ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଠାରେ ସମିତି ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୫ ଅନୁଷ୍ଠିତ 

ନର୍ଲା ଠାରେ ସମିତି ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୫ ଅନୁଷ୍ଠିତ 

ରୁପ୍ରା, ୨୧/୧୧ (ଅଜୟ ସେନାପତି) : ନର୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୫ ଆଜି ଅନୁଷ୍ଠିତ ହୋଇଯାଇଛି। ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ଉକ୍ତ ମେଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟୀକା ଶ୍ରୀମତୀ ମନୋରମା ମହାନ୍ତି ଯୋଗଦାନ କରି ମେଳାର ଉଦଘାଟନ କରିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବରେ ବିଜେପିର ବରିଷ୍ଠ ନେତା ତଥା କଳାହାଣ୍ଡି ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ, ନର୍ଲା ସରପଞ୍ଚ ଶ୍ରୀମତୀ ତନୁଜା ହରପାଲ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ନିରୋଦ ଚନ୍ଦ୍ର କଅଁର, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ସେଠୀ, ଅତିରିକ୍ତ ତହସିଲଦାର ଶ୍ରୀ ଅମର ପରାସେଠଙ୍କ ସମେତ ଲିମନ ଚନ୍ଦ୍ରକାର ଓ କେଦାର ନାଥ ଖମାରୀ ପ୍ରମୁଖ ଯୋଗଦାନ କରିଥିଲେ, ମୁଖ୍ୟବକ୍ତା ଭାବରେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା.ପ୍ରଭାତ କୁମାର ପରିଡା ଯୋଗଦାନ କରିଥିଲେ ।ନର୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀ ତେଜରାଜ ବାଗ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ।ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଶ୍ରୀ ଅବିନାଶ କୁମାର ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରୁପ୍ରା ପ୍ରାଣୀ ଚିକିତ୍ସକ ଶ୍ରୀ ଦୟାନିଧି ସାହୁଙ୍କ ସମେତ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ କେନ୍ଦ୍ରର ପ୍ରାଣୀ ଚିକିତ୍ସକ ଶ୍ରୀ ପ୍ରଶାନ୍ତ ହରିଜନ, ଶ୍ରୀ ସନ୍ତୋଷ ସାହୁ, ଶ୍ରୀ ଟିକେଶ୍ୱର ରଣା, ଶ୍ରୀ ମହେନ୍ଦ୍ର କୁମାର ସାହୁ, ଶ୍ରୀ ହରିଶ୍ଚନ୍ଦ୍ର ସାହା, ଶ୍ରୀ ସୁବାସ ଚନ୍ଦ୍ର ପଧାନ, ଅଳକା ବଳିୟାର ସିଂ, ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଶ୍ରୀ ଅଭିନ୍ନ ଚନ୍ଦ୍ର ମହାପାତ୍ର, ଶ୍ରୀ ଝସକେତନ ପସାୟତ, ବି.ଭି.