ଭୁବନେଶ୍ୱରରେ ସମ୍ମାନିତ ହେଲେ ଖଇରା ବ୍ଲକ୍ ସମାଜସେବୀ
ବାଲେଶ୍ଵର,୦୫/୧୨/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ଗୋବିନ୍ଦପୁର ପଞ୍ଚାୟତ ପଳାସପୁର ଗ୍ରାମର ସମାଜସେବୀ କୁଞ୍ଜଲତା ମାହୁନ୍ତ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ହେଲେ ସମ୍ମାନିତ । ସେ ଜଣେ ବିଶିଷ୍ଟ ସମାଜସେବୀ । ସମାଜସେବାକୁ ନିଶା ଭାବି ଗରିବ, ଅସହାୟ ମାନଙ୍କର ସେବା କରିଚାଲିଛନ୍ତି । ସମାଜ ମଙ୍ଗଳ ପାଇଁ ନିକଟରେ ସେ ତାଙ୍କର ଅଙ୍ଗ ଦାନ କରିଥିବା ଖବର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏକଥା ସୋସିଆଲ ମିଡ଼ିଆରୁ ଜାଣିବାକୁ ପାଇଥିଲେ NATIONAL ACADEMY OF SAKKSHART MISSION । ମିଶନ ତରଫରୁ ତା ୦୫/୧୨/୨୦୨୩ ରିଖ ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଅନୁଷ୍ଠିତ ସଭାରେ କୁଞ୍ଜଲତାଙ୍କୁ ସମ୍ମାନିତ କରିଛି ମିଶନ । ବାପା ମାଆ ଗୁରୁ ଗୁରୁଜନଙ୍କ ଆର୍ଶୀବାଦ, ବନ୍ଧୁ ମାନଙ୍କ ଭଲ ପାଇବା ଏବଂ ଜନହିତ ଯୁବକ ସଂଘର ସମସ୍ତ ଭାଇ ଭଉଣୀ ମାନଙ୍କ ସହଯୋଗ ପାଇଁ WORLDWIDE AWARDS-2023 ପାଇଥିବାରୁ ନିଜକୁ ଗୌରବାନିତ୍ବ ମନେ କରିବା ସହିତ ନିଜ ଅଞ୍ଚଳର ସୁନାମକୁ ରାଜଧାନୀରେ ପହଞ୍ଚାଇ ପାରିଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏ ଖବର ଶୁଣି ପରିବାର ସମେତ ବନ୍ଧୁବାନ୍ଧବ, ସାଙ୍ଗସାଥୀ, ଆତ୍ମୀୟସ୍ବଜନ, ପ୍ରିୟପରିଜନଙ୍କ ଠାରୁ ଅଭିନନ ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।।