ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟ ରାସ୍ତା ରେ ଅବାଧରେ ବୁଲୁଥିବା ଗାଈଗୋରୁ ଙ୍କୁ ଅଟକ ରଖିଲା ଧର୍ମଗଡ ଏନଏସି

ମୁଖ୍ୟ ରାସ୍ତା ରେ ଅବାଧରେ ବୁଲୁଥିବା ଗାଈଗୋରୁ ଙ୍କୁ ଅଟକ ରଖିଲା ଧର୍ମଗଡ ଏନଏସି

ଧର୍ମଗଡ଼ ସହରର ମୁଖ୍ୟ ରାସ୍ତାରେ ଗାଈଗୋରୁଙ୍କ ଯୋଗୁଁ ଅବାଧ ଯାତାୟତରେ ଅସୁବିଧା ଓ ବିଭିନ୍ନ ସମୟରେ ଦୁର୍ଘଟନା ମାନ ଘଟୁଥିବାରୁ ଅଭିଯୋଗ ହେବା ପରେ ଧର୍ମଗଡ ଏନଏସି ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଓ ନିର୍ବାହ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବୁଲା ଗାଈ ଗୋରୁଙ୍କୁ ନିଜ ଅକ୍ତିଆରେ ଅଣାଯାଇ ସେମାନଙ୍କୁ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅଟକ ରଖାଯାଇଛି।ପ୍ରଥମ ଦିନ ୨୮ଗୋଟି ଗୋରୁ ଗାଈ ଙ୍କୁ ଅଟକ ରଖାଯାଇ ଏନଏସି ନିଜସ୍ଵ ପାଣ୍ଠିରୁ ସେମାନଙ୍କର ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଅଟକ ରଖିବାର ତିନି ଦିନ ମଧ୍ୟରେ ସଂପୃକ୍ତ ଗୋରୁଗାଈ ମାନଙ୍କର ଦାବିଦାର ମାଲିକ ଯଦି ଜୋରିମାନା ଟଙ୍କା ପୈଠ ଏବଂ ଲିଖିତ ଚୁକ୍ତିନାମା ସ୍ୱାକ୍ଷର ନ କରନ୍ତି, ତେବେ ଉକ୍ତ ଗାଈଗୋରୁ ମାନଙ୍କର ଲାଳନପାଳନ ପାଇଁ ବଲାଙ୍ଗିର ଗୋଶାଳା କୁ ପଠାଯିବ ବୋଲି ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପଟ୍ଟାମୁଣ୍ଡାଇ ବ୍ଲକ ରେ ଯୋଗ ଦେଇ ଥିବା ନୂତନ ଶିକ୍ଷାଧିକାରୀ ଅଜିତ କୁମାର ବାରିକ ଙ୍କ ଲୋକପ୍ରିୟତା ବଢୁଛି

masiha

ବଡ ଧୁମ ଧାମ ରେ ଶୁଭାରମ୍ଭ ହେଲା ଚଇତି ୨୦୨୪. “ସୌରlଲିପି ଉତ୍ପତି ସ୍ଥଳ ଅକ୍ଷର ବ୍ରହ୍ମ ମନ୍ଦିରରୁ ଉଠିଲା ଶୁଭ କଳସ” 

masiha

ଜୁନାଗଡ ବ୍ଲକ ଓ ଏନ୍ ଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ ଶେଷ ସନ୍ଧ୍ୟା, ଅସୀମା ପଣ୍ଡା ଙ୍କ ସଂକୃତିକ କାର୍ଯ୍ୟକ୍ରମ ରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଝୁମିଲେ ଦର୍ଶକ

Sunil Chandra Nayak

Leave a Comment

error: Content is protected !!