ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସର୍ବଦଳୀୟ ବୈଠକ

ରାଇରଙ୍ଗପୁରରେ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସର୍ବଦଳୀୟ ବୈଠକ

 ମୟୂରଭଞ୍ଜ – ୫/୧୨ ( ମସିହା) ଓଡ଼ିଶାର ସର୍ବବୃହତ୍ତମ ଆଦିବାସୀ ଅଧ୍ୟୁଷିତ ବଣ, ଜଙ୍ଗଲ ,ନଦୀ,ନାଳ,ଘାଟି ପରିବେଷ୍ଟିତ ମୟୂରଭଞ୍ଜ ଜିଲ୍ଲାର ଵାମନଘାଟୀ ଉପଖଣ୍ଡ ହେଉଛି ସବୁଠାରୁ ବଡ ଉପଖଣ୍ଡ ।ଏହା ୭ ଟି ବ୍ଳକ ଏବଂ ରାଇରଙ୍ଗପୁର ମ୍ୟୁନିସିପାଲଟିକୁ ନେଇ ଗଠିତ ।ସିମାନ୍ତ ତିରିଂ ରୁ ଜିଲ୍ଲା ବାରିପଦା ସଦର ମହକୁମା ୧୧୦ କିମି ଦୂର । ସ୍ବାସ୍ଥ୍ୟ, ବିଜୁଳି, ଶିକ୍ଷା, ଗମନାଗମନ,ପାନୀୟ ଶିଳ୍ପ ସବୁଥିରେ ପଛୁଆ । ସଵୁଥାଇ କିଛି ନାହିଁ ବିକାଶ ଠାରୁ ବହୁ ଦୂରରେ ।ଖଣି ଥାଇ ଶିଳ୍ପ ନାହିଁ । ଗୋଟିଏ ସରକାର ଭଲ ସରକାର କୁହାଯାଏ ଯେତେବେଳେ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚେ ।ଭୌଗଳିକ ପରିବେଶ ଦୃଷ୍ଟିରୁ ଦୁଆରଶୁଣୀ ଘାଟି ମୟୂରଭଞ୍ଜକୁ ଏପାଖ ସେପାଖ କରି ରଖିଛି ।ତେଣୁ ଏହି ପଛୁଆ ଅଂଚଳରେ ସବୁ ଯାଗାକୁ ପୋଲିସ, ସ୍ବାସ୍ଥ୍ୟ , ସରକାରୀପ୍ରଶାସନ ଠିକ୍ ସମୟରେ ପହଞ୍ଚି ପାରୁ ନାହିଁ । ତେଣୁ ଲୋକେ ପ୍ରଶାସନର ସୁଫଳ ପାଉ ନାହାନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୩ ଜିଲ୍ଲାରୁ ୩୦ କରିଥିବା ବେଳେ ରାଇରଙ୍ଗପୁର ଜିଲ୍ଲା କୌଣସି କାରଣରୁ ବଂଚିତ ହୋଇଗଲା । ସେବେଠାରୁ ଵାମନଘାଟୀ ଉପଖଣ୍ଡ ବାସୀ ଜିଲ୍ଲା ଦାବି କରି ଆସୁଛନ୍ତି ।ଅତୀତର ଶୋଭାଯାତ୍ରା ,ହଡତାଳ, ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ,୫ ଟି ସଚିବ, ଓ ମହାମହିମ ରାଷ୍ଟ୍ରପତିଙ୍କୁ ଏହି ବିଷୟରେ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ।ରାଇରଙ୍ଗପୁର ମଧ୍ୟ ରାଷ୍ଟ୍ରପତିଙ୍କ ବାସସ୍ଥଳୀ । ନୂତନ ଜିଲ୍ଲା ପାଇଁ ଯାହାକିଛି ଭିତ୍ତିଭୂମି ଓ ସରକାରୀ ମାପକାଠି ଅଛି ସବୁଥିରେ ଏହା ପ୍ରଥମ । ରାଇରଙ୍ଗପୁର ଜିଲ୍ଲାକୁ ମଧ୍ୟ ମାନ୍ୟତା ଦେବା ନେଇ ଆଜି ରାଇରଙ୍ଗପୁରସ୍ଥ ପିସିଏମ କଲ୍ୟାଣ ଭବନ ପରିସରରେ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ବରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।