ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିତ ଭାବେ ଗଣେଷ ପୂଜା ଭଷାଣ ପାଇଁ ନିଷ୍ପତି

ମିଳିତ ଭାବେ ଗଣେଷ ପୂଜା ଭଷାଣ ପାଇଁ ନିଷ୍ପତି

କାମାକ୍ଷାନଗର (ମନିସ )23/7/25 — ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସଭାଗୃହରେ ମିଳିତ ଭାବେ ଗଣେଷ ପୂଜା ଭଷାଣି ଶୋଭାଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ସରୋଜ କାନ୍ତ ବେହେରାଙ୍କ ଅଧକ୍ଷତାରେ ଅୁଷ୍ଠିତ ବୈଠକରେ ପ୍ରଥମ ଥର ପାଇଁ କାମାକ୍ଷାନଗରରେ ଏହି ଭଷାଣ ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ପ୍ରାୟ ୨୦ଟି ଗଣେଷ ପୂଜା କମିଟି ଉପସ୍ଥିତ ରହି ନିଜର ସମତି ପ୍ରକାଶ କରିଥିଲେ।ପ୍ରଥମ ଭଷାଣ ଶୋଭାଯାତ୍ରାକୁ କିପରି ଶାନ୍ତ ଶୃଙ୍ଖଳା ସହ ସମାପନ ହୋଇପାରିବ ସମସ୍ତ କମିଟି ସଦସ୍ୟ କହିଥିଲେ।ଆସନ୍ତା ଅଗଷ୍ଟ ମାସ ୨୫ ତାରିଖରେ ଗଣେଷ ଅନୁଷ୍ଠିତ ହେବ ଓ ୩୧ ତାରିଖ ରବିବାର ଦିନ ମିଳିତ ଭଷାଣ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।୩୧ ତାରିଖ ଦିନ ସ୍ଥାନିୟ ସାରଙ୍ଗଧର ଷ୍ଟାଡିୟମ ଠାରେ ସମସ୍ତ ମେଢ ଗୁଡିକ ଏକତ୍ରିତ ହେବା ପରେ ସେଠାରେ ଅତିଥି ମାନଙ୍କୁ ନେଇ ସଭା କାର୍ଯ୍ୟ ଅନୁଷ୍ଠିତ ହେବ।ପରେ ଲଡୁ ନିଲାମ ଓ ସମସ୍ତ ପୂଜା କମିଟିକୁ ପୂର୍ବରୁ ଦିଆଯାଇଥିବା କ୍ରମିକ ନମ୍ବର ଅନୁଯାୟି ଭଷାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ।ସାରଙ୍ଗଧର ଷ୍ଟାଡିୟମ ଭଷାଣି ଶୋଭାଯାତ୍ରା ବାହାରି କଳ୍ପନା କ୍ଲବ ଛକ,ହନୁମାନ ବଜାର ଦେଇ ଜଗନ୍ନାଥ ବଜାର,ତରୁଣ ବଜାର ଲକ୍ଷ୍ମି ବଜାର ବୁଲି କଳ୍ପନା କ୍ଳବ ଛକ ଠାରେ ସମାପ୍ତ ହେବ।ଏହି ବୈଠକରେ ଉପଜିଲ୍ଲାପାଳ ଦିନମଣି ନାଏକ,ବିଡିଓ ପ୍ରଭୂକଲ୍ୟାଣ ଦାସ,ସହକାରି ଜିଲ୍ଲାପାଳ ଦିପକ କୁମାର ମିଶ୍ର,ଥାନା ଅଧିକାରି ଅଶିଶ କୁମାର ଜେନାଙ୍କ ସମେତ ସମସ୍ତ କ୍ଲବର ସଦସ୍ୟ ମାନେ ଉପସ୍ଥିତ ଥିଲେ।ଏହି ବୈଠକରେ ରଣଜିତ କୁମାର ସାହୁ,ଅମନଶିତାରମ ବିଶ୍ବାଳ,ରାଜିବ ଗୈାତମ,ଶୋଭେନ୍ଦ୍ର ଦାସ,ଶୁଶାନ୍ତ ସାହୁ,ଶିବପ୍ରସାଦ ସାହୁ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଏକତ୍ର ଆୟୋଜିତ ରଙ୍ଗମଞ୍ଚର ନାଟ୍ୟ ପଠନ 

masiha

Senior Journalist Rajiv Lochan Ponda Passes Away, Journalistic Community in Mourning

masiha

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!