ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓବିସି ବର୍ଗର ସାମ୍ବିଧାନିକ ହକ୍ ଓ ସମାନୁପାତିକ ଅଧିକାର ପ୍ରତିନିଧିତ୍ଵ ପାଇଁ ରାଜ୍ୟ ଓଵିସି ଜନ ଜାଗରଣ ଯାତ୍ରା କୁ ଧର୍ମଗଡ ଠାରେ ଭବ୍ୟ ସ୍ଵାଗତ

ଓବିସି ବର୍ଗର ସାମ୍ବିଧାନିକ ହକ୍ ଓ ସମାନୁପାତିକ ଅଧିକାର ପ୍ରତିନିଧିତ୍ଵ ପାଇଁ ରାଜ୍ୟ ଓଵିସି ଜନ ଜାଗରଣ ଯାତ୍ରା କୁ ଧର୍ମଗଡ ଠାରେ ଭବ୍ୟ ସ୍ଵାଗତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଓଵିସି ରାଜ୍ୟ ଜନ ଜାଗରଣ ଯାତ୍ରା ରଥ କୁ ଧର୍ମଗତ ସାପ୍ତାହିକ ବଜାର ମାଁ ଭଣ୍ଡାର ଘରଣୀ ପୀଠ ଠାରେ ସ୍ଵାଗତ ସମର୍ଦ୍ଧନା ଦିଆ ଯାଇଥିଲା। ସର୍ଵ ପ୍ରଥମେ ରାଜ୍ୟ ରୁ ଆସି ଥିବା ସମସ୍ତ ପଦାଧିକାରୀ ଧର୍ମଗଡ ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କୁ ଦର୍ଶନ କରିଥିଲେ। କଳାହାଣ୍ଡି ଜିଲ୍ଲା ଓଵିସି ସଂଯୋଜକ ଡାକେଶ୍ଵର ଲହଜଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟ ଓଵିସି ସଭାପତି ଶଙ୍କର ପାତ୍ର , ଉପ ସଭାପତି ଇଞ୍ଜିନିୟର ପ୍ରଦୀପ ବେହେରା, କୋଷାଧ୍ୟକ୍ଷ ପରଦେଶୀ ବିଶ୍ଵାଳ, ସାଧାରଣ ସମ୍ପାଦକ ସମରଜିତ ବେହେରା, ସମେତ କଳାହାଣ୍ଡି ଜିଲ୍ଲା ପଣ୍ଡରା ମାଳି ସମାଜ କୁଳପତି ପ୍ରକାଶ ଚନ୍ଦ୍ର ନାଏକ,ଅଵସର ପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ତଥା ପଣ୍ଡରା ମାଳି ସମାଜ ଵରିଷ୍ଟ ସଦସ୍ୟ ରାଜେନ୍ଦ୍ର କୁମାର ଭୋଇ, ଦକ୍ଷିଣି ଶୌଣ୍ଢିକ ମହାସଂଘ କଳାହାଣ୍ଡି ଓ ଟିଟଲାଗଡ ସବ ଡିଭିଜନର ସଭାପତି ଥଵିର ପ୍ରସାଦ ସାହୁ, ପୂର୍ବତନ ଯାଦବ ସମାଜ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ଧର୍ମଗତ ଗୌନ୍ତିଆ ତଥା ପଣ୍ଡରା ମାଳି ସମାଜ ସଦସ୍ୟ ଗିରିଧାରୀ ନାଏକ ତେଳି ସମାଜ ଵରିଷ୍ଟ ସଦସ୍ୟ ଶରତ ଚନ୍ଦ୍ର ସାହୁ, ହଳଦୀଆ ତେଳି ସମାଜ ସଦସ୍ୟ ଗିରିଧାରୀ ସାହୁ , ଧର୍ମଗତ ଯାଦବ ଵ୍ଳକ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ପ୍ରସାଦ ଯୁଏଡ,ତେଣ୍ଡାପାଳି ସରପଞ୍ଚ ଗୈଲୋଚନ ଗୋପାଳ,ଗଡିଆଯୋର ସରପଞ୍ଚ ଉଦିତ କୁମାର ନାଏକ, ଧର୍ମଗତ ନଗର ଯାଦବ ସମାଜ ସଭାପତି ଅନିରୁଦ୍ଧ ଲହଜଲ, ଆଇନଜୀବୀ ଵରିଷ୍ଟ ସଦସ୍ୟ ଅଜିତ କୁମାର ସାହୁ, ଗଡିଆଯୋର ଗୌନ୍ତିଆ ଫକୀର ନାଏକ,ମଞ୍ଚାସିନ ଥିଲେ।ଡମ୍ବରୁଧର ଲହଜଲ ସ୍ଵାଗତ ଭାଷଣ ଦେଇଥିବାବେଳେ ମଞ୍ଚ ପରିଚାଳନା ଅରକ୍ଷିତ ଭଇସାଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରତନ ନାଏକ, ସୌମ୍ୟରଞ୍ଜନ ନାଏକ,ଲଵଣି ରାଉତ ସମେତ ବହୁ ଓଵିସି ପୁରୁଷ ଓ ମହିଳା ଉପସ୍ଥିତ ରହି ସଭା କାର୍ଯ୍ୟ କୁ ସହଯୋଗ କରିଥିଲେ। 

ସୂଚନାଯୋଗ୍ୟଯେ,ଓବିସି ବର୍ଗର ସାମ୍ବିଧାନିକ ହକ୍ ଓ ସମାନୁପାତିକ ଅଧିକାର ପ୍ରତିନିଧିତ୍ଵ ପାଇଁ ଓବିସି ମଞ୍ଚର ଓବିସି ଜନଜାଗରଣ ଯାତ୍ରା ୨୬ ନଭେମ୍ବର ୨୦୨୩ ରୁ ଓଡ଼ିଶାରେ ଓବିସି ଜନଜାଗରଣ ଯାତ୍ରା ରଥ ରାଜ୍ୟବ୍ୟାପୀ ପରିକ୍ରମା କରୁଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କୌଶିକ ବାବା ଡିଗ୍ରୀ କଲେଜର ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

କଟକ ଜିଲ୍ଲାର ମାନ୍ୟବର ସାଂସଦ ଡ଼.ଭର୍ତ୍ତୃହରି ମହତାବଙ୍କ ୬୯ ତମ ଜନ୍ମ ଜୟନ୍ତୀ 

Sunil Chandra Nayak

ଦଳିତ ମହାସଭା ପକ୍ଷରୁ ତହସିଲଦାର ଓ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!