ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମିଡିଆ କ୍ଲବର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଉରକେଲା ମିଡିଆ କ୍ଲବର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଉରକେଲା/: ରାଉରକେଲା ମିଡିଆ କ୍ଲବର ବାର୍ଷିକ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ବ୍ରହ୍ମା ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଲବର ପ୍ରମୁଖ କର୍ମକର୍ତ୍ତାଙ୍କ ମଧ୍ୟରେ ଉପସଭାପତି ନିରଂଜନ ଦାସ, ଜଟାଧାରୀ ମାଝୀ, ସତ୍ୟାନନ୍ଦ ବେହେରା, କୁଞ୍ଜ ବିହାରୀ ରାଉତ, ପ୍ରମୋଦ କୁମାର ନାତୁଲ୍ୟ, ଡଲି ରାଣି ବ୍ରହ୍ମା, ଅମର ବର୍ମା, କୁନିଆ ବାରିକ, ଡଃ ସୁବାସ ଚନ୍ଦ୍ର ଲେଙ୍କା, ସସ୍ମିତା ପ୍ରଧାନ ଓ ସାଧାରଣ ସଂପାଦକ ବିବେକାନନ୍ଦ ଦାସ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ । ଆସନ୍ତା ଜାନୁଆରୀ ମାସ ତୃତୀୟ ସପ୍ତାହରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଏକ ସ୍ମରଣିକା ପ୍ରକାଶ ପାଇବ । ଏଥିପାଇଁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ସାହିତ୍ୟିକ ଓ ବୁଦ୍ଧିଜୀବୀ ମାନଙ୍କଠାରୁ ଲେଖାମାନ ଆହ୍ୱାନ କରାଯାଉଛି । ଯଥାଶୀଘ୍ର ଲେଖକମାନେ ସେମାନଙ୍କ ସ୍ୱରଚିତ ଲେଖା ପଠାଇବା ପାଇଁ କ୍ଲବ ପକ୍ଷରୁ ନିବେଦନ କରାଯାଇଛି । କ୍ଲବର ୱେବସାଇଟ୍ ଏବଂ ସୋସିଆଲ ମିଡିଆକୁୂ ଅଧିକ ସୁଦୂରସ୍ରସାରି କରିବା ପାଇଁ ମଧ୍ୟ ନିଷ୍ପତି ହୋଇଛି । କ୍ଲବ ର ବାର୍ଷିକ ଉତ୍ସବ କୁ ସୁଚାରୁ ପରିଚାଳନା ପାଇଁ ଆଗାମୀ ଦିନରେ ବିଭିନ୍ନ କମିଟି ମାନ ଗଠନ କରାଯିବାକୁ ସ୍ଥିର କରାଯାଇଛି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ମାନ୍ୟବର,  ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣିଜ ବିଭାଗଙ୍କ ରାୟଗଡ ଜିଲ୍ଲା ଗସ୍ତ l “ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା “

masiha

ମାରୱାଡି ସମାଜର ନୂତନ କମିଟି ଗଠିତ

masiha

୭୯ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!