ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକଙ୍କ ପାଇଁ ବରଦାନ ସାଜିଛି ବିନ୍ଦୁମିନା ସେବା ଫାଉଣ୍ଡେସନ: ଗୋଲାମୁଣ୍ଡା ବ୍ଲକର ୨୮ଟି ପଞ୍ଚାୟତର ବର୍ଷା ବିପନ୍ନଙ୍କୁ ଦୁଆର ମୁହଁରେ ମିଳିଲା ମାଗଣା ରାସନ ଓ ଶୁଖିଲା ଖାଦ୍ୟ

ଲୋକଙ୍କ ପାଇଁ ବରଦାନ ସାଜିଛି ବିନ୍ଦୁମିନା ସେବା ଫାଉଣ୍ଡେସନ: ଗୋଲାମୁଣ୍ଡା ବ୍ଲକର ୨୮ଟି ପଞ୍ଚାୟତର ବର୍ଷା ବିପନ୍ନଙ୍କୁ ଦୁଆର ମୁହଁରେ ମିଳିଲା ମାଗଣା ରାସନ ଓ ଶୁଖିଲା ଖାଦ୍ୟ

ଗୋଲାମୁଣ୍ଡା,୩୦।୭(ନିପ୍ର):ବର୍ତ୍ତମାନର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ଏକ ପ୍ରକାର ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ବ୍ଲକର ପ୍ରାୟ ୨୮ଗୋଟି ଗ୍ରାମପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। କ୍ରମାଗତ ବର୍ଷା ଯୋଗୁଁ ଅନେକ ଗରିବ ପରିବାରର ମାଟିଘର ଭାଙ୍ଗିଯାଇଛି, କାହାର ଛାତ ଉଡ଼ିଯାଇଛି ତ ଆଉ କାହା ଘର ଭିତରକୁ ବନ୍ୟା ପାଣି ପଶିଯାଇଛି। କେତେକ ତଳିଆ ଅଞ୍ଚଳରେ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି। ଚୁଲି ଜଳୁ ନଥିବାରୁ ବିଶେଷ କରି ଶିଶୁ ଏବଂ ବୃଦ୍ଧ ବୃଦ୍ଧାମାନେ ଖାଦ୍ୟ ବିନା ସଂଘର୍ଷ କରୁଛନ୍ତି।ଏଭଳି ଏକ ଚରମ ସଙ୍କଟ ଜନକ ସମୟରେ ଅସହାୟ ଲୋକଙ୍କ ପାଇଁ ଦେବଦୂତ ସଦୃଶ୍ୟ ସାଜି ଆଗେଇ ଆସିଛି ‘ବିନ୍ଦୁମିନା ସେବା ଫାଉଣ୍ଡେସନ’। ଫାଉଣ୍ଡେସନ ପକ୍ଷରୁ ବ୍ଲକର ସମସ୍ତ ୨୮ଟି ଯାକ ଗ୍ରାମପଞ୍ଚାୟତର କୋଣ-ଅନୁକୋଣରେ ପହଞ୍ଚି ବିପନ୍ନ ଓ ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରାଯାଇଛି। ଲୋକଙ୍କୁ ପ୍ରଶାସନିକ ସହାୟତା ମିଳିବା ପୂର୍ବରୁ ଫାଉଣ୍ଡେସନର ସଦସ୍ୟମାନେ ସେମାନଙ୍କ ଦୁଆର ମୁହଁରେ ପହଞ୍ଚି ମାଗଣାରେ ଅତ୍ୟାବଶ୍ୟକୀୟ ରାସନ ଏବଂ ସୁଖିଲା ଖାଦ୍ୟ ସାମଗ୍ରୀ ସାଦର ବଣ୍ଟନ କରିଛନ୍ତି।ଏହି ମାନବୀୟ ସହାୟତା ପ୍ୟାକେଟରେ ବିପନ୍ନମାନଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ଚାଉଳ, ଡାଲି, ରୋଷେଇ ତେଲ, ଆଳୁ ସମେତ ରୋଷେଇରେ ବ୍ୟବହୃତ ହେଉଥିବା ସମସ୍ତ ଯାବତୀୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ଏହା ସହିତ ତୁରନ୍ତ ଖାଇବା ପାଇଁ ବିସ୍କୁଟ, ମିକଚର ଏବଂ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସାବୁନ,ସରଫ ଓ ଛତା ଭଳି ଜରୁରୀ ଜିନିଷ ମଧ୍ୟ ପ୍ରଦାନ କରାଯାଇଛି। ଫାଉଣ୍ଡେସନର ଏହି ତ୍ୱରିତ ପଦକ୍ଷେପ ଯୋଗୁଁ ଶହ ଶହ ପରିବାର ଭୋକ ଉପାସରୁ ରକ୍ଷା ପାଇ ପାରିଛନ୍ତି।