟନ କରି ନିଜର ଓ ନିଜ ପରିବାରର ସୁନେଲି ଭବିଷ୍ୟତ ପାଇଁ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିବାକୁ ହେଲେ ରୋଜଗାର ସହିତ ଜାତୀୟ ବ୍ୟାଙ୍କ,ପୋଷ୍ଟ ଅଫିସ୍‌ ମାଧ୍ୟମରେ ଖାତା ଖୋଲି ନିଜର ସଞ୍ଚୟ ଅର୍ଥକୁ ସୁରକ୍ଷିତ କରି ରଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । କୌଣସି ପ୍ରାଇଭେଟ ଅର୍ଥ ଲଗାଣ ପ୍ରଲୋଭନ କାରି ସଂସ୍ଥାର କଥାରେ ନପଡି ତାଙ୍କଠାରୁ ଦୂରେଇ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥୀ ଭାବେ ଅତିରିକ୍ତ ଜିଲ୍ଲାପାଳ (ସା.) ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢୀ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରୋବେଶନ) ଅନିମେଷ ପ୍ରଧାନ, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡ଼ା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୁର୍ଯ୍ୟୋଧନ ଭୋଇ, ପୋଷ୍ଟାଲ ସୁପରିଟେନଡେଣ୍ଟ ସୁଶାନ୍ତ କୁମାର ପାଣିଗ୍ରାହୀ, ଏଲ.ଡି.ଏମ୍. ଧର୍ମୁରାଜ ସୁନାନୀ, ଡି.ଏସ.ପି. ସାଇବର୍ କ୍ରାଇମ ଅଳକାନନ୍ଦା ସାହୁ ଯୋଗଦେଇଥିଲେ।ଏହି ଅବସରରେ ସ୍ଵଳ୍ପ ସଞ୍ଚୟ ଦିଗରେ ସଚେତନତା ପାଇଁ ଜିଲ୍ଲାପରିଷଦ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ଓ ପୋଷ୍ଟାଲ ବିଭାଗ ତରଫରୁ ଏକ କିଓକ୍ସ ସେଣ୍ଟରକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ। ନୂତନ ଭାବେ ଆଜି ପୋଷ୍ଟାଲ୍ ଜୀବନ ବୀମା ପି.ପି.ଏଫ୍. ଏକାଉଣ୍ଟ ଖୋଲିଥିବା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ବିବେକାନନ୍ଦ ମହାନନ୍ଦ ଓ ସୁକନ୍ୟା ସମୃଦ୍ଧି ଯୋଜନା ପାଇଁ ଖାତା ଖୋଲିଥିବା ଡେପୁଟି ଜିଲ୍ଲାପାଳ ମନୀଷା ଗୁପ୍ତା ଙ୍କ ଝିଅଙ୍କୁ ଜିଲ୍ଲାପାଳ ପାସବୁକ ପ୍ରଦାନ କରିଥିଲେ । ସେହିପରି ଆଜି ୩୨ ଜଣ ସରକାରୀ କର୍ମଚାରୀ ବିଭିନ୍ନ ଷ୍କିମର ପୋଷ୍ଟାଲ ଏକାଉଣ୍ଟ ଖୋଲିଥିଲେ।ସଚେତନତା କର୍ମଶାଳା ରେ ୨୦୦ ରୁ ଉର୍ଦ୍ଧ ସରକାରୀ ଅଧିକାରୀ, କର୍ମଚାରୀ ଙ୍କୁ ସଚେତନତା ପତ୍ର ବଣ୍ଟନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଇରଙ୍ଗପୁର ବ୍ଳକ ପରିସରରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ମେଳା ଏବଂ ଶ୍ରୀ ଅନ୍ନ ଅଭିଯାନ

Sunil Chandra Nayak

ତିନି ନାବାଳକଙ୍କ ବେପାରୁଆ ଗାଡ଼ି ଚାଳନା ରାସ୍ତା କଡରେ ଠିଆ ହୋଇଥିବା ବୃଦ୍ଧକୁ ଧକ୍କା ଦେଇ ଓଲଟିଲା କାର , ଦୁଇ ଗୁରୁତର 

Sunil Chandra Nayak

ମୋ ଅନୁଷ୍ଠାନ ସାହିତ୍ୟ ସଂସଦକୁ ମିଳିଲା ଅଟଳ ପ୍ରତିଭା ସମ୍ମାନ ପତ୍ର

Sunil Chandra Nayak

Leave a Comment

error: Content is protected !!