ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ଯୁବ ଯାଦବ ସମାଜର ଯୁବ ପ୍ରତିଭା ସମ୍ମାନିତ

ଭୁବନ ଯୁବ ଯାଦବ ସମାଜର ଯୁବ ପ୍ରତିଭା ସମ୍ମାନିତ

କାମାକ୍ଷାନଗର (ମନିସ )10/12/23 // ବୃତ୍ତିରେ ଜଣେ ଶିକ୍ଷକ ହେଲେ ତାଙ୍କ ପାଖରେ ଆଉ ଦୁଇଟି ପ୍ରତିଭା ରହିଛି ଯାହା ତାଙ୍କୁ ପୁର ପଲ୍ଲୀରେ ବେଶ୍ ପରିଚିତ କରାଇଛି । ଶିକ୍ଷକତା ସହିତ ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲା ସ୍ତରୀୟ ନାଁ କମେଇଥିବା ଏହି ଯୁବ ପ୍ରତିଭା ଜଣଙ୍କ ହେଉଛନ୍ତି ଶ୍ରୀ ବସନ୍ତ କୁମାର ଦାସ (ବାବୁ) । ଢ଼େଙ୍କାନାଳ ଜିଲ୍ଲା ଭୁବନ ଅରାସାହୀର ଶ୍ରୀ ଦାସ ନିଜ ପ୍ରତିଭା ଦ୍ବାରା ଭୁବନ ସହିତ ଆଖପାଖ ଜିଲ୍ଲାର ଅନେକ ଅଞ୍ଚଳରେ ନିଜକୁ ସୁପରିଚିତ କରିପାରିଛନ୍ତି । ଭୁବନର ଯେକୋୖଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ତାଙ୍କୁ ଉପସ୍ଥାପକ ଭାବେ ଦେଖିବାକୁ ମିଳିଥାଏ । ନିକଟରେ ବୁଦ୍ଧେଶ୍ବର ମହୋତ୍ସବ ଏବଂ ବର୍ତ୍ତମାନ ଭୁବନ ଉଚ୍ଚ ବିଦ୍ୟାଳୟର ୭୫ ତମ ସ୍ଵନକ୍ଷତ୍ର ଉତ୍ସବରେ ମଧ୍ୟ ସେ ଉପସ୍ଥାପକ ଭାବେ ନଜର ଆସୁଛନ୍ତି । ସେ ନିଜ ଗଳାରେ ଅଭିନେତା ଓ ଚର୍ଚ୍ଚିତ ନଟିଆ କମେଡି ଚରିତ୍ର ପାଇଁ ମଧ୍ୟ କଣ୍ଠ ଅନୁକରଣ କରିବାରେ ଲୋକପ୍ରିୟତା ହାସଲ କରିଛନ୍ତି । ଲେଖିବାରେ ବ୍ୟବହୃତ ଚକ୍ ଖଡ଼ିରେ ଅତି ନିଖୁଣ ଭାବେ ମୂର୍ତ୍ତି ମଧ୍ୟ ନିର୍ମାଣ କରିବା ନେଇ ପୁରସ୍କୃତ ହୋଇଛନ୍ତି । ଶିକ୍ଷକତା ସହିତ ପ୍ରତିଭା ପ୍ରଦର୍ଶନ ଦ୍ବାରା ନିଜକୁ ବିକଶିତ କରି ସମାଜର ନାମକୁ ବିକଶିତ କରିଥିବାରୁ ତାଙ୍କୁ ଆଜି ସମ୍ମାନିତ କରାଯାଇଛି । ଭୁବନ ଯୁବ ଯାଦବ ସମାଜ ପକ୍ଷରୁ ଭୁବନ ଅରାସାହୀ ଗୋପାଳ କୋଠଘରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ମାନୀତ ଶ୍ରୀ ଦାସ ଏଥିପାଇଁ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି କହିବା ସହିତ ନିଜ ସମାଜରେ ଅନେକ ପ୍ରତିଭାଙ୍କ ବିକାଶ ପାଇଁ ପ୍ରୟାସ କରୁଥିବା କହିଛନ୍ତି । ସମାଜର ଶ୍ରୀ ସନାତନ ଦାସ (ଉପ-ସଭାପତି) , ଶ୍ରୀ ବିଳାସ ସାମଲ (ସମ୍ପାଦକ) , ଶ୍ରୀ ବଟକୃଷ୍ଣ ପୃଷ୍ଟି (ଉପଦେଷ୍ଟା) , ଶ୍ରୀ ବସନ୍ତ ଦାସ (ବରିଷ୍ଠ) , ଶ୍ରୀ ଲକ୍ଷ୍ମଣ ନାୟକ , ଶ୍ରୀ ବିଶ୍ଵନାଥ ଦାସ , ଶ୍ରୀ ରଞ୍ଜନ ମହାକୁଡ ଓ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହିଭଳି ପ୍ରତିଭା ଆମ ସମାଜ ପାଇଁ ଗର୍ବ ତେଣୁ ଏମାନଙ୍କ ମନୋବଳ ବଢ଼ାଇବା ପାଇଁ ଆଜିର ଏ କାର୍ଯ୍ୟକ୍ରମ ବେଶ୍ ପ୍ରଶଂସନୀୟ ବୋଲି ଉପସଭାପତି ଶ୍ରୀ ଦାସ କହିଥିଲେ । ଆଗକୁ ଭୁବନ ଯୁବ ଯାଦବ ସମାଜ ଏହିଭଳି ପ୍ରଶଂସନୀୟ କାର୍ଯ୍ୟ ଜାରି ରଖିବ ବୋଲି ସମ୍ପାଦକ ଶ୍ରୀ ସାମଲ କହିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବିଭିର୍ନ୍ନ ସମସ୍ୟା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସହିତ ଆଲୋଚନା 

masiha

ଜନଗଣନା ରଥର ଶୁଭାରମ୍ଭ

Sunil Chandra Nayak

ମଦନପୁରୁ ସ୍କୁଲର 1988 ମସିହା ମାଟ୍ରୀକ ଵ୍ୟାଚର ବନ୍ଧୁ ମିଳନ ଓ ଅନୁଭୂତି ଆଦାନ ପ୍ରଦାନ ଅନୁଷ୍ଠିତ

masiha

Leave a Comment

error: Content is protected !!