ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବଳ ବର୍ଷା ଆଶଙ୍କା:  ଜୁଲାଇ ୩୦ରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ବନ୍ଦ 

ପ୍ରବଳ ବର୍ଷା ଆଶଙ୍କା:  ଜୁଲାଇ ୩୦ରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ବନ୍ଦ 

ନବରଙ୍ଗପୁର:( ତା ୨୯.୭.୨୦୨୬)(ରବି ନାରାୟଣ ମହାନ୍ତି)ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆସନ୍ତା ୩୦ ଜୁଲାଇ, ୨୦୨୬ ତାରିଖରେ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ିର ସମ୍ଭାବନା ପୂର୍ବାନୁମାନ କରାଯାଇଛି। ଗତ କିଛି ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟକୁ ଯାତାୟାତରେ ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏବଂ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଜରୁରୀ କାଳୀନ ବିଭାଗ ତରଫରୁ ପ୍ରାପ୍ତ ସୁଚନା ଅନୁଯାୟୀ ୩୦ ଜୁଲାଇ, ୨୦୨୬ (ଗୁରୁବାର) ଦିନ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ।ତେବେ, ସମସ୍ତ ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକା, ଏବଂ ସମ୍ପୃକ୍ତ ଅନ୍ୟାନ୍ୟ କର୍ମଚାରୀମାନେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ନିଜ ନିଜ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହିବେ ଏବଂ ନିୟମିତ ଦାୟିତ୍ୱ ପାଳନ କରିବେ।ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପାଣିପାଗ ବିଭାଗର ସତର୍କ ସୂଚନାକୁ ଅନୁସରଣ କରିବା, ଅନାବଶ୍ୟକ ଭାବେ ଘରୁ ବାହାରକୁ ନ ଯିବା ଏବଂ ବର୍ଷାଜନିତ ପରିସ୍ଥିତିରେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି। ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଆବଶ୍ୟକତା ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

Related posts

ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‍ର ‘ନିରୋଗଶାଳା’ 

Sunil Chandra Nayak

ସଚେତନ ନାଗରିକ ମଞ୍ଚର ୧୧ତମ ବାର୍ଷିକୋତ୍ସବ ଓ ଆଲୋଚନା ସଭା

masiha

ଜିଆରଏସ ଙ୍କ ବଦଳି ହେଲା ପରେ ମଧ୍ୟ ଛାଡିପାରୁନି ପଞ୍ଚାୟତର ମୋହ

Sunil Chandra Nayak

Leave a Comment

error: Content is protected !!