ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଓ ଜିଲ୍ଲା ଦକ୍ଷତା କମିଟି ବୈଠକ 

ନବରଙ୍ଗପୁର ଠାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଓ ଜିଲ୍ଲା ଦକ୍ଷତା କମିଟି ବୈଠକ 

ନବରଙ୍ଗପୁର:( ତା ୨୪.୭.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଓ ଜିଲ୍ଲା ଦକ୍ଷତା କମିଟିର ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ,ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ରାଜୀବ ଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଥମେ ଜିଲ୍ଲା କର୍ମ ନିୟୋଜନ ଓ ଦକ୍ଷତା ବିକାଶ ଅଧିକାରୀ ଆନନ୍ଦ ପଳେଇ କମିଟି ବୈଠକ ର ଉଦ୍ଦେଶ୍ୟ ସହ ଗତ କମିଟି ବୈଠକର ନାନୋ ଉନିକର୍ନ , ପି ଏମ ଇଣ୍ଟରସିପ,ନିଯୁକ୍ତି ମେଳା, ପି ଏଲ୍ ଟି ପି, ନୁଆ ଓଡ଼ିଶା ର ଜିଲ୍ଲାର ଦକ୍ଷତା ବୃଦ୍ଧି , ପ୍ରଶିକ୍ଷଣ ଓ ନିଯୁକ୍ତି ଉପରେ ତଥ୍ୟ ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ୫ ଗୋଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ବୈଦ୍ୟୁତିକ ଯାନ ଟେକ୍ନିସିଆନ ପ୍ରଶିକ୍ଷଣ ପାଇଁ ସ୍କ୍ୟାଏ ସ୍କିଲ ଏକାଡେମୀ , ପେଷ୍ଟ କଣ୍ଟ୍ରୋଲ ଓ ଖାଦ୍ୟ ପ୍ରସ୍ତୁତି ସେବା ପ୍ରଶିକ୍ଷଣ ପାଇଁ ଆଡା ମାସ ବିଶ୍ଵବିଦ୍ୟାଳୟ, ବ୍ୟାଟେରୀ ସିଷ୍ଟମ ମରାମତି ଟେକ୍ନିସିଆନ,କାରାଗାର ଅନ୍ତେବାସୀ ମାନଙ୍କ ପାଇଁ ଛତୁ ଚାଷ ଓ ପ୍ରାକୃତିକ ଚାଷ ପ୍ରଣାଳୀ,ଶକ୍ତି ସଦନ ଅନ୍ତେବାସୀ ମାନଙ୍କ ପାଇଁ ଝୋଟ ବ୍ୟାଗ୍ ତିଆରି ପ୍ରଶିକ୍ଷଣ ପାଇଁ ଗାୟତ୍ରୀ ଏଡୁକେଶନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ , ଡି ଟି ପି, ଫ୍ଲେକ୍ସ ତିଆରି ପ୍ରଶିକ୍ଷଣ ପାଇଁ ଡାଟା ପ୍ରୋ କମ୍ପ୍ୟୁଟର, ଘରୋଇ ମିକ୍ସର, ଗ୍ରାଇଣ୍ଡର ,ଆଇରନ ଇତ୍ୟାଦି ମରାମତି ପାଇଁ ଇନୋଡଷ୍ଟ ଟେକ୍ ସୋଲୁସନ୍ ନିଜର ପି ପି ଟି ମାଧ୍ୟମରେ ଗୃହରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ,ନିଯୁକ୍ତି ଉପରେ ବିଶେଷ ତଥ୍ୟ ରଖିଥିଲେ।ଜିଲ୍ଲାପାଳ ଡ଼ା ମହାପାତ୍ର ଜିଲ୍ଲାରେ ବିଶେଷତ ଯୁବକ ମାନଙ୍କୁ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର,ଏଲ ଈ ଡି ଟିଭି,କମ୍ପ୍ୟୁଟର, ଲାପଟପ୍, ଜେନେରେଟର,କୃଷି ପମ୍ପ, ନଳକୂପ ମରାମତି ଉପରେ ଅଧିକରୁ ଅଧିକ ପ୍ରଶିକ୍ଷଣ ପାଇଁ ଗୁରୁତ୍ବ ଦେଇ କହିଥିଲେ।ଆଇ ଟି ଆଇ ଓ ପୋଲିଟେକ୍ନିକ କର୍ମକର୍ତ୍ତା ଆଇ ଟି ଆଇ ରୁ ଉତ୍ତୀର୍ଣ୍ଣ ହୋଇଥିବା ଅଟୋମୋବାଇଲ ଟ୍ରେଡ୍ ର ଯୁବକ ମାନଙ୍କୁ ନୂଆ ଭାବେ ଆରମ୍ଭ ହୋଇଥିବା ଭାଲଭୋ ବସ ମରାମତି ରେ ନିଯୁକ୍ତି, ଟି ପି ଏସ ଓ ଡି ଏଲ ରେ ଇଲେକ୍ଟ୍ରୀ ଟ୍ରେଡ ର ଯୁବକମାନଙ୍କୁ ଲାଇନ ମେନ୍ ଓ ଟେକ୍ନିସିଆନ ପଦବୀରେ ନିଯୁକ୍ତି ପାଇଁ ଗୃହରେ କହିଥିଲେ।ଜିଲ୍ଲାପାଳ ଏହା ଉପରେ ବିଶେଷ ଦୃଷ୍ଟି ଦେବେ ବୋଲି କହିଥିଲେ।ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଦ୍ୱାରା ଜିଲ୍ଲାରେ ୧୮ ରୁ ୩୫ ବର୍ଷ ମଧ୍ୟରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ପାଇଁ ବିଭିନ୍ନ ଟ୍ରେଡ ରେ ୫୭୦ ଏବଂ ସ୍ବତନ୍ତ୍ର ପ୍ରଶିକ୍ଷଣରେ ୧୨୦ ଜଣଙ୍କୁ ଚଳିତ ବର୍ଷ ପ୍ରଶିକ୍ଷଣ ଦିଆଯିବ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡି ଏସ ଡ ବ୍ଲୁ ଓ ଦ୍ରପୌଦୀ କହଁର, ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ସି ପି ଓ ସୁରେଶ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଜନଗରରେ କାର୍ ଦୁର୍ଘଟଣାରେ ଶଣ୍ଢର ମୃତ୍ଵ୍ୟ,ନଦୀରେ ଫିଙ୍ଗିଲେ ବଜରଂଗ ଦଳ

masiha

ପିଠାକୁଟୁଣୀ ଗ୍ରାମରେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ଆନୁକୁଲ୍ୟରେ ସଚେତନତା ଶିବିର

masiha

ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!