ଓ ଡୁଙ୍ଗୁରିପାଲି, ଡାକ୍ତର ଆଲୋକ କୁମାର ସାହୁ, ଭିଏସ, ରାମପୁର ଡୁଙ୍ଗୁରିପାଲି ପ୍ରଦୀପ କୁମାର ସାହୁ, ଯଶୋବନ୍ତ ଦୋରା, ଗୋପାଳ ଚନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ। ବିଭାଗୀୟ କର୍ମଚାରୀ ସୁଶାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ସେହିପରି ନର୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଉକ୍ତ ମେଳାରେ ବ୍ଲକ୍ ଅଧିନ ବିଭିନ୍ନ ଅଞ୍ଚଳର ସଫଳ ଚାଷୀ ଭାବରେ ଛେଳି ଚାଷ ପାଇଁ ଶେରଗଡ଼ର ମା’ ମାଣିକେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀ, କେନ୍ଦୁପଡ଼ା ର ଚନ୍ଦ୍ରିକା ମାଝୀ, ଡାଇରୀ ଚାଷ ପାଇଁ ରୁପ୍ରା ଭାଲୁକଟାର ଶ୍ରୀ ଲିଙ୍ଗରାଜ ସାହୁ, କର୍ମେ ଗ୍ରାମ ପଞ୍ଚାୟତ ଅଧିନ ଖମ୍ୱପଡା ଗ୍ରାମର ଶ୍ରୀ କୁମୁଦ ଚନ୍ଦ୍ର ମହାନନ୍ଦ, ମାଛ ଚାଷ ପାଇଁ ନର୍ଲା ର ଶ୍ରୀ ଦିଲୀପ କୁମାର ଚାନ୍ଦ, ପଲମର ଶ୍ରୀ ଅଭିରାମ ସାହୁ, ପଟାଙ୍ଗପଦରର ମିତାଞ୍ଜଳି ବଳ, ମାଛଚାଷ ରେ ସଫଳତା ପାଇଥିବା ଶାନ୍ତପୁରର ମା ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ କୁ ଅତିଥି ଗଣ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ୱର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଅଧିନସ୍ଥ ୨୬ ଗୋଟି ଗ୍ରାମ ପଞ୍ଚାୟତର ୫୫୭ ଜଣ ଚାଷୀ ନାମ ପଞ୍ଜିକୃତ କରିଥିଲେ। କାର୍ଯ୍ୟକ୍ରମରେ ମତ୍ସ୍ୟ ବିଭାଗର ୪ ଗୋଟି, ପ୍ରାଣିଧନ ବିଭାଗର ୪ ଗୋଟି, ସେଚ୍ଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନ ର ଗୋଟିଏ, କୃଷି ଓ ଉଦ୍ୟାନ ବିଭାଗର ୩ ଗୋଟି, ଏଭଳି ସମୁଦାୟ ୧୨ ଗୋଟି ପ୍ରଦର୍ଶନୀ ଷ୍ଟଲ ଲାଗିଥିଲା। ଏଲଇଡି ମାଧ୍ୟମରେ ସଫଳ ଚାଷୀଙ୍କ ଅନୁଭୁତି, ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଭାଷଣ, ମୁଖ୍ୟ ମନ୍ତ୍ରୀ ଙ୍କ ବାର୍ତ୍ତା ପ୍ରଦର୍ଶିତ କରାଯାଇଥିଲା। ବିଭାଗୀୟ ଅଧିକାରୀ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବୁଝାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ନର୍ଲା ବ୍ଲକ ସରପଞ୍ଚ ସଂଘର ସଭାପତି ଶ୍ରୀ ଅନନ୍ତରାମ ମାଝୀ, ଘଣ୍ଟମାଳ ସରପଞ୍ଚ ଶ୍ରୀ ଦେବେନ୍ଦ୍ର ସା, ରାକ୍ସୀ ସରପଞ୍ଚ ଶ୍ରୀ ଯେମନ୍ତ ପୋଢ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ହରି ଶଙ୍କର ମାଝୀ ପ୍ରମୁଖଙ୍କ ସମେତ ଅଞ୍ଚଳର ଚାଷୀ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ। ଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ବ୍ରହ୍ମ ପ୍ରକାଶ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ବଦାନ୍ୟ ବୀର ବିପିନ ମିଶ୍ର

Sunil Chandra Nayak

ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ପଠାଇବାକୁ ଗୁହାରି କଲେ ପରିବାର

Sunil Chandra Nayak

ଆଉଟସୋର୍ସିଂ କର୍ମଚାରୀଙ୍କୁ ‘ ମୋ ସରକାର ‘ ରେ ସାମିଲ ନିଷ୍ପତିକୁ ସ୍ଵାଗତ ଜଣାଇବା ସହ ମାସିକ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ ଦାବି କଲା ଏଚଏମଏସ୍‌

Sunil Chandra Nayak

Leave a Comment

error: Content is protected !!