ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିସ୍ ଆଣ୍ଡ ମିସେସ୍ ସାୱନ୍ କୁଇନ୍ ଅନୁଷ୍ଠିତ 

ମିସ୍ ଆଣ୍ଡ ମିସେସ୍ ସାୱନ୍ କୁଇନ୍ ଅନୁଷ୍ଠିତ 

ରାଉରକେଲା: ଜୟ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ପ୍ରଥମ ଥର ପାଇଁ ମିସ୍ ଆଣ୍ଡ ମିସେସ୍ ସାୱନ୍ କୁଇନ୍ ୨୦୨୫ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ୧୫୦ ଜଣ ଉତ୍ସାହୀ ପ୍ରତିଯୋଗୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା l ଶ୍ରେଷ୍ଠ ମଡେଲ ଭାବେ ସୁଚିତ୍ରା ବେହେରା,କ୍ୱିଜ୍ ବିଜେତା ଭାବେ ସ୍ନେହା ଗାଙ୍ଗୁଲି,ଶ୍ରେଷ୍ଠ ଦମ୍ପତି ଭାବେ ଭାଗ୍ୟଶ୍ରୀ ପଣ୍ଡା ଏବଂ ଦେବାଶିଷ ପାଣିଗ୍ରାହୀ ଓ ୧୦ ରୁ ଅଧିକ ବିଜେତାମାନଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା l ଦୀପକ ଶ୍ରେଷ୍ଠ ରାମ୍ପ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ରାଜଲକ୍ଷ୍ମୀ ପାତ୍ର, ଅନୁପମା ପଣ୍ଡିତ ମାନସୀ ଦାସ ମହାପାତ୍ର, ଇନ୍ଦିରା ପଣ୍ଡା ବିଚାରକ ଭାବେ ଉପସ୍ଥିତ ଥିଲେ l ଜୟ ଜଗନ୍ନାଥ ଟ୍ରଷ୍ଟର ଅର୍ଚ୍ଚନା ସାହୁ, ସଂଜୁକ୍ତା ଜେନା ଏବଂ ଦଳ ମହିଳାମାନଙ୍କୁ ସଶକ୍ତ କରିବା, ପରମ୍ପରା ପାଳନ କରିବା ଏବଂ ସାମୁଦାୟିକ ବନ୍ଧନକୁ ସୁଦୃଢ଼ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଆଲୋକ କୁମାର ନାୟକ, ଡିଏଫଓ ଯଶବନ୍ତ ସେଠୀ ,ଅମୁଲିଆ ରତ୍ନା ସାହୁ,ଶ୍ରୀମତୀ ଦାମୟନ୍ତୀ, ସୁନୀଲ କାୟଲ ,କମଲ ଅଗ୍ରୱାଲ,ସଦାନନ୍ଦ ସାହୁ, ରାମ ପ୍ରସାଦ ପଟ୍ଟନାୟକ,ରାଜ କିଶୋର ପ୍ରଧାନ,ସୁରେଶ ମଲିକ , ସୌମ୍ୟ ରଞ୍ଜନ ବିଶ୍ୱାଳ,ଶ୍ରୀକାନ୍ତ ସାହୁ,ରବି ନାରାୟଣ,ନାଗେଶ୍ୱର ଜଗଦଲା ,ଶଙ୍କର ଜେନା ପ୍ରଶାନ୍ତ ସେଠୀ,ସନ୍ତୋଷ ତନ୍ତୀ, ଚକ୍ରଧର ମଲ୍ଲିକ,ସବିତା ପଟ୍ଟନାୟକ , ହରପାଲ ରୂପ୍ରା,ବିଷ୍ଣୁପ୍ରିୟା ସ୍ୱାଇଁ ନିରୁପମା ପତି ,ସସ୍ମିତା ପ୍ରଧାନ, ସୁଲତା ପତି, ଶବନମ ମଲିକ, କାମିନୀ ମହନ୍ତ, ହେମା ଏକ୍କା,ସ୍ମିତା ମିଶ୍ର,ମଞ୍ଜୁ ରାଣୀ ମେହେର, ପ୍ରମୁଖ ମଂଚାସୀନ ଥିଲେ l ଏହି କାର୍ଯ୍ୟକ୍ରମର ଆୟୋଜକ ରେଖା ଗୁପ୍ତା ଓ ଇ ଚୈତନ୍ୟଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆର.ପି. ପଟ୍ଟନାୟକ, ସୁଶାନ୍ତ ଦାଶ, ସୁରଜ କୁମାର, ନାଗେଶ ଜଗଦଲା, ସୁଷମା କୋହଲେ ଠାକରେ ଏବଂ ଜୟ ଜଗନ୍ନାଥ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ସହଯୋଗ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲକ୍ଷ୍ମୀ ଙ୍କୁ ମେଦିନୀପୁର ରେ ଭବ୍ୟ ସମ୍ବର୍ଦ୍ଧନା

masiha

ମହିଳା ବିଜେଡି ତରଫରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ

masiha

Leave a Comment

error: Content is protected !!