କିଛିଦିନ ମଧ୍ୟରେ କ୍ରିୟାନୁଷ୍ଠାନ କମିଟି ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ଏବଂ ୫ ଟି ସଚିବ ଭି କେ ପାଣ୍ଡିଆନକୁ ସାକ୍ଷାତ କରି ନୂତନ ଜିଲ୍ଲା ମାନ୍ୟତା ଦେବା ପାଇଁ ଆଲୋଚନା ସହ ଏକ ଲିଖିତ ଦାବିପତ୍ର ପ୍ରଦାନ କରିବେ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା ।ଭୁବନେଶ୍ଵରରୁ ଫେରିବାପରେ ଏକ ବୈଠକ ବସିବ ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମର ନିଷ୍ପତ୍ତି ନିଆଯିବ ବୋଲି କ୍ରିୟାନୁଷ୍ଠାନ କମିଟି ସଭାପତି ସୂଚନା ଦେଇଛନ୍ତି ।। ଏଥିରେ ରାଇରଙ୍ଗପୁର ବର୍ଷୀୟାନ ଓକିଲ ରସାନନ୍ଦ ଲେଙ୍କା,ଵର୍ଷିୟାନ ବିଜେପି ନେତା ମନୋରଞ୍ଜନ ମହାନ୍ତି,ବିଧାୟକ ନବ ଚରଣ ମାଝି, ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତ,ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ,ରାଜ୍ୟ ଶକ୍ତି ବିଭାଗ ଉପଦେଷ୍ଟା ଦୀପ୍ତିମାନ ଵଳ,,ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ମହାନ୍ତି,ବିଜେଡି ଜିଲ୍ଲା ଉପସଭାପତି ପାର୍ଥସାରଥୀ କବି,ସମାଜସେବୀ ରାଇସେନ ମୁର୍ମୁ,ଵରିଷ୍ଠବିଜେପି ନେତା ଈଶାନ ମିଶ୍ର, ଜିଲ୍ଲା ବିଜେଡ଼ି ଉପସଭାପତି ସୁବାଷ ମଣ୍ଡଳ, ବିଜେଡି ନେତ୍ରୀ ତନୁଜା ମହାନ୍ତ,ରୋଟାରୀ କ୍ଲବ ସଭାପତି କାଳୀପ୍ରସନ୍ନ ମହାନ୍ତି, ଅରବିନ୍ଦ ବାଗାଡିଆ,ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ସମାଜସେବୀ ଗୋପାଲ ଵେଶ୍ରା,,ଜାମଦା ବ୍ଳକ ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ ମାର୍ଣ୍ଡୀ,,ଅନଶନ ମହାନ୍ତ ନୂତନ ଜିଲ୍ଲା ପ୍ରତିଷ୍ଠା ନେଇ ପୁର୍ଣ ସମର୍ଥନ କରିବା ସହ ସକାରାତ୍ମକ ମତାମତ ଦେଇଥିଲେ ।୨୦୦ ରୁ ଉର୍ଦ୍ଧ୍ବ ଅଂଚଳଵଆସଈ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

Sunil Chandra Nayak

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଧର୍ମଗଡ ଠାରେ କବିତା ପାଠୋତ୍ସବ

masiha

ଇଟା ବାଲି ପଥର ପଡିଛି କାମ କରିବା ପାଇଁ ମିସ୍ତ୍ରୀ ମଜୁରିଆ ମାନେ ମିଳୁ ନାହାନ୍ତି

Sunil Chandra Nayak

Leave a Comment

error: Content is protected !!