ଏହି ସମ୍ପୂର୍ଣ୍ଣ ମହତ୍ତ୍ଵପୂର୍ଣ୍ଣ ସେବା କାର୍ଯ୍ୟକ୍ରମ ବିନ୍ଦୁମିନା ସେବା ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସଫଳ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହେଉଛି। ନିଜ ଅଞ୍ଚଳର ଲୋକଙ୍କ ଦୁଃଖ ସମୟରେ ବ୍ଲକ ଅଧ୍ୟକ୍ଷ ଯେଭଳି ଭାବେ କ୍ଷେତ୍ର ସ୍ତରକୁ ଓହ୍ଲାଇ କାମ କରୁଛନ୍ତି, ତାହାକୁ ନେଇ ସମଗ୍ର ଗୋଲାମୁଣ୍ଡା ବାସୀ ବେଶ ଖୁସି ପ୍ରକଟ କରିଛନ୍ତି ଏବଂ ତାଙ୍କର ଏହି ମାନବୀୟ କାର୍ଯ୍ୟ ପାଇଁ କୃତଜ୍ଞତା ସହ ସାଧୁବାଦ ଜଣାଇଛନ୍ତି।ଏହି ବୃହତ ସହାୟତା କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ସେବାଭାଷୀ ଯୁବକ ସହଯୋଗର ହାତ ବଢ଼ାଇଛନ୍ତି। ସେମାନଙ୍କ ମଧ୍ୟରେ ଜୟନ୍ତ ସିଂ, ବସନ୍ତ ଚଲାନ, ଦୁର୍ଗେସ ଅଗ୍ରୱାଲ, ବିଶି କେଶନ ଜୋତିଶ, ଭାଗ୍ୟବାନ ବାଗ, ବୈଶାଖୁ କେତକୀ, ଗଙ୍ଗା ବିଷ୍ଣୁ ମୁଣ୍ଡ, ପ୍ରମୋଦ ପ୍ରଧାନ, ଜୟ କୃଷ୍ଣ ସାହୁ, ବେଣୁ ସାହୁ, ପଦ୍ମ ସୁନାନୀ, ସୁନୀଲ ସାହୁ, ମନୋଜ ଅଗ୍ରୱାଲ, ପିଣ୍ଟୁ ମେହେର, ମହେନ୍ଦ୍ର ମଙ୍ଗରାଜ, ପ୍ରଦୀପ ମହାନନ୍ଦ, ଜଗୁଜୀବନ ସେଠିଆ, ନିବେଦ ସାହୁ, ଇନ୍ଦ୍ର ମଣି ସାହୁ, ଅନନ୍ତ ତାଣ୍ଡି, ଜୟ କୃଷ୍ଣ ସାହୁ,ଚତୁର୍ଭୁଜ ଅଘରିଆ,ଭକ୍ତିରାମ ବାଗ, ମୁନିରାମ ନାଗ, କାର୍ତିକ ପୁରୋହିତ, ଧୀମାନ ସୁନାନୀ, ଅଶୋକ ମଙ୍ଗରାଜ, ସରୋଜ ମଙ୍ଗରାଜ, ଯୁବରାଜ ମଙ୍ଗରାଜ, ଗଜିନ୍ଦ୍ର ବିହାରୀ,ଟିକେରାମ ସେଠିଆ, ଲଳିତ ମଙ୍ଗରାଜ, ବିଭୀଷଣ ସେଠିଆ, ଭୀଷ୍ମ ମେହେର, ସୁନ୍ଦର ମେହେର,କାଳିଆ ସାହୁ,ପୱନ ଅଗ୍ରୱାଲ ଏବଂ ଚନ୍ଦ୍ର କେତକୀ ପ୍ରମୁଖ ଦିନରାତି ଏକ କରି ପ୍ରଭାବିତ ଅଞ୍ଚଳରେ ସାମଗ୍ରୀ ପହଞ୍ଚାଇବାରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ଆଗକୁ ମଧ୍ୟ ଏହି ସେବା କାର୍ଯ୍ୟ ଜାରି ରହିବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ମିଳିଛି।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

Rotary Club of Rourkela Steel City Organizes Inspiring Teachers’ Training Seminar at DAV Public School

Sunil Chandra Nayak

ରାଷ୍ଟ୍ରବାଦୀ ସଂଘ ତରଫରୁ ମହାବୀରଙ୍କ ଜନ୍ମ ଉତ୍ସବ ଓ ଓଡ଼ିଆ ନବବର୍ଷ ପାଳନ ଓ ସମ୍ବର୍ଧନା ପର୍ବ 

masiha

ବିଜାତଳା ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପେରେଣ୍ଟସ ଏଜ ପାଟନର କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!