ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବଲପୁରି କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ 

ସମ୍ବଲପୁରି କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ 

ସୁନ୍ଦରଗଡ଼ ଜିଲ୍ଲା ପାମରା ଗ୍ରାମ ରେ ଥିବା ସାଇ ବାବା ଙ୍କର ମନ୍ଦିର ଠାରେ ଆଜି ସମ୍ବଲପୁରି କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ନୁଆଁଖାଇ ଭେଟଘାଟ ଆୟୋଜିତ ହୋଇ ଥିଲା, ଏହି କାର୍ଯ୍ୟକ୍ରମ ରେ ପାମରା ଗ୍ରାମ ର ନାଏକ ସରପଞ୍ଚ ଶ୍ରୀ ଅରୁଣ କୁମାର ରାଉତ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ସମ୍ମାନିତ ଅତିଥି ଭାବେ ନଳିନ ରଞ୍ଜନ ସାହୁ ଯୋଗ ଦେଇଥିଲେ, ଅନୁଷ୍ଠାନ ର ସଭାପତି ଶ୍ରୀ ଟୋନିସ ରୋହିଦାସ ଙ୍କର ନେତୃତ୍ୱ ରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇ ଥିଲା, ଅନୁଷ୍ଠାନ ର ସଚିବ ଶ୍ରୀ ଦୁଷ୍ମନ୍ତ ଭୋଇ ଏବଂ କୋଷାଧକ୍ଷ ଶ୍ରୀମତୀ କଳ୍ପନା ରୋହିଦାସ ଉପସ୍ଥିତ ଥିଲେ, ଆମର ପଶ୍ଚିମ ଓଡିଶା ର ଗଣପର୍ବ ନୁଆଁଖାଇ ସିନା ସରି ଯାଇଛି ହେଲେ ଭେଟଘାଟ ର ପରମ୍ପରା ମାସ ମାସ ଧରି ରହିଥିବା ବେଳେ ଆଜି ଅନୁଷ୍ଠାନ ତରଫରୁ ହୋଇଥିଲା। ସମ୍ବଲପୁରୀ ଭାଷା ସାହିତ୍ୟ କଲା ସଂସ୍କୃତି ପରମ୍ପରା ନୁଆଁଖାଇ ଭେଟଘାଟ ଏହିପରି ଆମର ସଂସ୍କୃତି ର ବିକାଶ ଏବଂ ପିଢ଼ି ପିଢ଼ି ପର୍ଯ୍ୟନ୍ତ କିପରି ଜାରି ରହିବ ତାହାରି ଲକ୍ଷ ନେଇ ଅନୁଷ୍ଠାନ ର ଚେଷ୍ଟା। ସମ୍ବଲପୁରୀ ନାଚ ଗୀତରେ ନୁଆଁଖାଇ ଭେଟଘାଟ ବେଶ ଭାବେ ଜମି ଯାଇଥିଲା, ଭାଇ ଭାଇ ର ପ୍ରେମ ଭାବ କୁ ବୁଝା ଯାଉଥିବା ନୁଆଁଖାଇ ତିହାର ପଶ୍ଚିମ ଓଡିଶା ର ଗୋଟେ ମୁଖ୍ୟ ପରମ୍ପରା। ଆଗାମୀ ଦିନରେ ଆହୁରି ଧୁମ ଧାମ ରେ ନୁଆଁଖାଇ ଭେଟଘାଟ ଆୟୋଜିତ ହେବ ବୋଲି ସଭାପତି ଟୋନିସ ରୋହିଦାସ କହିଥିଲେ।

ଟୋନିସ୍ ରୋହୀ ଦାସ ଙ୍କ ରିପୋର୍ଟ୍ 

Related posts

ବେଲଗାଁ ମହିମା ଆଶ୍ରମରେ ନୁଆଁଖାଇ ପର୍ବ ପାଲିତ

masiha

ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘରହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

Sunil Chandra Nayak

ବର୍ଷୀୟାନ ସାମ୍ୱାଦିକ ହେମରାଜ ଶର୍ମାଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!