ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଙ୍କ ଜୟନ୍ତୀ ପାଳନ 

ଉତ୍କଳମଣି ଙ୍କ ଜୟନ୍ତୀ ପାଳନ 

ରାଉରକେଲା: ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡି ପଏଂଟ ଠାରେ ୧୪୮ତମ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷାବିତ୍ ଶାନ୍ତନୁ କୁମାର ମୁଦାଲି,ଆଦିତ୍ୟ କୁମାର ଷ୍‌ଢଙ୍ଗୀ,ଉତ୍କଳମଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବେନ୍ଦ୍ର ସାହୁ,ବିଶ୍ରାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ସାନରାମଲୋଇର ପୂର୍ବତନ ପ୍ରଧାନଶିକ୍ଷକ ଅଶୋକ କୁମାର ସାମଲ,ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ସନ୍ତୋଷ ବେହେରା,ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆଶ୍ରମର ବବି ଭଉଣୀ,ଅଧ୍ୟାପକ ନୃସିଂହ ପ୍ରସାଦ ପାତ୍ର ଯୋଗ ଦେଇଥିଲେ । ଅତିଥି ମାନେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପଣ୍ଡିତ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶିକ୍ଷା କ୍ଷେତ୍ରରେ ପଣ୍ଡିତ ଗୋପବନ୍ଧୁଙ୍କ ଅବଦାନ ଅତୁଳନୀୟ ଥିଲା । ଗୋପବନ୍ଧୁ ସତ୍ୟବାଦୀ ଠାରେ ଖୋଲା ମୁକ୍ତାକାଶ ତଳେ ବନ ବିଦ୍ୟାଳୟ ସ୍ଥାପନ କରି ନୂତନ କିର୍ତିମାନ ସୃଷ୍ଟି କରିଥିଲେ, ଯାହାକି ଚିରସ୍ମରଣୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଗୋପବନ୍ଧୁଙ୍କ ଅବର୍ତ୍ତମାନରେ ତାଙ୍କରି ଆଦର୍ଶରେ ଛାତ୍ର ସମାଜ ଅନୁପ୍ରାଣିତ ହେବାକୁ ଅତିଥି ମାନେ ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କୁ ଆହ୍ୱାନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟା ଷ୍ଟଡି ପଏଂଟର ଛାତ୍ରଛାତ୍ରୀଙ୍କ ସମେତ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟର ନରେନ୍ଦ୍ର ମଲ୍ଳିକ,ଅଜୟ ରାୟ,ରାଜେନ୍ଦ୍ର ସୂତାର ସଦସ୍ୟ ସମେତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ସନାତନ ସାହୁ ଧନ୍ୟବାଦ ଦେଇଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ସହର ରେ ଥିବା ଶ୍ରୀ ଶ୍ରୀ ବାସବି କନ୍ୟକା ପରମେଶ୍ବରୀ ମନ୍ଦିରରେ ଶ୍ରାବଣ ଶୁକ୍ରବାର ଙ୍କୁଙ୍କୁମ୍ ପୂଜା ଅର୍ଚନା ମହା ଆଡ଼ମ୍ବର ରେ ପାଳିତ ଯୋଗ ଦେଲେ ଶହ ଶହ ସଂଖ୍ୟାରେ ମହିଳା ଭକ୍ତ

Sunil Chandra Nayak

ଭବାନୀପାଟଣା ଠାରେ ପ୍ରଥମ ଦିଶା କମିଟି ୨୦୨୩-୨୪ ବୈଠକ ଅନୁଷ୍ଠିତ

Sunil Chandra Nayak

ଦାଣ୍ଡବୋଷ ଏୟାରଷ୍ଟ୍ରିପ ନିର୍ମାଣ ନେଇ ସରକାରୀ ଜମିରେ ୪୩ ପରିବାରଙ୍କୁ ବିସ୍ଥାପନ ସରଜମିନ ତଦନ୍ତ ନେଇ କଂଗ୍ରେସ ଦଳର ଏକ ପ୍ରତିନିଧି ଦଳଙ୍କ ସରଜମିନ ତଦନ୍ତ ଓ ସାମ୍ବାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!