ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନେଶ୍ୱରରେ ସମ୍ମାନିତ ହେଲେ ଖଇରା ବ୍ଲକ୍ ସମାଜସେବୀ

ଭୁବନେଶ୍ୱରରେ ସମ୍ମାନିତ ହେଲେ ଖଇରା ବ୍ଲକ୍ ସମାଜସେବୀ

ବାଲେଶ୍ଵର,୦୫/୧୨/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ଗୋବିନ୍ଦପୁର ପଞ୍ଚାୟତ ପଳାସପୁର ଗ୍ରାମର ସମାଜସେବୀ କୁଞ୍ଜଲତା ମାହୁନ୍ତ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ହେଲେ ସମ୍ମାନିତ । ସେ ଜଣେ ବିଶିଷ୍ଟ ସମାଜସେବୀ । ସମାଜସେବାକୁ ନିଶା ଭାବି ଗରିବ, ଅସହାୟ ମାନଙ୍କର ସେବା କରିଚାଲିଛନ୍ତି । ସମାଜ ମଙ୍ଗଳ ପାଇଁ ନିକଟରେ ସେ ତାଙ୍କର ଅଙ୍ଗ ଦାନ କରିଥିବା ଖବର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏକଥା ସୋସିଆଲ ମିଡ଼ିଆରୁ ଜାଣିବାକୁ ପାଇଥିଲେ NATIONAL ACADEMY OF SAKKSHART MISSION । ମିଶନ ତରଫରୁ ତା ୦୫/୧୨/୨୦୨୩ ରିଖ ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଅନୁଷ୍ଠିତ ସଭାରେ କୁଞ୍ଜଲତାଙ୍କୁ ସମ୍ମାନିତ କରିଛି ମିଶନ । ବାପା ମାଆ ଗୁରୁ ଗୁରୁଜନଙ୍କ ଆର୍ଶୀବାଦ, ବନ୍ଧୁ ମାନଙ୍କ ଭଲ ପାଇବା ଏବଂ ଜନହିତ ଯୁବକ ସଂଘର ସମସ୍ତ ଭାଇ ଭଉଣୀ ମାନଙ୍କ ସହଯୋଗ ପାଇଁ WORLDWIDE AWARDS-2023 ପାଇଥିବାରୁ ନିଜକୁ ଗୌରବାନିତ୍ବ ମନେ କରିବା ସହିତ ନିଜ ଅଞ୍ଚଳର ସୁନାମକୁ ରାଜଧାନୀରେ ପହଞ୍ଚାଇ ପାରିଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏ ଖବର ଶୁଣି ପରିବାର ସମେତ ବନ୍ଧୁବାନ୍ଧବ, ସାଙ୍ଗସାଥୀ, ଆତ୍ମୀୟସ୍ବଜନ, ପ୍ରିୟପରିଜନଙ୍କ ଠାରୁ ଅଭିନନ ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରୁପ୍ରା ଠାରେ ନର୍ଲା ରିପୋଟରସ୍ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ 

Sunil Chandra Nayak

ଗମ୍ଭାରୀଗୁଡା ଧାନ ମଣ୍ଡିରେ କଳାକାର ସଙ୍ଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଦାବି ନେଇ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଜିଲ୍ଲାପାଳଙ୍କ ଜନ ଶୁଣାଣୀରେ ଲିଖିତ ଦାବିପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!