ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବହେଳିତ ଅବସ୍ଥାରେ ପାଲା କଳାକାର 

ଅବହେଳିତ ଅବସ୍ଥାରେ ପାଲା କଳାକାର 

ଢେ଼ଙ୍କାନାଳ (ମନିସ)29/10/25 — ପାଲା ସଂସ୍କୃତିକୁ ବଞ୍ଚାଇବାକୁ ଯାଇ ଅବହେଳିତ ଅବସ୍ଥାରେ ପାଲା କଳାକାର । ଦିନ ଥିଲା ପାଲା ସାଜିଥିଲା । ଓଡ଼ିଆ ଲୋକଙ୍କର ପ୍ରମୁଖ ମନୋରଞ୍ଜନର ମାଧ୍ୟମ । ଗାଁ ଠୁ ସହର ସବୁଠି ହେଉଥିଲା ପାଲା । ଓଡ଼ିଶାର ଐତିହ,ପରମ୍ପରା,ଲୋକକଥା ଓ ବିଭିନ୍ନ ପୌରାଣିକ ବିଷୟବସ୍ତୁକୁ ନେଇ ପରିବେଷଣ ହେଉଥିଲା ପାଲା । ହେଲେ ଆଧୁନିକ ଯୁଗରେ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ପାଲା ସଂସ୍କୃତି । ପାଲା ଗାୟକମାନେ ମଧ୍ୟ କଳାରୁ ବିମୁଖ ହେଲେଣୀ । ହେଲେ ଢେ଼ଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକର ଏବଂ ଗାଁର କଳାକାରମାନେ ପାଲାକୁ ବଞ୍ଚାଇ ରଖିବା ପାଇଁ କରୁଛନ୍ତି ଅହରହ ସଂଗ୍ରାମ । ଅଧିକ ସମସ୍ୟା ମଧ୍ୟରେ ଅଭାବ ଅନଟନରେ ସେମାନଙ୍କର ବିତୁଛି ଜୀବନ । ସରକାରୀ ସହାୟତା ଅପେକ୍ଷାରେ । ଆର୍ଥିକ ସମସ୍ୟା ମଧ୍ୟରେ ଦୀର୍ଘ ତିରିଶ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି କରି ଆସୁଛନ୍ତି ପାଲା ପରିବେଷଣ । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଯଦି ପାଲା ଓ ପାଲା କଳାକାର ମାନଙ୍କ ପାଇଁ କିଛି ବ୍ୟବସ୍ଥା କରା ନ ଯାଏ ତାହେଲେ ପାଲା ଯୁଗର ଅବସାନ ଘଟିବା ସୁନିଶ୍ଚିତ । ଏଥିପାଇଁ ସରକାରଙ୍କ ତରଫରୁ ପାଲା କଳାକାର ମାନଙ୍କୁ କୌଣସି ସରକାରୀ ସହାୟତା କିମ୍ବା ପ୍ରୋତ୍ସାହନ ଯୋଗାଇ ଦିଆଗଲେ ପାଲା ସଂସ୍କୃତି ବଞ୍ଚି ରହିବା ସହିତ ପାଲା କଳାକାରମାନେ ନିଜେ ଏବଂ ପରିବାର ସହିତ ହସଖୁସିରେ ପ୍ରତିପୋଷଣ କରିପାରିବେ ଏଇ ପାଲା କଳାକାରମାନେ । ହେଲେ ଆଗାମୀ ଦିନରେ ଦେଖିବାକୁ ବାକି ରହିଲା। ସରକାର କଣ ସାହାଯ୍ୟ କରୁଛି ଏହି ପାଲା କଳାକାରମାନଙ୍କୁ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଷଷ୍ଠ ଦିନ ଧାମରା ସାହିତ୍ୟ ସଂସଦ ର ସୃଜନ ସନ୍ଧ୍ୟା 

masiha

ଶଙ୍କରାଖୋଲା ଆଞ୍ଚଳିକ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ରେ ଛାତ୍ରୀ ଙ୍କର ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

କଣ୍ଟାବଣି ଗ୍ରାମରେ ଚଞ୍ଚକତା କରାଯାଇଥିବା ସ୍ବତନ୍ତ୍ର ପଲ୍ଲିସଭାକୁ ଅସିଦ୍ଧ ଘୋଷଣା ଦାବିରେ କଂଗ୍ରେସ ଦଳ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!